ତପନଙ୍କ ଉଦ୍ଧାର ପାଇଁ ଚିନ୍ତାରେ ପରିବାର ଲୋକେ 
by Argus News
Sun, Nov 26 | 1:48 p.m.

ଭଦ୍ରକ : ସମୟ ଗଡି ଚାଲିଛି, ହେଲେ ସରୁନି ଉଧାର କାର୍ଯ୍ୟ । ସଫଳତା ର ଦ୍ୱାରଦେଶ ରେ ଥାଇ ମଧ୍ୟ ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟା ବିଭିନ୍ନ କାରଣ ପାଇଁ ଅଟକି ରହିଛି । ଏମିତି ସମୟରେ ଟନେଲରେ ଫସିଥିବା ଶ୍ରମିକଙ୍କ ପାଇଁ ପରିବାର ଲୋକେ ଧର୍ଯ୍ୟହରା ହୋଇ ଅନାଇବସିଥିବା ବେଳେ ଅନେକ ସ୍ଥାନ ରେ ପୂଜାର୍ଚନା ସହ ଦୀପଦାନ କରାଯାଉଛି ।  ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସାନ କୃଷ୍ଣପୁର ପଂଚାୟତର ଚାଳିଶଚେନ ଗାଁ ର ତପନ ମଣ୍ଡଳ ଙ୍କ ପରିବାର ଏବେ ବି ଚିନ୍ତାରେ । 14 ଦିନ ଧରି ପୁଅ ଟନେଲ ଭିତରେ, ଟନେଲ ଭିତରୁ କଥା ହେଉଛନ୍ତି ତପନ , ଆଉ ଶୀଘ୍ର ଉଦ୍ଧାର ପାଇଁ ଭାଇ କୁ କହିଛନ୍ତି ।

ଏମିତି ସମୟ ରେ 3 ଦିନ ହେବ ଉଦ୍ଧାର ଶେଷ ହେବ ବୋଲି ଶୁଣିବା ପାଇଁ ମିଳୁଛି , କିନ୍ତୁ  ଉଦ୍ଧାର ହେଇ ପାରୁନାହାଁନ୍ତି  ଫସିଥିବା ଶ୍ରମିକ ।  କେବଳ ଭଦ୍ରକ ଜିଲ୍ଲା ର ତପନ ମଣ୍ଡଳ ନୁହେଁ ସମସ୍ତ 41 ଶ୍ରମିକ କେମିତି ଭଲ ରେ ଉଦ୍ଧାର ହୁଅନ୍ତୁ ସଭିଏଁ ଶୁଭ ମନାସୁଛନ୍ତି । ଗାଁ ଗାଁ ରେ ଏବେ ଲୋକେ ମନ୍ଦିର ରେ ଦୀପ ଦାନ କରୁଛନ୍ତି । ବାସୁଦେବପୁର ଶନି ମନ୍ଦିର ରେ ଗ୍ରାମବାସୀ ଏକାଠି ହୋଇ ଦୀପ ଦାନ କରି ଠାକୁର ଙ୍କ ନିକଟ ରେ ପାର୍ଥନା କରିଛନ୍ତି ।  ସମସ୍ତ ଙ୍କ ମନ ରେ ଗୋଟିଏ ଆଶା  ଶୀଘ୍ର ବିପଦ ରୁ ମୁକୁଳି ଯାଆନ୍ତୁ ସମସ୍ତ ଶ୍ରମିକ ।  କଥା ରେ ଅଛି ଧୀର ପାଣି ପଥର କାଟେ , ତେଣୁ ଏବେ ଶୁଭ ଖବର ପାଇଁ ସାମାନ୍ୟ ଧାର୍ଯ୍ୟ ର ଆବଶ୍ୟକତା ଅଛି । ଫସିଥିବା ଶ୍ରମିକ ମାନଙ୍କ ପାଇଁ ସାରା ବିଶ୍ୱବାସୀ ଙ୍କ ପାର୍ଥନା ସଫଳ ହେବ ନିଶ୍ଚିତ । ଏହି ବିଶ୍ୱାସ ଟିକିକୁ ନେଇ ଆମ କୁ ଆଉ କିଛି ସମୟ ଅପେକ୍ଷା କରିବା ପାଇଁ ପଡିବ ।

ଅଧିକ ଦେଖନ୍ତୁ : 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ