ଏଲିମିନେଟର ମ୍ୟାଚ୍ ପୂର୍ବରୁ ଅଭ୍ୟାସ କରିଲେନି ବିରାଟ: ବଢ଼ିଲା ଚର୍ଚ୍ଚା
by Argus News
Wed, May 22 | 6:32 p.m.

ଅର୍ଗସ ବ୍ୟୁରୋ: ଆଜି ହେଉଛି ବଡ଼ ମ୍ୟାଚ ଏହା ଭିତରେ ଆରସିବି ଟିମକୁ ନେଇ ଏକ ବଡ଼ କଥା ଚଚ୍ଚା ହେଉଛି। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏଲିମିନେଟର ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ରାଜସ୍ଥାନ ରୟାଲ୍ସ (RR)। ଏହି ମ୍ୟାଚକୁ ନେଇ ପ୍ରଶଂସକଙ୍କ ଉତ୍ସାହ ରହିଥିବା ବେଳେ ଆରସିବିର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ଖବର ଆସିଛି। କୁହାଯାଉଛି ‌ଯେ, ବିରାଟ ଓ ଆରସିବି ଦଳକୁ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଧମକ ଦେଇଛନ୍ତି। ଏହି କାରଣରୁ ସେ ଅଭ୍ୟାସ କରିନାହାନ୍ତି।

ଆଜି ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଥିବା ବେଳେ ଅଭ୍ୟାସ କରି ନ ଥିଲା ଆରସିବି। ବିରାଟ କି ଅନ୍ୟ କୌଣସି ଖେଳାଳି ଅଭ୍ୟାସ ପାଇଁ ଆସି ନ ଥିଲେ। ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଧମକ ଦେଇଥିବାରୁ ଦଳ ଅଭ୍ୟାସ ନ କରିବାକୁ ନିଷ୍ପତ୍ତି ନେଇଥିବା କଥା କୁହାଯାଉଥିଲା। ହେଲେ ଏବେ ପ୍ରକୃତ କାରଣ ସାମ୍ନାକୁ ଆସିଛି।
ସୂଚନା ମିଳିଛି ଯେ, ବିରାଟ ବା ଆରସିବିକୁ କୌଣସି ପ୍ରକାରର ଧମକ ମିଳିନାହିଁ। ଅଧିକ ଖରା ହେଉଥିବାରୁ ଆରସିବି ଟିମ୍ ଅଭ୍ୟାସ କରିବାକୁ ଆସି ନ ଥିଲେ। ଅଭ୍ୟାସ ସମୟ ଦିନ ୨ଟାରୁ ୫ଟା ପର୍ଯ୍ୟନ୍ତ ଥିଲା। ହେଲେ ତାପମାତ୍ରା ୪୫ଡିଗ୍ରୀରୁ ଅଧିକ ଥିବାରୁ ଦଳ ଅଭ୍ୟାସ କରିବାକୁ ଇଚ୍ଛ‌ା ପ୍ରକାଶ କରି ନ ଥିଲା।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

SONAKSHI SINHA
26m ago
ନିକାହ କରିବେ ଦବଙ୍ଗ ଗର୍ଲ...
ଅର୍ଗସ ବ୍ୟୁରୋ: ସୋନାକ୍ଷୀ ସିହ୍ନା ହେବେ ମୁସଲମାନ। ଯେଉଁ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋନାକ୍ଷୀ ତାଙ୍କ ବିବାହ ପୂର୍ବରୁ ମୁସଳମାନ ଧର୍ମ ଗ୍ରହଣ କରିବେ ଓ ତାଙ୍
ବ୍ୟବସାୟୀ ମୃତ
27m ago
ବାଣ ବିସ୍ଫୋରଣରେ ବ୍ୟବସାୟୀ ମୃତ
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଗାଁରେ ବାଣ ବିସ୍ଫୋରଣ। ବାଣ ବିସ୍ଫୋରଣ ଘଟି ଜଣେ ବାଣ ବ୍ୟବସାୟୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣ
COCONUT WATER
30m ago
ଓଜନ କମାଇବ ନଡିଆ ପାଣି
ଅର୍ଗସ ବ୍ୟୁରୋ: ନଡ଼ିଆ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି କୁହାଯାଏ । ଯଦି ଏହା ଠିକ୍ ସମୟରେ ଖିଆଯାଏ ଶରୀରରେ ଅନେକ ଲାଭ ପାଇପାରେ । ଯଦି କିଛି ଠିକ୍ ସମୟରେ ଖିଆଯାଏ ତେବ