ପାଣ୍ଡିଆନଙ୍କ ପୋଜିସନ୍‌ କଣ ?  ନେତା ନା ମନ୍ତ୍ରୀ ?
by Argus News
Thu, Apr 04 | 7:07 p.m.

ଅର୍ଗସ ବ୍ୟୁରୋ: ପାଣ୍ଡିଆନ ନେତା ନା ଅଫିସର ? ନିୟମ ଅନୁସାରେ ସେ ଚାକିରି ଛାଡିବା ପରେ ଏବେ ନେତା । ହେଲେ ତଥ୍ୟ କହୁଛି, ସିଏ ରାଜ୍ୟର ଏବେ ବି ନମ୍ବର ୱାନ ଅଫିସର । ଏ କଥା ଆମେ ନୁହେଁ ବରଂ ସିଏମଓ ଅଫିସର ତଥ୍ୟ ହିଁ କହିଛି । ଖାଲି ଏତିକି ନୁହେଁ ବରଂ ପାର୍ଟି ଟିକଟ ବଂଟାରେ  ପାଣ୍ଡିଆନଙ୍କର ହସ୍ତକ୍ଷେପ ରହୁଛି । ବିଜେଡିର ରାଜନୈତିକ କାର୍ଯ୍ୟକ୍ରମରେ ବି ସିଧାସଳଖ ପାଣ୍ଡିଆନ ହସ୍ତକ୍ଷେପ କରୁଛନ୍ତି । ବାସ୍ତବରେ କହିବାକୁ ଗଲେ ସେ ସବୁକିଛି ନିୟନ୍ତ୍ରଣ କରୁଛନ୍ତି । କିନ୍ତୁ ଏହାପରେ ବି ଅଫିସର ଲିଷ୍ଟରେ ତାଙ୍କ ନାଁ କେମିତି ରହିଲା ତାହାକୁ ନେଇ ଉଠିଲାଣି ପ୍ରଶ୍ନ ।

ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ପ୍ରଶାସନିକ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ପାଣ୍ଡିଆନ । ହେଲେ ଏହାପରେ ବି ଅଫିସର ଲିଷ୍ଟରେ ତାଙ୍କ ନାଁ କେମିତି ରହିଛି ତାହାକୁ ନେଇ ଏବେ ଉଠିଲାଣି ପ୍ରଶ୍ନ । ଖାଲି ଏତିକି ନୁହେଁ ବରଂ ପାଣ୍ଡିଆନଙ୍କୁ ତୁରନ୍ତ 5T ଅଧ୍ୟକ୍ଷ ପଦରୁ ବହିଷ୍କାର କରିବା ପାଇଁ ଦାବି କରିଛି ବିଜେପି । 

ନିର୍ବାଚନୀ ସମୟ
ବିବାଦରେ ପାଣ୍ଡିଆନ

ନିର୍ବାଚନ ସମୟରେ ପୁଣି ପାଣ୍ଡିଆନଙ୍କୁ ନେଇ ବଢିଲା ବିବାଦ । କାରଣ ପାଣ୍ଡିଆନ ସବୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ପ୍ରାର୍ଥୀଙ୍କୁ ଟିକେଟ ଦେଉଛନ୍ତି ଏବଂ ଦଳ ପରିଚାଳନା କରୁଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଅଫିସର ଲିଷ୍ଟରେ ବିଜେଡ଼ି ନେତା ପାଣ୍ଡିଆନ ରହିପାରିବେ କି ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର ଟିକେଟ ବାଣ୍ଟିବା କିମ୍ବା ଦଳୀୟ ସଭାରେ ଭାଷଣ ଦେବା କେବେ ଦେଖା ଯାଏ ନାହିଁ । ପାଣ୍ଡିଆନ ଅଫିସର ନାଁ ନେତା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ମୁଖ୍ୟ ଶାସନ ସଚିବଙ୍କ ଠାରୁ ଉତ୍ତର ମାଗିଛି ଦଳ । 

ଆରଟିଆଇ କର୍ମୀମାନେ ପାଣ୍ଡିଆନଙ୍କ ସୁରକ୍ଷା ନେଇ ଗଣମାଧ୍ୟମ ଆଗରେ ତଥ୍ୟ ରଖିଥିଲେ । ଏହା ଉପରେ ପାଣ୍ଡିଆନ ଏବେ ଯାଏଁ ପ୍ରତିକ୍ରିୟା ଦେଇନାହାନ୍ତି । ପ୍ରେସମିଟ୍ କରିବା ପାଇଁ ଓଡ଼ିଶା ପୋଲିସକୁ କିଏ ଚାପ ପକାଇଲା ? ଓଡ଼ିଶା ପୋଲିସ ବିଜେଡ଼ି ନିର୍ବାଚନ ଜିତିବା ପାଇଁ ଦାୟିତ୍ଵ ନେଇ କାମ କରୁଛି ।

ଆହୁରି ପଢନ୍ତୁ ରାଜନୀତି ଖବର...

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି