ସ୍ଥିତି ସମ୍ଭାଳିବାକୁ ନବୀନ ଡାକିଲେ ମିଟିଂ, ସବୁ ଓଲଟପାଲଟ ହେଲା...
by Argus News
Sat, Sep 28 | 6:34 p.m.

ଅର୍ଗସ ବ୍ୟୁରୋ: ୨୪ ବର୍ଷର ଶାସନ ପରେ ଶାସକ ଦଳରୁ ଯାଇ ବିରୋଧୀ ଦଳରେ ବସିଲା ବିଜେଡି । କ୍ଷମତା ଚାଲିଯିବା ପରେ ଏବେ ଚିନ୍ତାରେ ନେତା ଓ କର୍ମୀ । କାରଣ ନିର୍ବାଚନରେ ବିଜେଡି ହାରିବା ପରେ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଥିବାର ନଜର ରହିଛି । ଏହାରି ଭିତରେ ଦଳରେ ପ୍ରବଳ ଗୋଷ୍ଠୀ କନ୍ଦଳ । ପରାଜୟର ସମୀକ୍ଷା କରିବା ବେଳେ ନେତାଏ ବେଫିକର ହୋଇ ନବୀନଙ୍କ ସାମ୍ନାରେ ସବୁ ସତ କହିଦେଉଛନ୍ତି । ଏହାରି ଭିତରେ ଛିଣ୍ଡି ଛିଣ୍ଡି ଯାଉଥିବା ବିଜେଡିର ଖିଅ ଯୋଡ଼ିବାକୁ କସରତ କରିଛନ୍ତି ଦଳର ସୁପ୍ରିମୋ । ଅସନ୍ତୁଷ୍ଟଙ୍କୁ ମନାଇବାକୁ ଶଙ୍ଖ ଭବନରେ ଗତକାଲି ବିଜେଡି ନେତାଙ୍କର ବଡ଼ ବୈଠକ ଡାକିଥିଲେ ନବୀନ । କିନ୍ତୁ ଏକତାର ମନ୍ତ୍ର ଦେବାକୁ ନବୀନଙ୍କ ଚେଷ୍ଟାକୁ ପାଣିଚିଆ କରିଦେଲା ଜିଲ୍ଲା ସଭାପତି ବୈଠକ । ବୈଠକକୁ ଯିବା ପୂର୍ବରୁ ଦଳର ପରିଚାଳନାକୁ ନେଇ ଗଣମାଧ୍ୟମରେ ବିଷୋଦଗାର କଲେ ବୌଦ୍ଧ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମହୀଧର ରଣା। ଯାହା ବିଜେଡିର ଗୋଟିଏ ପ୍ରକାର ପୋଲ ଖୋଲିଦେଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ ।

ବିଜେଡିରେ ତୀବ୍ର ହେଲାଣି ଗୋଷ୍ଠୀ କନ୍ଦଳ । କେମିତି ଦଳ ଆଗାମୀ ଦିନରେ ପଂଚାୟତ ନିର୍ବାଚନ ଲଢିବ ସେନେଇ ଦଳୀୟ ନେତା ଟେନ୍‌ସନ୍‌ରେ । ଯେହେତୁ ଏବେ ବିଶୃଙ୍ଖଳା ଚରମ ସ୍ଥିତିରେ ରହିଛି ତେଣୁ ବୈଠକ କରି ସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ସୁପ୍ରିମୋ । ହେଲେ ଗତକାଲି ମିଟିଂ ପୂର୍ବରୁ ଜିଲ୍ଲା ସଭାପତି ଯେଉଁ ଗୁମର ଖୋଲିଦେଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

ସୂଚନା ଅନୁସାରେ ଗତକାଲି, ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିଥିଲେ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର । ଏହା ପରେ ଅପରାହ୍ନରେ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଥିବା ୧୫ ଜଣିଆ ସମନ୍ୱୟ କମିଟି, ପ୍ରସନ୍ନ ଆଚାର୍ଯ୍ୟଙ୍କ ସଂଯୋଜନାରେ ଥିବା ୧୭ଜଣିଆ ଉପଦେଷ୍ଟା କମିଟି, ଅତନୁ ସବ୍ୟସାଚୀ ନାୟକଙ୍କ ସଂଯୋଜନାରେ ଥିବା ୨୨ଜଣିଆ ସଦସ୍ୟତା ଅଭିଯାନ କମିଟି ଓ ସଞ୍ଜୟ ଦାସବର୍ମାଙ୍କ ସଂଯୋଜନାରେ ଥିବା ୨୧ଜଣିଆ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ କମିଟି ସମେତ ସମସ୍ତ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିଛନ୍ତି ନବୀନ । 

ମୋଟ୍‌ ଉପରେ ବିଜେଡିରେ ଦେଖାଯାଇଥିବା କନ୍ଦଳକୁ ନେଇ ଏବେ ଚିନ୍ତାରେ ସୁପ୍ରିମୋ । ତେଣୁ ଗତକାଲି ଡାକିଥିଲେ ଜରୁରୀ ବୈଠକ । ଏପଟେ, ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ବିଜେଡି ପଦଯାତ୍ରା ଆରମ୍ଭ କରିବାକୁ ଯାଉଥିବା ବେଳେ ବୈଠକରେ ନେତାଙ୍କ ମନୋ ମାଳିନ୍ୟ ଦୂର କରି ସଂଗଠନ ସଜଡ଼ା ଉଦ୍ୟମ କେତେ ସଫଳ ହେଉଛି ତାହା ସମୟ କହିବ । 

ବିଜେଡି
6m ago
କୌଣସି କମିଟିରେ ନଥାଇ ବି ଦଳର ସବୁ ବୈଠକରେ ଉପସ୍ଥିତ ବବି
ଭୁବନେଶ୍ୱର: ନିର୍ବାଚନରେ ହାରିବା ପରେ ବିଜେଡି ସ୍ଥିତି ଅସମ୍ଭାଳ। ପୂର୍ବରୁ ବିଜେଡିର କାର୍ପଟଦାର ଥିବା ବବି ଦାସ ଓ ପାଣ୍ଡିଆନଙ୍କ ବିରୋଧରେ ଦଳୀୟ ନେତା ଖୁଲମଖୁଲ୍ଲା ବିଷୋଦଗା
9 ଗିରଫ
ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ
ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶୁକ୍ରବାର ଭଦ୍ରକରେ ହୋଇଥିଲା ତୁମୂଳକାଣ୍ଡ। ଆକ୍ରମଣJS ଲହୁଲୁହାଣ ହୋଇଥିଲେ ପୋଲିସ ଅଫିସର। ଏଇ ଘଟଣା ପରେ ଭଦ୍ରକ ସହରରେ ପୋଲିସ ଛାଉଣୀ ।
ସରକାର
ପୂର୍ବ ସରକାରରେ ଦୁର୍ନୀତିଖୋର ଅଫିସରଙ୍କୁ କଡ଼ା ଚେତାବନୀ
ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତ