ଇସ୍ରାଏଲ ଉପରେ ଇରାନର ଆଟାକ୍‌ : ଆମେରିକା କହିଲା ସ୍ଥିତି ଭୟଙ୍କର ହେବ
by Argus News
Wed, Oct 02 | 7:23 p.m.

ଅର୍ଗସ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ସଙ୍ଗୀନ ହେଲାଣି । ଇସ୍ରାଏଲର ଭୟଙ୍କର ଆକ୍ରମଣ ପରେ ଇରାନ ଗତକାଲି ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କରିଛି । ଅବଶ୍ୟ ଇସ୍ରାଏଲ ଆକାଶ ମାର୍ଗରେ ହିଁ ଅନେକ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଛି । ହେଲେ ବି ଅନେକ କ୍ଷେପଣାସ୍ତ୍ର ଟାର୍ଗେଟ୍‌ରେ ପହଞ୍ଚିଛି । ତେଣୁ ନିଜ ନାଗରିକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି । 

ଇସ୍ରାଏଲ-ଇରାନ ମୁହାଁମୁହିଁ । ଇସ୍ରାଏଲ ଭୟଙ୍କର ଆକ୍ରମଣ ପରେ ଇରାନ ବି ପ୍ରତିଆକ୍ରମଣାତ୍ମକ ହୋଇଛି । ଗତକାଲି ଭାରତୀୟ ସମୟ ରାତି ୧୦ଟା ୨୦ରେ ଅନ୍ଧାଧୁନ ଆକ୍ରମଣ କରିଥିଲା ଇରାନ । ମାତ୍ର ୧୦ ମିନିଟ୍‌ରେ ୪୦୦ ଶହରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଖାସ କରି କେନ୍ଦ୍ରୀୟ ଇସ୍ରାଏଲକୁ ଟାର୍ଗେଟ୍‌ କରି ଏହି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା ।  

ଇରାନ୍‌, ୟେମେନ୍‌, ସିରିୟା ଓ ଇରାକ୍‌ରୁ ମିଳିତ ଆକ୍ରମଣ ହେଉଥିବାରୁ ଇସ୍ରାଏଲକୁ ସହାୟତା କରିବାକୁ ଆମେରିକା ଆଗେଇଆସିଛି । ଆକ୍ରମଣରେ ଇରାନ  ଶକ୍ତିଶାଳୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପ୍ରୟୋଗ କରିପାରେ ବୋଲି ଆମେରିକା ସତର୍କ କରାଇ ଦେଇଛି । ଆମେରିକା କହିଛି, ଇସ୍ରାଏଲ ବିରୋଧରେ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଇରାନ ପ୍ରସ୍ତୁତି ଚଳାଇଛି । ଏହି ଆକ୍ରମଣରୁ ଇସ୍ରାଏଲକୁ ରକ୍ଷା କରିବା ପାଇଁ ଆମେ ସକ୍ରିୟ ଭାବେ ରକ୍ଷଣାତ୍ମକ ପ୍ରସ୍ତୁତିକୁ ସମର୍ଥନ କରୁଛୁ ବୋଲି ଆମେରିକା ସ୍ପଷ୍ଟ କରିଛି । ଇସ୍ରାଏଲ ବିରୋଧରେ ଇରାନର ସିଧାସଳଖ ସାମରିକ ଆକ୍ରମଣ ଇରାନ ପାଇଁ ଭୟଙ୍କର ପରିଣାମ ଆଣିବ ବୋଲି ମଧ୍ୟ ଆମେରିକା ଚେତାଇ ଦେଇଛି । 

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଏବେ ପୁରା ବିଶ୍ଵରେ ଚର୍ଚ୍ଚା । ଯେହେତୁ ଇସ୍ରାଏଲକୁ ଆମେରିକା ସମର୍ଥନ ଦେଉଛି ତେଣୁ ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଳା ହାରିସ ଜାତୀୟ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡକାଇଛନ୍ତି । ଇରାନର ଆକ୍ରମଣକୁ ରୋକିବା ପାଇଁ ମଧ୍ୟପ୍ରାଚ୍ୟରେ ଆମେରିକା ତତ୍କାଳ ପଦକ୍ଷେପ ନେବ ବୋଲି ସୂଚନା ରହିଛି । ଅନ୍ୟପକ୍ଷରେ ତୁର୍କୀ ସମେତ ଅନ୍ୟ କେତେକ ମୁସ୍‌ଲିମ ରାଷ୍ଟ୍ର ଲେବାନନ୍‌ରୁ ତୁରନ୍ତ ସୈନ୍ୟ ପ୍ରତ୍ୟାହାର ପାଇଁ ଇସ୍ରାଏଲକୁ ଧମକ ଦେଇଥିବା ବେଳେ ଇସ୍ରାଏଲ ଏଥିପ୍ରତି ଖାତିର କରିନାହିଁ ।

ସେପଟେ, ଯୁଦ୍ଧକୁ ନେଇ ପ୍ରତିକ୍ରିୟା ରଖିଛି ଇସ୍ରାଏଲ । କହିଛି ଦକ୍ଷିଣ ଲେବାବନ୍‌ରେ ହେଉଥିବା ଆକ୍ରମଣ ଯଥାର୍ଥ । ଯେପର୍ଯ୍ୟନ୍ତ ଆତଙ୍କୀ ସଫା ହୋଇନାହାନ୍ତି, ସେପର୍ଯ୍ୟନ୍ତ ଆକ୍ରମଣ ଚାଲିବ । ମୋଟ୍‌ ଉପରେ ଯୁଦ୍ଧକୁ ନେଇ ଭାରତ ବି ଚିନ୍ତିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପିଏମଙ୍କ ସହ କଥା ହୋଇଛନ୍ତି । କେମିତି ଶାନ୍ତି ଫେରିପାରିବ ସେନେଇ ଆଲୋଚନା ବି ହୋଇଛି । ଏହାରି ଭିତରେ ଯୁଦ୍ଧର ଘମାଘୋଟ ବଢିଥିବାରୁ ଚର୍ଚ୍ଚା କିନ୍ତୁ ଜୋର ଧରିଛି ।
 


 

NAVEEN PATNAIK
21m ago
ଅଡୁଆରେ ପଡ଼ିପାରନ୍ତି ନବୀନ ପଟ୍ଟନାୟକ ଓ  ଭି. କେ ପଣ୍ଡିଆନ
ଅର୍ଗସ ବ୍ୟୁରୋ: ଅଡୁଆରେ ପଡ଼ିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଭି. କେ ପଣ୍ଡିଆନ । ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ ପାଇ
ମାସୁମ ଖାନ
ମାସୁମ ଖାନର ଜାଲିମ କରନାମାର ପର୍ଦ୍ଦାଫାସ କରିବାରୁ ନାଲିଆଖି
ଅର୍ଗସ ବ୍ୟୁରୋ: ମାସୁମ ଖାନର ବେଆଇନ କାରନାମାର ପର୍ଦ୍ଦାଫାଶ କରିବାରୁ ଗଣମାଧ୍ୟମର କଣ୍ଠରୋଧ ପାଇଁ ହୀନ ପ୍ରୟାସ। ବୁଧବାର ବି ରାଜସ୍ବ ଓ ବନ ବିଭାଗ ପକ୍ଷରୁ ଇସଲାମନଗରରେ ବେଆଇନଜମି
ବିଜେଡି
ଉଗ୍ର ହେଉଛି ବିଜେଡି କନ୍ଦଳ
ଅର୍ଗସ ବ୍ୟୁରୋ: ଉଗ୍ରରୂପ ଧାରଣ କରୁଛି ବିଜେଡି ଗୋଷ୍ଠୀ କନ୍ଦଳ । ନବୀନଙ୍କ ସାମ୍ନାରେ କଥା କଟାକଟି ଓ ହାତା ହାତି ହେଉଛନ୍ତି ଦଳୀୟ ନେତା । ପରାଜୟ ପରେ ବିଜେଡି ସୁପ୍ରିମୋଙ୍କ ଜିଲ୍ଲ