ଉଡାଣ ଲଗାତର ରଦ୍ଦ ଏବଂ ବିଳମ୍ବ ଯୋଗୁଁ ନିଆଗଲା ଏମିତି ନିଷ୍ପତ୍ତି
by Argus News
Thu, Apr 04 | 11:47 a.m.

ଅର୍ଗସ ବ୍ୟୁରୋ : ପୁଣି ବାତିଲ ହେଲା ଭିସ୍ତାରା ଏୟାରଲାଇନ୍ସର ଅନେକ ବିମାନ । ଗତ କାଲି ଭିତରେ ପ୍ରାୟ ୧୦୦ରୁ ଅଧିକ ବିମାନ ବାତିଲ ହେବା ସହ ପ୍ରାୟ ୧୬୦ରୁ ଉର୍ଦ୍ଧ୍ବ ବିମାନ ବିଳମ୍ବରେ ହୋଇଥିବା ମଧ୍ୟ ଜଣାପଡିଛି । ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ସୂଚନା ଅନୁସାରେ, ୧୫ଟି, ଦିଲ୍ଲୀରୁ ୧୨ ଏବଂ ବେଙ୍ଗାଲୁରୁରୁ ୧୧ଟି ବିମାନ ବାତିଲ ହୋଇଛି । ତେବେ ଭିସ୍ତାରା ଏୟାରଲାଇନ୍ସରର ଏପରି ସମସ୍ୟା ନେଇ ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ କ୍ରୁ ମେମ୍ବରଙ୍କ ସଂଖ୍ୟା କମ୍ ଥିବା କାରଣରୁ ଭିସ୍ତାରା ଏୟାରଲାଇନ୍ସ ବିମାନ ବାତିଲ ଏବଂ ଉଡ଼ାଣ ବିଳମ୍ବ ହେଉଛି । ଆମର ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ଆମେ ସ୍ୱୀକାର କରୁଛୁ, ଏଥିପାଇଁ ଆମେ ଚିନ୍ତିତ । ଯେଉଁମାନେ ଟିକେଟ୍ କରିଥିଲେ ସେମାନଙ୍କୁ ରିଫଣ୍ଡ ହୋଇଯିବ ବୋଲି ଭିସ୍ତାରା ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର

ଅନ୍ୟପଟେ ବିମାନ ଉଡ଼ାଣ ବାତିଲ ଏବଂ ପ୍ରମୁଖ ବିଳମ୍ବ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିସ୍ତାରା ଏୟାରଲାଇନ୍ସ ନିକଟରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ନୂତନ ବ୍ୟବସ୍ଥା ଅନୁଯାୟୀ ଭିସ୍ତାରା ପାଇଲଟମାନେ ୪୦ ଘଣ୍ଟା ଉଡ଼ାଣ ପାଇଁ ଏକ ନିର୍ଦ୍ଦିଷ୍ଟ ଦରମା ପାଇବେ । ଆହୁରି ମଧ୍ୟ, ଅତିରିକ୍ତ ଘଣ୍ଟା ଉଡ଼ାଣ ପାଇଁ ସେମାନଙ୍କୁ ପୃଥକ ଭାବରେ ପ୍ରଦାନ କରାଯିବ । ସମ୍ପ୍ରତି, ଭିସ୍ତାରା ପାଇଲଟମାନଙ୍କୁ ପ୍ରତି ବିମାନରେ ୭୦ ଘଣ୍ଟା ଉଡାଣ ପାଇଁ ଦରମା ପ୍ରଦାନ କରାଯାଏ । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ