ପରିବା ବଜାରରେ 'ମିଗଜୋମ' ଇଫେକ୍ଟ
by Argus News
Fri, Dec 08 | 2:35 p.m.

ଭୁବନେଶ୍ୱର:  ବାତ୍ୟା ମିଗଜୋମ ପ୍ରଭାବରେ ଗଲା ତିନି ଦିନ ଧରି ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ କିଛି କିଛି ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ଚାଷଜମି ଜଳମଗ୍ନ ହୋଇଥିବା ବେଳେ ପରିବା ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପରିବା ଦରରେ ସାମାନ୍ୟ ବୃଦ୍ଧି ଘଟିଛି, ଆଜି ବାଇଗଣ କେଜି ପିଛା ୪୦ରୁ ୬୦ଟଙ୍କା ରହିଥିବା ବେଳେ ବିନ୍ସ କିଲୋ ପ୍ରତି ୬୦ରୁ ୭୦, କ୍ୟାପ୍ସିକମ୍ କିଲୋ ପ୍ରତି ୫୦ରୁ ୭୦, ଶିମ୍ବ କେଜି ପିଛା ୫୦, ଜହ୍ନି କେଜି ପିଛା ୫୦ ଏବଂ ଫୁଲକୋବି ଗୋଟିଏର ଦର ୪୦ଟଙ୍କା ରହିଛି।  ଅଧିକ ଦରରେ ଘରକୁ ପରିବା କିଣି ନେଇଛନ୍ତି ଗ୍ରାହକ।

କାର୍ତ୍ତିକ ମାସ ପରେ ଏବେ ବାତ୍ୟା କାରଣରୁ ପୁଣିଥରେ ପରିବା ଦରବୃଦ୍ଧି ଆଶଙ୍କା କରାଯାଉଛି। ବର୍ତମାନ ପରିସ୍ଥିତିରେ ଲୋକାଲ ପରିବା ଦରରେ ବିଶେଷ ବୃଦ୍ଧି ଘଟିବ ନାହିଁ। ତେବେ ବାତ୍ୟା ପ୍ରଭାବିତ ଆନ୍ଧ୍ର ପ୍ରଦେଶ ସମେତ ଦକ୍ଷିଣ ଓଡ଼ିଶାରୁ ଆମଦାନୀ ହେଉଥିବା କଞ୍ଚା ପରିବା ଦର ଆଗାମୀ ଦିନରେ ବୃଦ୍ଧି ଘଟିବା ନେଇ ଆକଳନ କରିଛନ୍ତି ପରିବା ବ୍ୟବସାୟୀ।...
ଶୀତ ଋତୁ ଆରମ୍ଭରେ ବାତ୍ୟା ଜନିତ ଅଦିନିଆ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ପରିବା ଦର। ସପ୍ତାହେ ଦୁଇ ସପ୍ତାହ ପରେ ପରିବା ଦର ସ୍ବଭାବିକ ହେବାନେଇ ଆଶା ରଖିଛନ୍ତି ଗ୍ରାହକ ଓ ବ୍ୟବସାୟୀ।
ଅଧିକ ଦେଖନ୍ତୁ : 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ