ଏହି ଆଧ୍ୟାତ୍ମିକ ପ୍ରାର୍ଥନା ଓଡ଼ିଶାର ଜନସାଧାରଣଙ୍କୁ ଉପହାର
by Argus News
Wed, Apr 03 | 4:40 p.m.

ଅର୍ଗସ ବ୍ୟୁରୋ : ଦେଶର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ପଦ୍ମଶ୍ରୀ କୈଳାଶ ଖେର ସାମାଜିକ ଗଣମାଧ୍ୟମ ଜରିଆରେ ହିନ୍ଦୀ ସଙ୍ଗୀତ “ଓଡ଼ିଶା ପରିବର୍ତ୍ତନ” ପୋଷ୍ଟ୍ କରିଛନ୍ତି । ଏହି ଅବସରରେ କୈଳାଶ ଖୈର ଟ୍ୱିଟ୍ କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ମା' ସମ୍ବଲେଶ୍ୱରୀ ଓଡ଼ିଶାର ପବିତ୍ର ଭୂମିରେ ସବୁ ଦେବାଦେବୀ ମାନେ ସଙ୍କେତ ଦେଉଛନ୍ତି ଯେ ପରିବର୍ତ୍ତନ ବିକାଶର ପ୍ରଥମ ସୋପାନ । କୈଳାସ ପରିବାର ତରଫରୁ ସଙ୍ଗୀତ ମାଧ୍ୟମରେ ଏହି ଆଧ୍ୟାତ୍ମିକ ପ୍ରାର୍ଥନା ଓଡ଼ିଶାର ଜନସାଧାରଣଙ୍କୁ ଉପହାର ।   

 

“ଓଡ଼ିଶା ପରିବର୍ତ୍ତନ” ଆଡକୁ ଗୋଟିଏ ପାଦ ଆଗକୁ କଥାବସ୍ତୁ ଉପରେ ପ୍ରସ୍ତୁତ ହୋଇଥିବା ନିର୍ବାଚନୀ ଗୀତରେ କୈଳାଶ ଖେର ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ସମଲେଶ୍ୱରୀଙ୍କ ପବିତ୍ର ଭୂମିକୁ ସମୃଦ୍ଧି ଏବଂ ବିକାଶର ଭୂମି କହିଛନ୍ତି ।  ଏହି ପବିତ୍ର ଭୂମିରୁ ପ୍ରଭୁଙ୍କ ଚରଣରେ ପଦ୍ମ ଫୁଟାଇବା ସହ ଓଡ଼ିଶାରେ ପରିବର୍ତ୍ତନ ଆଣିବା ଉପରେ ଗୀତଟି ରଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶର କାର୍ଯ୍ୟଶୈଳୀ ଓ ସେମାନଙ୍କ ନେତୃତ୍ୱରେ ସମ୍ବଲପୁର ସମେତ ଓଡ଼ିଶାରେ ବିକାଶର କାର୍ଯ୍ୟ ଉପରେ ଗୀତଟି ପର୍ଯ୍ୟବେସିତ ହୋଇଛି । ଓଡ଼ିଶାର ସଂକଳ୍ପକୁ ଗୀତରେ ପ୍ରତିଫଳିତ କରାଯାଇଛି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ