ହିନ୍ଦୁ ଆସ୍ଥା ହିଁ ଏହି ଦୌଡ଼ରେ ସାମିଲ ହେବାକୁ ସ୍ୱତନ୍ତ୍ରତା ଓ ପ୍ରେରଣା ଦେଇଛି: ରାମାସ୍ୱାମୀ
by Argus News
Mon, Nov 20 | 7:41 a.m.

ଅର୍ଗସ ବ୍ୟୁରୋ:  ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଆଶାୟୀଙ୍କର ହିନ୍ଦୁତ୍ୱ ସମ୍ପର୍କରେ ବୟାନକୁ ନେଇ ଚର୍ଚ୍ଚା। ଆମେରିକାରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଦୌଡ଼ରେ ସାମିଲ ଅଛନ୍ତି ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ୱାମୀ ।ସେ କହିଛନ୍ତି ହିନ୍ଦୁ ଆସ୍ଥା ହିଁ ତାଙ୍କୁ ଏହି ଦୌଡ଼ରେ ସାମିଲ ହେବାକୁ ସ୍ବତନ୍ତ୍ରତା ଓ ପ୍ରେରଣା ଦେଇଛି। ରାମାସ୍ୱାମୀ ଆହୁରି କହିଛନ୍ତି ସେ ରାଷ୍ଟ୍ରପତି ହେଲେ ଏହି ମୂଲ୍ୟବୋଧକୁ ଅଗ୍ରାଧିକାର ଦେବେ, ଯାହା କୌଣସି ଧର୍ମ ମଧ୍ୟରେ ସୀମିତ ନୁହେଁ। ଏହା ଆମେରିକାରେ ଧାର୍ମିକ ଆସ୍ଥା, ପରିବାର, କଠିନ ପରିଶ୍ରମ ଓ ଦେଶଭକ୍ତିର ମୂଲ୍ୟବୋଧକୁ ମଜବୁତ କରିବ। ଶନିବାର ଆମେରିକାରେ ଆୟୋଜିତ ଦି ଫ୍ୟାମିଲି ଲିଡର ଫୋରମ ନାମକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ରାମାସ୍ୱାମୀ ।

ଜଣେ ଟେକ୍ନୋଲୋଜି ଉଦ୍ୟୋଗୀ 38 ବର୍ଷ ବୟସ୍କ ରାମାସ୍ୱାମୀ ଇସାୟୀ ଧର୍ମାବଲମ୍ବୀଙ୍କ ସାମ୍ନାରେ ନିଜର ହିନ୍ଦୁ ଆସ୍ଥା ସମ୍ପର୍କରେ ଆଲୋଚନା କଲେ, କହିଲେ କେମିତି ତାଙ୍କ ମଧ୍ୟରେ ଇସାୟୀ ଧର୍ମ ଭଳି ସମାନ ମୂଲ୍ୟବୋଧ ସୃଷ୍ଟି କରିଛି। ସେ କହିଲେ, ମୋ ଆସ୍ଥା ମୋତେ ସ୍ବାଧୀନତା ଦିଏ, ମୋ ଆସ୍ଥା କାରଣରୁ ହିଁ ମୁଁ ରାଷ୍ଟ୍ରପତି ପଦ ଦୌଡ଼ରେ ସାମିଲ ହେବାର ପ୍ରେରଣା ପାଇଛି। ମୁଁ ଜଣେ ହିନ୍ଦୁ ମୋର ବିଶ୍ବାସ ଯେ ଈଶ୍ବରଙ୍କ ଉପରେ ବିଶ୍ବାସ ଏକ ସତ୍ୟ। ଈଶ୍ବର ଆମକୁ ଏକ ଉଦ୍ଦେଶ୍ୟରେ ପଠାଇଛନ୍ତି। ଈଶ୍ବରଙ୍କ ଉଦ୍ଦେଶ୍ୟକୁ ସାକାର କରିବା ଆମର କର୍ତ୍ତବ୍ୟ।

ବିଦେଶ ଖବର ଆହୁରି ପଢନ୍ତୁ

ED
5m ago
୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି
ଅର୍ଗସ ବ୍ୟୁରୋ: ବିଜେଡିରେ ଛନକା । ୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଲା ୧୨ କୋଟିପତି ସରକାରୀ ବାବୁଙ୍କ ମାମଲା । ଇଡି ପକ୍ଷରୁ ସେସବୁ ମାମଲା
ସର୍ବଭାରତୀୟ ନିଟ
29m ago
ସର୍ବଭାରତୀୟ ନିଟ ପରୀକ୍ଷାରେ ସଫଳ ହେବା ସହ ଡାକ୍ତର ହେବେ ଦିପୁ
ଅର୍ଗସ ବ୍ୟୁରୋ: ଜୀବନର ସଂଘର୍ଷ ତାଙ୍କୁ ଶିଖାଇଦେଇଛି ବଞ୍ଚିବା। ଯେଉଁ ବୟସରେ ବାପାଙ୍କ ହାତ ଧରି ଏ ଦୁନିଆକୁ ଦେଖିବା କଥା। ସେ ବୟସରେ ବିଧାତା ବି ତାଙ୍କୁ କଷଣ ଦେଇଛି। କିନ୍ତୁ ବାପାଙ୍
ମାଓ ପ୍ରବଣ ଅଞ୍ଚଳରେ
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ