ବିଜେଡିରେ ପାଣ୍ଡିଆନଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ
by Argus News
Mon, Nov 27 | 8:15 p.m.

ଅର୍ଗସ ବ୍ୟୁରୋ: ଓଡିଶା ରାଜନୀତିରେ ଏଣ୍ଟ୍ରି ମାରିଲେ ଭି.କେ ପାଣ୍ଡିଆନ୍ । ସରକାରୀ ଚାକିରିରୁ ଅବସର ନେବାର ମାସକ ମଧ୍ୟରେ ଶଙ୍ଖ ଫୁଙ୍କିଛନ୍ତି କାର୍ତ୍ତିକ । ପାଣ୍ଡିଆନ୍ ଙ୍କ ପାଇଁ ଆଜି ସକାଳୁ ନବୀନ ନିବାସରେ ଜମିଥିଲା ଗହଳି ଚହଳି । ଦଳର ସମସ୍ତ ବରିଷ୍ଠ ଓ ଛାମୁଆ ସଦସ୍ୟ ପହଞ୍ଚିଥିଲେ ନବୀନ ନିବାସରେ । ପରେ ପରେ ପହଞ୍ଚିଥିଲେ ପାଣ୍ଡିଆନ୍ । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ, ଭି.କେ ଙ୍କ ସାର୍ଟରେ ଲଗାଇଥିଲେ ଶଙ୍ଖ ବ୍ୟାଚ୍  ।

ପାଣ୍ଡିଆନ୍ ଙ୍କ ସାମିଲ ହେବା ପରେ ନବୀନ ନିବାସରୁ ବାହାରି ଧାଡି କରି ଜଣେ ପରେ ଜଣେ ନେତା ରଖିଥିଲେ ନିଜ ପ୍ରତିକ୍ରିୟା । ନବୀନ ନିବାସରେ ବିଜେଡିରେ ସାମିଲ ହେବା ପରେ ଶଙ୍ଖ ଭବନରେ ପହଞ୍ଚିଥିଲେ ପାଣ୍ଡିଆନ୍ । ସ୍ବାଗତ ଜଣାଇବା ସହ ଶଙ୍ଖ ଭବନ ଭିତରକୁ ପାଛୋଟି ନେଇଥିଲେ ନେତା ଓ କର୍ମୀ ।  ଦଳ ପକ୍ଷରୁ ଚାଲିଥିବା ରକ୍ତଦାନ ଶିବିରରେ ସାମିଲ ହେବା ସହ ଶଙ୍ଖ ଭବନରେ ପ୍ରସ୍ତୁତ ହୋଇଥିବା ତାଙ୍କ ଚ୍ୟାମ୍ବରରେ ଜଣେ ପରେ ଜଣେ ନେତାଙ୍କୁ ଭେଟିଥିଲେ କାର୍ତ୍ତିକ । 

ପରେ ପରେ ରାଜଧାନୀରୁ ବାହାରି ସିଧାସଳଖ ପହଞ୍ଚିଥିଲେ ଗଞ୍ଜାମ ଜିଲ୍ଲାରେ । ସେଠାରେ ମା ତାରା ତାରେଣୀଙ୍କୁ ଦର୍ଶନ କରିଥିଲେ । ଏପରିକି ଦଳୀୟ କର୍ମୀଙ୍କୁ ଭେଟିବା ସହ ଫଟୋ ବି ଉଠାଇଥିଲେ । 

ପାଣ୍ଡିଆନ୍ ଙ୍କ ରାଜନୈତିକ ମଇଦାନରେ ଏଣ୍ଟ୍ରି ପରେ ସରଗରମ ରାଜ୍ୟ ରାଜନୀତି । ଇସ୍ତଫା ଦେବା ପୂର୍ବରୁ 30 ଜିଲ୍ଲା ବୁଲିଥିଲେ ପାଣ୍ଡିଆନ । ସରକାରୀ ଖର୍ଚ୍ଚରେ ବାବୁଙ୍କ ଜିଲ୍ଲାବୁଲାକୁ ନେଇ ସୃଷ୍ଟିହୋଇଥିଲା ବିବାଦ । ଅଭିଯୋଗ ଶୁଣାଣିବାବଦ ଖର୍ଚ୍ଚ ଓ ହେଲିକପଟରରେ ଜିଲ୍ଲାବୁଲା ଖର୍ଚ୍ଚର ତୁଳନାତ୍ଖକ ଚିତ୍ର ଦେଇ ବରିଷ୍ଠ ସାମ୍ବାଦିକ କରିଥିଲେ କଟାକ୍ଷ ଆଉ  ବିରୋଧୀ ସାଧିଥିଲେ ସିଧା ନିଶାନା । 

ବିଜେଡିରେ ସାମିଲ ହେବା ପରେ ପାଣ୍ଡିଆନ୍ ସିଧାସଳଖ ଗଞ୍ଜାମ ଯିବା ଅନେକ କିଛି ସଙ୍କେତ ଦେଉଥିବା ଚର୍ଚ୍ଚା ହେଉଛି । କୁହାଯାଉଛି ଗଞ୍ଜାମର ଯେ କୌଣସି ଏକ ଆସନରୁ ନିର୍ବାଚନ ଲଢି ପାରନ୍ତି ଭି.କେ ପାଣ୍ଡିଆନ୍ । 

ନବୀନ ନିବାସରେ ବିଜେଡିରେ ମିଶିଲେ ଭିକେ ପାଣ୍ଡିଆନ୍
 

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021