ରାସ୍ତା ଉପରେ ଅଣ୍ଟାଏ ପାଣି
by Argus News
Wed, Sep 25 | 7:08 p.m.

ଅର୍ଗସ ବ୍ୟୁରୋ: ପ୍ରବଳ ଲଘୁଚାପ ବର୍ଷାରେ ନୀଳଗିରି ବେହାଲ। କେସିପୁର ପଞ୍ଚାୟତରୁ ଛତ୍ରପୁରର ୧୯ ନଂ ରାଜ୍ୟ ରାଜପଥ ରାସ୍ତାକୁ ସଂଯୋଗ କରୁଥିବା ଭେଯିଗୁଠ ଗାଁ ରାସ୍ତା ଉପରେ  ଅଣ୍ଟାଏ ପାଣି ପ୍ରବାହିତ ହେଉଛି। ଭେଜିଗୁଠ, ଚଉଦମାଣିଆ, ବେତକଟା, ଅଶୋକନାଳ, ଗୋବପାଳ, ନଟାପଡା, ବାସକନାଳ, ବୁଦୁଡାହି, ନିମଚତୁରି ପ୍ରଭୁତି  ଗାଁର ଲୋକମାନଙ୍କର ଯାତାୟାତରେ ବାଧାପ୍ରାପ୍ତ ହୋଇଛି। 

ରାସ୍ତା ଉପରେ ଅଣ୍ଟାଏ ପାଣି ସୁଅରେ ସଭିଏଁ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ତରତରୀ ନଈ ଉପରେ ଦୁଇ ବର୍ଷ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବ୍ରିଜ  ଅଧା ନିର୍ମାଣ ହୋଇ ପଡି ରହିଛି। ଫଳରେ ରାସ୍ତା ଉପରେ ନଈ ପାଣିର ସୁଅରେ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି ଗ୍ରାମବାସୀ। ସେହିପରି ଜାମୁଡିହା ପଞ୍ଚାୟତର ଗୁଡିଶୂଳ ଗାଁରେ ତିନି ଜଣଙ୍କ ଘରେ ଡ୍ରେନ ପାଣି ପଶିଛି। ଖବର ପାଇ ନୀଳଗିରି ରାଜସ୍ୱ ପକ୍ଷରୁ ସଜନାଗଡ଼ ଆର.ଆଇ ଓ  ନୀଳଗିରି ଅଗ୍ନିଶମ ବିଭାଗ ପହଞ୍ଚି ତଦାରଖ କରୁଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବିଜେଡି
ଓଡ଼ିଆଙ୍କୁ କଷ୍ଟ ଦେବାରୁ ୨୪ବର୍ଷର ବିଜେଡି ସରକାରଙ୍କୁ ଗଡାଇଦେଲେ ଓଡ଼ିଶାବାସୀ:ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ:ବିଜେଡି ନେତାଙ୍କ ନିଦ ହଜାଇଦେଲେ ମୋହନ,ଏମିତି କହିଦେଲେ ବାଧିଗଲା ବିଜେଡି ନେତାଙ୍କୁ । ଅବସର ଥିଲା ବିଜେପିର ମହା ସଦସ୍ୟତା ଅଭିଯାନ। ମୋହନ କହିଲେ ଓଡ଼ିଆଙ୍କୁ କଷ୍
ଓଏଏସ୍‌ ସ୍ତରରେ
ଓଏଏସ୍‌ ସ୍ତରରେ ହେଲା ବଡ଼ ଧରଣର ଅଦଳବଦଳ
ଅର୍ଗସ ବ୍ୟୁରୋ: ଓଏଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମ
ମହାପ୍ରସାଦ ଓ ଶୁଖିଲା
ମହାପ୍ରସାଦ ଓ ଶୁଖିଲା ଭୋଗର ମାନ ଯାଞ୍ଚ କରିବେ ଫୁଡ ଅଫିସର
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ଲାଗି ନିଯୁକ୍ତ ହେବେ ଫୁଡ ଅଫିସର। ଶ୍ରୀମନ୍ଦିରରେ ପ୍ରଶାସନରେ ନିଯୁକ୍ତ ହେବେ ଫୁଡ ଅଫିସର। ଏନେଇ ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। `ମହାପ୍ରସା