ଭୋଟ୍‌ ପାଇଁ ଖଣ୍ଡପଡାରେ ଖଣ୍ଡା ବୁଲାଉଛି ବିଜେଡି
by Argus News
Fri, May 24 | 9:50 p.m.

ଅର୍ଗସ ବ୍ୟୁରୋ: ଦିନଦ୍ଵିପ୍ରହରରେ କେମିତି ବିଚ୍‌ ରାସ୍ତାରେ ଖଣ୍ଡା ବୁଲାଉଛନ୍ତି ବିଜେଡି କର୍ମୀ । ରାତି ପାହିଲେ ନିର୍ବାଚନ ହେବ, ମତାମତ ସାବ୍ୟସ୍ତ କରିବେ ଜନତା । ହେଲେ ଏବେ ସ୍ଥିତି ଏମିତି ଯେ ବିଜେଡି ସପକ୍ଷରେ ଆଦୌ ଜନମତ ନାହିଁ । ତେଣୁ କେମିତି ନିର୍ବାଚନରେ ବିଜୟ ହେବ ସେନେଇ କଳବଳେ କୌଶଳେ ବିଜୟ ହେବାକୁ ଚେଷ୍ଟା କରୁଛି ଶାସକ ଦଳ । ସେଇଥି ଲାଗି ତ ଏମିତି ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରୁଛି ବିଜେଡି ।

ନିର୍ବାଚନ ଜିତିବାକୁ କୌଣସି ସୀମାସରହଦ ମାନୁନି ଶାସକ ଦଳ । କାରଣ ଗତକାଲି ଖଣ୍ଡପଡାରେ ଭୋଟ ପଡ଼ିବ । ହାତରେ ଆଉ ୨୪ ଘଂଟାର ସମୟ ବି ନାହିଁ । କିନ୍ତୁ ଆଜି ଖଣ୍ଡପଡ଼ାରେ ଖଣ୍ଡା ବୁଲାଇଲା ବିଜେଡି । ଗାଁ ଦାଣ୍ଡରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇଛନ୍ତି ବିଜେଡି କର୍ମୀ । ଅଭିଯୋଗ ଅନୁସାରେ, ଟଙ୍କା ନେବାକୁ ବାରଣ କରିବାରୁ ଗାଁରେ ଖଣ୍ଡା ବୁଲିଛି । ଏ ଦୃଶ୍ୟ ହେଉଛି ଭାପୁର ବ୍ଳକର, ଯେଉଁଠି ବିଜେଡି ଏବେ ଦୁଇ ଫାଳ ହୋଇଛି । ସେଇଥି ଲାଗି ତ ୨ ଗୋଷ୍ଠୀଙ୍କ ମଧ୍ୟରେ ବଢୁଛି ଗୋଷ୍ଠୀ କନ୍ଦଳ । ଭୋଟ ଦେବାକୁ ବିଜେଡିର ଗୋଟିଏ ଗୋଷ୍ଠୀ ଗାଁରେ ଟଙ୍କା ବାଣ୍ଟିଥିଲେ । ଟଙ୍କା ନେବାକୁ ବାରଣ କରିବାରୁ ଗାଁରେ ଖଣ୍ଡା ଭୁଜାଲି, ଠେଙ୍ଗା ଭଳି ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିଥିଲେ ବିଜେଡି କର୍ମୀ । 

ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ନିର୍ବାଚନ କମିଶନ ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ବି ଛକଛକରେ ବ୍ଲକିଂ ଚେକିଂ କରୁଛି । କିନ୍ତୁ ଏହା ପରେ ବି କେମିତି ବ୍ୟାଗ ବ୍ୟାଗ ଟଙ୍କା ବିଜେଡି ବାଲା ବାଣ୍ଟିଲେ ? କେମିତି ଲୋକଙ୍କୁ ଧମକଚମକ ଦେଲେ ? ପୋଲିସ କେମିତି କିଛି ଜାଣିପାରିଲା ନାହିଁ ? ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । କାରଣ ପୂର୍ବରୁ ବି ବିଜେଡି ଟଙ୍କା ବାଣ୍ଟୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । କ୍ୟାମେରା ପଡୁପଡୁ ବିଲରେ ଧାଇଁଥିଲେ ବିଜେଡି କର୍ମୀ । ହେଲେ ଆଜି ଖଣ୍ଡପଡାରେ ଯେମିତି ଘଟଣା ସାମ୍ନାକୁ ଆସିଥିଲା ତାହାକୁ ନେଇ ଅସନ୍ତୋଷ ବଢିଛି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ