ଘନ କୁହୁଡି ନେଇ ସତର୍କ : ୧୬ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି
by Argus News
Thu, Jan 04 | 7:55 a.m.

ଅର୍ଗସ ବ୍ୟୁରୋ : ରାଜ୍ୟରେ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୬ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ନେଇ ଆଲର୍ଟ ଜାରି । ଆଜି ସକାଳ ସାଢ଼େ ୮ଟା ଯାଏ ଘନ କୁହୁଡ଼ି ନେଇ ୧୬ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରାଯାଇଛି । ଅନେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ସେହିପରି ୪ରୁ ୫ ତାରିଖ ମଧ୍ୟରେ ୧୫ ଜିଲ୍ଲା ଏବଂ ୫ରୁ ୬ ତାରିଖ ସାଢ଼େ ୮ଟା ଯାଏ ମଧ୍ୟରେ ୧୭ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟଲୋ ଆଲର୍ଟ ଜାରି କରାଯାଇଛି ।

ଅଧିକ ପଢନ୍ତୁ : ଉତ୍ତରଭାରତରେ ଜାରି ରହିଛି ଶୀତ ଲହରି: ଆସ୍ତନ୍ତା ୬ ତାରିଖ ଯାଏ ନୋଏଡାର ସବୁ ସ୍କୁଲ ବନ୍ଦ

କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ ରହୁଥିବାରୁ ଦୁର୍ଘଟଣା ଘଟିବାର ମଧ୍ୟ ଆଶଙ୍କା ରହୁଛି । ସକାଳୁ ସକାଳୁ ଘରୁ ବାହାରିବା ମଧ୍ୟ ମୁସ୍କିଲ ହେଉଛି । ସେପଟେ ଆସନ୍ତା ୫ ଦିନ ଯାଏ ପାଗ ଶୁଖିଲା ରହିବା ସହ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଉପକୂଳବର୍ତ୍ତି ଅଞ୍ଚଳରେ ଶୀତ ସାମାନ୍ୟ କମିଥିବା ବେଳେ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି ।

WHOLE
11m ago
୨୪ ବର୍ଷର ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା
ଅର୍ଗସ ବ୍ୟୁରୋ: ଦାଦନ ଯନ୍ତ୍ରଣାରେ ଛଟପଟ ସାରା ଓଡ଼ିଶା । 24 ବର୍ଷର ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବେନୁପା
LIQUOR SEIZED
25m ago
୧୬୧୮ ଲିଟର ମହୁଲିମଦ ଜବତ, ୩୩୦ କୁଇଣ୍ଟାଲ ପୋଚ ନଷ୍ଟ
ଆନନ୍ଦପୁର: ୧୬୧୮ ଲିଟର ମଦ ଜବତ, ୧୩ ମାମଲା ରୁଜୁ । ନିର୍ବାଚନ ସମୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କେନ୍ଦୁଝର ଏସ୍‌ପିଙ୍କ ନିର୍ଦେଶ କ୍ରମେ ଆନନ୍ଦପୁର ଏସ୍‌ଡିପି
ଛତିଶଗଡ଼
56m ago
ଛତିଶଗଡ଼ ସୁକମାରେ ଏନକାଉଣ୍ଟର , ଜଣେ ମାଓବାଦୀ ମୃତ
ମାଲକାନଗିରି : ଛତିଶଗଡ଼ ସୁକମାରେ ଏନକାଉଣ୍ଟର । ବଡ଼ଧରଣର ମାଓ ଶିବିର ଉପରେ DRG ଯବାନଙ୍କ ଚଢ଼ଉ । ଟେଟରାଇ ତେଲନାଇ ଜଙ୍ଗଲରେ ଚାଲିଥିଲା ମାଓ ଶିବିର । ଶୁକମାରେ DRG ଯବାନ