ବଡ଼ ପରଦାରେ ଧୁମ ମଚାଉଛନ୍ତି ଭିକି କୌଶଲ ବନାମ ରଣବୀର କପୁର
by Argus News
Sat, Dec 02 | 11:47 a.m.

ଅର୍ଗସ ବ୍ୟୁରୋ : ଗତ କାଲି ରିଲିଜ ହୋଇଛି ଦୁଇଦୁଇଟି ବିଗ ବଜେଟ ଫିଲ୍ମ । ମୁହାଁମୁହିଁ ହେଇଛନ୍ତି ଭିକି କୌଶଲ ଓ  ରଣବୀର କପୁର । ଭିକି କୌଶଲଙ୍କ ସାମ ବାହାଦୂର ବଡ ପରଦାକୁ ଆସିଥିବା ବେଳେ ରଣବୀର କପୁରଙ୍କ  ବହୁ ପ୍ରତିକ୍ଷିତ ସିନେମା ଆନିମଲ ମୁକ୍ତି ଲାଭ କରିଛି । ଦୁଇଟି ଯାକ ସିନେମା ପରସ୍ପରଠୁ ସମ୍ପୂର୍ଣ୍ଣ ଅଲଗା ମନୋରଞ୍ଜର ହୋଇଥିବା ନେଇ ଜଣା ପଡ଼ିଛି ।

ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କର ବାୟୋପିକ ହେଉଛି ସାମ ବାହାଦୂର । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଯୁଦ୍ଧ ଡ୍ରାମା ଚଳଚ୍ଚିତ୍ରରେ ଭିକି କୌଶଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଫ୍ୟାନ୍ସ ମାନେ ଉତ୍ସାହର ସହିତ ‘ସାମ ବାହାଦୂର’ ରିଲିଜକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ଏହି ଫିଲ୍ମଟି ସିନେମା ହଲରେ ରିଲିଜ ହେବାପରଠାରୁ ଏହା ଦର୍ଶକଙ୍କ ମନକୁ ବେଶ୍ ଛୁଇଁପାରିଛି ।

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

ଆଉ ସେପଟେ ଧୁମ ମଚାଉଛି ରଣବୀର କପୁରଙ୍କ ବହୁ ପ୍ରତିକ୍ଷିତ ସିନେମା ଫିଲ୍ମ ଆନିମଲ । ଏହି ସିନାମାରେ ବାପା ଓ ପୁଅ କାହାଣୀକୁ ଅତି ସୁନ୍ଦରଭାବେ ଉପସ୍ଥାପନା କରାଯାଇଛି । ଫ୍ୟାମିଲି ଡ୍ରାମା, ଇମୋସନ, ରୋମାନ୍ସ, ଆକ୍ସନ ଓ ଥ୍ରୀଲରକୁ ଏହି ସିନାମାରେ ସ୍ଥାନ ଦିଆଯାଇଛି । ସେପଟେ ପ୍ରଥମ ଥର ପାଇଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମୀକା ମନ୍ଦାନାଙ୍କ ସହ ରଣବୀରଙ୍କ ଅନସ୍କ୍ରିନ ଯୋଡିକୁ ଦର୍ଶକ ବେଶ ପସନ୍ଦ କରଥିବା ଜଣା ପଡ଼ିଛି ।

ମେଘନା ଗୁଲଜାର ନିର୍ଦ୍ଦେଶିତ ସିନେମା ସାମ ବାହାଦୂର ସବୁ ବର୍ଗର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ, ପ୍ରଥମ ଦିନରେ ସିନେମାକୁ ମିଳିଛି ଆଶାଠୁ ଅଧିକ ଭଲ ପାଇବା ମିଳିଛି । ଦେଖିବାକୁ ବାକି ରହିଲା କୋଉ ଫିଲ୍ମ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବାରେ ସଫଳ ହେଉଛି  ।

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି