ପାଣି ପାଇଁ ହନ୍ତସନ୍ତ ଦୁର୍ଗମବାସୀ
by Argus News
Wed, Apr 10 | 6:46 p.m.

କୋରାପୁଟ:  ପାଣି ଟାଙ୍କି ନାଁରେ କୋଡିଏ ଲକ୍ଷ୍ୟ ଟଙ୍କା ଚଳୁ।  ମାଇନିଂ ଖଣି ନାଲକୋ ଖଣି ଅଞ୍ଚଳରେ ଜଳ ଯନ୍ତ୍ରଣା। ଜଳ ମିଶନ ସଫଳ କରିବାକୁ ଆସି ଖୋଦ ଠିକାଦାର ଓ ଯନ୍ତ୍ରୀ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ତଳରଙ୍ଗପାଣି କୁ ପାଣି ଚିନ୍ତା...ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ। ଦୁର୍ଗମର ଏହି ଅଞ୍ଚଳରେ ପହଞ୍ଚି ପାରିନି ସରକାରଙ୍କର ବସୁଧା ଯୋଜନା।  ଝରଣା ଭରସାରେ ଦିନ କାଟୁଛନ୍ତି ଅଞ୍ଚଳବାସୀ। ରାତି ପାହିଲେ ଲୋକଙ୍କର ଏଠି ପାଣି ଚିନ୍ତା। ମେଳିହୋଇ ଗାଁ ଲୋକେ ଯାନ୍ତି ଝରଣାକୁ ପାଣି ଆଣିବା ପାଇଁ। ଏହି ଝରଣା ପାଣି ପିଇବା ସହ ଦୈନନ୍ଦିନ ଜୀବନରେ ମଧ୍ୟ ବ୍ୟବହାର କରନ୍ତି ତଳରଙ୍ଗପାଣିବାସୀ।

କୋରାପୁଟ ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିପଦର ପଞ୍ଚାୟତର ତଳରଙ୍ଗପାଣି।  2021-2022 ମସିହାରେ ବିଶୁଦ୍ଧ ପାନୀୟ ପ୍ରକଳ୍ପ ଜିଲ୍ଲା ଖଣିଜ ପାଣ୍ଠି ରେ କୋଡିଏ ଲକ୍ଷ୍ୟ ଟଙ୍କା ମଞ୍ଜୁରୀ ହୋଇଥିଲା। କିନ୍ତୁ ବାସ୍ତବରେ ଓଲଟା ଚିତ୍ର ଦେଖା ଯାଉଛି। ଦୁଇଟି ପ୍ଲାଷ୍ଟିକ ଟାଙ୍କି ଲଗାଇ  ମାଟି ଉପରେ ପାଇପ୍ ବିଞ୍ଚାଇ ଲୁଟିନେଲେ ଠିକାଦାର ଓ ଯନ୍ତ୍ରୀ । ଯେଉଁଥି ପାଇଁ ସମସ୍ୟାର ସମ୍ମୂକିନ ହେଉଛନ୍ତି ଗ୍ରାମବାସୀ ।  ଦୁର୍ଗମବାସୀଙ୍କ ପାଇଂ ସରକାରଙ୍କ ଯୋଜନା ପରେ ଯୋଜନା ମାତ୍ର ଏହାର ଲାଭ ପାଉନାହାନ୍ତି ଦୁର୍ଗମବାସୀ। ଯେଉଁଠି ପାଣି ପାଇଁ ଲୋକେ ହନ୍ତସନ୍ତ ସେଠି ଅନ୍ୟ ସୁବିଧା କଥା କିଏ ପଚାରେ..

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

EMPLOYEES
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ
BAJRANG PARTY
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ