ପୁଣି ହଟହଟା ହେଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ
by Argus News
Sun, Feb 25 | 1:01 p.m.

ଅର୍ଗସ ବ୍ୟୁରୋ : ଜିଲ୍ଲା ପରେ ଜିଲ୍ଲା ବୁଲୁଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ସବୁ ଜିଲ୍ଲାରେ ବିରୋଧର ଶିକାର ମଧ୍ୟ ହେଉଛନ୍ତି । ଯୁଆଡ଼େ ଗଲେ ଜୟ ଶ୍ରୀରାମ ନାରା ଶୁଣିଲେ । ଜୟ ଶ୍ରୀରାମ ନାରେ କମ୍ପୁଛି ସାରା ପରିବେଶ । ଉଠିଲା ପଡ଼ିଲା ସାରା ସହର । ପୁଣି ହଟା ହଟା ହେଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆଜି ଫାଇଭ-ଟି ଅଧ୍ୟକ୍ଷ ଭଦ୍ରକକ ଜିଲ୍ଲାର ଧାମରଗର ଅଞ୍ଚଳର ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏବଂ ମଝି ରାସ୍ତାରେ ହଟହଟାର ଶିକାର ହୋଇଛନ୍ତି । 

ଭି.କେ ପାଣ୍ଡିଆନ ଏବେ ସାରା ରାଜ୍ୟ ବୁଲି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କରୁଛନ୍ତି । କିନ୍ତୁ ସରକାର ଯୋଜନା ସଠିକ୍‌ ଭାବରେ ଲୋକଙ୍କ ପାଖରେ ପହଞ୍ଚୁ ନଥିବାରୁ ଅନେକ ସମୟରେ ପାଣ୍ଡିଆନଙ୍କ ସମେତ ବିଜେଡି ନେତାଙ୍କୁ ବିରୋଧ କରାଯାଉଛି । ଯାହାର ଚିତ୍ର ଆଜି ଦେଖିବାକୁ ମଳିଛି ଧାମନଗର ଓ ଯାଜପୁର ଜିଲ୍ଲା ସୀମାନ୍ତ ଷେଣ୍ଡପୁର ନିକଟରେ । ଏଠି ପ୍ରଶ୍ନ ଉଠୁଛି, କାହିଁକି ସବୁ ଜିଲ୍ଲାରେ ବିରୋଧର ଶିକାର ହୋଉଛନ୍ତି ପାଣ୍ଡିଆନ ? କଣ ପାଇଁ ତାମିଲ ନେତାଙ୍କୁ ନେଇ ବଢୁଛି ପ୍ରତିବାଦ ?

 

ଗୁରୁତ୍ଵପୂର୍ଣ୍ଣ କଥା ହେଲା ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ଜିଲ୍ଲା ପରେ ଜିଲ୍ଲା ଗସ୍ତ କରୁଛନ୍ତି ପାଣ୍ଡିଆନ । କିନ୍ତୁ ବିଜେଡି ଓ ପାଣ୍ଡିଆନଙ୍କ ପ୍ରତି ଅସନ୍ତୋଷ ବଢୁଥିବାରୁ ଏବେ ସବୁ ମଞ୍ଚ ଓ ସବୁ ସ୍ଥାନରେ ଦେଖଇବାକୁ ମିଳିଛି ପ୍ରତିବାଦର ସୋର । ଏବଂ ଆଜି ପାଣ୍ଡିଆନଙ୍କୁ ମଧ୍ୟ ବିରୋଧର ଶିକାର ହେବାକୁ ପଡ଼ିଛି । ଧାମନଗର ସାଧାରଣ ଯୁବକଙ୍କ ମୁଁହରେ ଶୁଣିବାକୁ ମିଳିଛି ଜୟ ଶ୍ରୀରାମ ନାରା । ଆଗକୁ ଦେଖିବାକୁ ରହିଲା, ପୁଣି କେଉଁ କେଉଁ ଜିଲ୍ଲାରେ ବିରୋଧର ଶିକାର ହେବେ ପାଣ୍ଡିଆନ । ଖାଲି ବିରୋଧର ଶିକାର ହେବେ ନା ଟମାଟୋ ମାଡ଼ର ବି ଶିକାର ହେବେ ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ