୧୭ ଦିନ ଜୀବନ ଯୁଦ୍ଧ ପରେ ଜିତିଲେ ତପନ ମଣ୍ଡଳ
by Argus News
Thu, Nov 30 | 2:46 p.m.

ଅର୍ଗସ ବ୍ୟୁରୋ : ଜିତିଲା ଜୀବନ । ସଫଳ ହେଲା ସମସ୍ତଙ୍କ ଉଦ୍ୟମ । ସମସ୍ତ ଟିମର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ଦୀର୍ଘ ୧୭ଦିନ ପରେ ସୁରକ୍ଷିତ ଭାବେ ଟନେଲ ଭିତରୁ ଉଦ୍ଧାର ହେଲେ ଶ୍ରମିକ । ଆଉ ବାହାରକୁ ବାହାରିବା ପରେ ଆଜି ସୂର୍ଯ୍ୟାଲୋକ ଦେଖିଲେ ୪୧ଜଣ ଶ୍ରମିକ । ଉଦ୍ଧାର ହେବା ପରେ ପରିବାର ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ । 

ଅଧିକ ପଢନ୍ତୁ : ଅନ୍ଧାରୀ ଟନେଲରୁ ଜୀବନ ଉଦ୍ଧାର

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ସାନକୃଷ୍ଣପୁର ପଞ୍ଚାୟତର ଚାଳିଶ ଚେନ ଗ୍ରାମର ତପନ ମଣ୍ଡଳଙ୍କ ପରିବାର । ପୁଅ ସୁରକ୍ଷିତ ଉଦ୍ଧାର ହେବା ପରେ ଏବେ ତପନର ଘର ଆଗରେ ଲାଗିଛି ଗାଁ ଲୋକଙ୍କ ଭିଡ଼ । ଦୀର୍ଘ ୧୭ଦିନ ଧରି ପୂଜାର୍ଚ୍ଚନା ପରେ ଡାକ ଶୁଣିଲେ ଭଗବାନ । ସୁରକ୍ଷିତ ଉଧାର ହେଲେ ସମସ୍ତେ । କେବଳ ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ ନୁହେଁ ସମସ୍ତ ୪୧ ଜଣ । ଏହି ଖୁସିର ମୁହୂର୍ତ୍ତରେ ବିଜେପିର ଏକ ଟିମ ପହଞ୍ଚି ଥିଲା ତପନଙ୍କ ପରିବାରଙ୍କ ପାଖରେ। ପରିବାର ଲୋକଙ୍କୁ ମିଠା ଖୁଆଇ ଖୁସି ମନାଇଥିଲା ବିଜେପି ଟିମ । 

 

ଗତ ୧୨ ତାରିଖରେ ଟନେଲ ଭିତରେ ରାତି ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ହଠାତ ଘଟିଥିଲା ଅଘଟଣ । ୪୧ଜଣ ଶ୍ରମିକ ସେହି ଟନେଲ ଭିତରେ ଫସି ରହିଥିଲେ ।  ଚାଳିଶ ଚେନ ଗ୍ରାମର ତପନ ମଧ୍ୟ ସେହି ଭିତରେ ଫସି ରହିଥିଲେ ।  ତପନ ନିଜ ବଡ଼ ଭାଇଙ୍କ ସହ ୬ମାସ ପୂର୍ବରୁ ଉତ୍ତର କାଶୀ ବୁଲିବାକୁ ଯାଇଥିଲା । ପରେ ଭାଇର ପରାମର୍ଶରେ ଟନେଲରେ ହେଲ୍ପର ଭାବେ ନିଯୁକ୍ତି ପାଇ କାମ କରୁଥିଲେ । ହେଲେ କିଏ ଜାଣିଥିଲା ଟନେଲ ଭିତରେ ଏମିତି ବିପଦ ଚାହିଁ ରହିଥିବ । କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଟନେଲ ଭିତରୁ ସୁରକ୍ଷିତ ଉଧାର ହେବା ପରେ ଏବେ କେତେବେଳେ ତପନ ଘରକୁ ଫେରିବ ଅପେକ୍ଷାରେ ପୁରା ପରିବାର ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ