ଆଶ୍ଚର୍ଯ୍ୟ ! ଏକାଠି ରହୁଛନ୍ତି ବାଘ-ଛେଳି-ଭାଲୁ-ମଣିଷ
by Argus News
Wed, Oct 16 | 4:59 p.m.

ଅର୍ଗସ ବ୍ୟୁରୋ: ବାଘ ଭାଲୁ ନାଁ ଶୁଣିଲେ ମନରେ ଭୟ ସଂଚାର ହୁଏ । କାରଣ ସେମାନେ କେତେ ହିଂସ୍ର ତାହା କାହାକୁ ବି ଅଛପା ନାହିଁ । ଥରେ ଚିନ୍ତା କରନ୍ତୁ ତ ? ଯଦି ଗୋଟିଏ ସ୍ଥାନରେ ବାଘ, ଭାଲୁ, ଛେଳିଙ୍କ ସହ ମଣିଷ ରହୁଛନ୍ତି ତାହା ପୁଣି ଗୋଟିଏ ସ୍ଥାନରେ । ଅବଶ୍ୟ କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ଘଟଣା ପୁରା ସତ । ସେଇଥି ଲାଗି ତ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । 

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି କି, ଗୋଟିଏ ଜାଗାରେ ସମସ୍ତେ ଏକାଠି ହୋଇ ରହୁଛନ୍ତି । କେହି କାହାର କ୍ଷତି ବି କରୁନାହାନ୍ତି । ପ୍ରଥମେ ଦୁଇଟି କଲରାପତରିଆ ବାଘ ଦୁଇଟି ଆସି ବୁଲୁଥିଲେ ପରେ ପରେ ତିନିଟି ଭାଲୁ ଆସି ସେହି ଅଂଚଳରେ ଆସି ବୁଲିଲେ । ଆଉ କିଛି ସମୟ ପରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା ତାହା ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । କାରଣ ଛେଳି ଚରାଳୀ ନିଜର ଛେଳି ପଲଙ୍କୁ ନେଇ ସେହି ରାସ୍ତାରେ ଗଲେ । ପରେ ପରେ ମହାବଳ ବାଘ ବି ସେହି ସ୍ଥାନରେ ଆସି ପହଞ୍ଚିଥିଲା । କିନ୍ତୁ ଆଶ୍ଚର୍ଯ୍ୟ ସେବେ ଲାଗିଥିଲା ଯେବେ କେହି କାହାର କୌଣସି କ୍ଷତି କରିନଥିଲେ । ଏ ସବୁର ଭିଡିଓ ସେହି ଅଂଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଯାହା ଏବେ ଭାରି ଭାଇରାଲ ହେଉଛି । ୱାଇଲ୍ଡ ୱାର୍ଲ୍ଡ ଇଣ୍ଡିଆ ପକ୍ଷରୁ ଏହି ଭିଡିଓ ସେୟାର କରାଯାଇଛି । 

ଅନେକ ସମୟରେ ଏମିତି କାହାଣୀ ସାମ୍ନାକୁ ଆସେ ଯେଉଁଠି ମଣିଷ ନିରୀହ ପଶୁଙ୍କୁ ଆକ୍ରମଣ କରେ । ଖାଲି ଆକ୍ରମଣ କରେ ତାହା ନୁହେଁ ବରଂ ଜୀବନ ନେବାକୁ ବି ପଛାଏ ନାହିଁ । କେବଳ ଏମିତି ଘଟଣା ଓଡ଼ିଶାରେ ନୁହେଁ ବରଂ ଦେଶରେ ବି ଘଟୁଛି । ଯାହାକୁ ନେଇ ପରିବେଶବିତ୍‌ ଓ ପଶୁପ୍ରେମୀ ବି ଚିନ୍ତାରେ ପଡିଛନ୍ତି । ହେଲେ ଏହି ଭିଡିଓ ଭାଇରାଲ ହେବା ପରେ ଗୋଟିଏ କଥା ସ୍ପଷ୍ଟ ପଶୁ ହିଂସ୍ର ହେଲେ ବି ସେମାନଙ୍କୁ ଆଘାତ୍‌ ନଦେଲେ ସେମାନେ ବି ଆକ୍ରମଣ କରିବେ ନାହିଁ ।
 

ଆଦାନୀ
ଆଦାନୀ କିଣିଲା ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ
ଅର୍ଗସ ବ୍ୟୁରୋ:ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ କିଣିଲା ଆଦାନୀ ଏଣ୍ଟରପ୍ରାଇଜ୍ରସ ଲିମିଟେଡ୍। ଫଳରେ ଆଦାନୀ ଗ୍ରୁପର ସହାୟକ କମ୍ପାନୀ ଆଦାନୀ ଏୟାରପୋର୍ଟ ହୋଲ୍ଡିଂ ଲିମିଟେଡ
ଲିଜେଣ୍ଡସ୍ ଲିଗ୍
ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ସଦର୍ଣ୍ଣ  ସୁପରଷ୍ଟାର ସହ କୋଣାର୍କ ସୂର୍ଯ୍ୟାସ୍ ସହ ଫାଇନାଲ୍ ମୁକାବିଲା
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ । ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ଚାଲିଛି ଫାଇନାଲ୍ ମ୍ୟାଚ୍। ଶକ୍ତିଶାଳୀ ସଦର୍ଣ୍ଣ ସୁପରଷ୍ଟାର ସହ ହେଉଛି କୋଣାର୍କ ସୂର୍ଯ୍ୟାସ
ରାଜଧାନୀରେ ଲୁଟ ଅପରେସନ
ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍, ୬ସାଇବର ଠକଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ
ଅର୍ଗସ ବ୍ୟୁରୋ:ଯମତରା ଗ୍ୟାଙ୍ଗ ଷ୍ଟାଇଲରେ ରାଜଧାନୀରେ ଲୁଟ ଅପରେସନ୍। ଆପାର୍ଟମେଣ୍ଟରେ କଲସେଣ୍ଟର କରି ଲୁଟୁଥିଲେ ସାଇବର ମାଫିଆ। ଫ୍ଲୁଏଣ୍ଟ ଇଂଲିସରେ ଆମେରିକା, ଚୀନ, ଇଂଲଣ୍ଡ ଲୋକଙ୍କ