ପୃଥିବୀକୁ ମାଡ଼ିଆସୁଛି ବଡ଼ ବିପଦ ?
by Argus News
Tue, Jun 25 | 11:56 a.m.

ନୂଆଦିଲ୍ଲୀ:  ପୃଥିବୀକୁ ମାଡି ଆସୁଛି କି ବିପଦ ? ନାସାର ସତର୍କକୁ ନେଇ ପୁରା ବିଶ୍ଵରେ ଏବେ ଚର୍ଚ୍ଚା । କାରଣ ରିପୋର୍ଟ କହୁଛି, ପୃଥିବୀକୁ  ଧକ୍କା ଦେବାକୁ ଯାଉଛି ବିପଦଜନକ କ୍ଷୁଦ୍ରଗ୍ରହ ।  ପୃଥିବୀକୁ ଏହି  ଉପଗ୍ରହ ଧକ୍କା ଦେବ ଆଉ ସବୁ କିଛି  ଛାରଖାର ହୋଇଯାଇପାରେ । ହେଲେ  କେବେ ହେବ ? କେଉଁ ଦିନ ହେବ ? ଆଉ କେଉଁ ସମୟରେ ହେବ ? ସେ ତଥ୍ୟ ବି ଗୋଟି ଗୋଟି କରି କହିଛି ନାସା । ନାସା ପକ୍ଷରୁ  ଜାରି କରା କରାଯାଇଥିବା ଏକ୍ସରସାଇଜ୍‌ ସମରୀରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି  ଧ୍ଵଂସ ସମୟ ଆଉ ତାରିଖ । ଜୁଲାଇ ୧୨, ସମୟ ଅପରାହ୍ନ ୨.୨୫ ମିନିଟ୍‌ । ଠିକ୍‌ ଏହି ସମୟରେ ପୃଥିବୀକୁ ଧକ୍କା ଦେବ ଏହି  ବିପଦଜନକ  ଉପଗ୍ରହ ।

ଧକ୍କା ଦେବାର ଆଶଙ୍କା ୭୨ ପ୍ରତିଶତ ରହିଛି । ତେବେ  ଏହି ଉପଗ୍ରହର  ଆକାର  ବିଷୟରେ  କିଛି କୁହାଯାଇନି। ବୈଜ୍ଞାନିକ ମାନେ ଏହି ବିପତ୍ତିକୁ  ଅଟକେଇବା ପାଇଁ  ସମ୍ପୂର୍ଣ୍ଣ ଭାବେ  ସମର୍ଥ ହୋଇପାରିବେନି ବୋଲି କହିଛନ୍ତି ।  ୨୦ ଜୁନ୍‌ ରେ ଏହି ଏକ୍ସରସାଇଜ ସମରିକୁ  ଜାରି କରିଥିଲା ନାସା। ତେବେ ବଜ୍ଞାନିକଙ୍କ ଗଣନା ଅନୁସାରେ  ଏହି କ୍ଷୁଦ୍ର ଉପଗ୍ରହ  ପାଖାପାଖି  ୧୪ ବର୍ଷ ମଧ୍ୟରେ ପୃଥିବୀକୁ ଧକ୍କା ଦୋବର ୭୨ ପରସେଣ୍ଟ  ସମ୍ଭାବନା ଅଛି।  ୧୨ ଜୁଲାଇ   ୨୦୩୮ ମସିହା ସମୟ ଅପରାହ୍ନ  ୨ଟା ୨୫ ମିନିଟ୍‌ରେ ଏହି ପୃଥିବୀକୁ ଧକ୍କା ଦେବ  ଉପଗ୍ରହ।  ଏପରି ଏକ ବିପଦ ପୃଥିବୀକୁ ମାଡି ଆସିବ ବୋଲି  ଅନେକ ବର୍ଷ ପୂର୍ବରୁ ଭବିଷ୍ୟବାଣୀ ହୋଇସାରିଛି। କିନ୍ତୁ ଏହି ବିପତିରୁ  କିପରି ରକ୍ଷା କରାଯାଇପାରିବ ସେନେଇ ଏପର୍ଯ୍ୟନ୍ତ ବୈଜ୍ଞାନିକ ମାନେ କିଛ ଟେକନିକ୍‌ ପାଇପାରିନାହାଁନ୍ତି।  ତେବେ ଏହି ଖବର  ନାଶରୁ ଆସିବା ପରେ ଏବେ ହଇଚଇ ସୃଷ୍ଟି ହୋଇଛି। 
 
 ଅଧିକ ଦେଖନ୍ତୁ : 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ