ଉପକୂଳରୁ ଉପାନ୍ତ, ଉତ୍କଟ ଜଳକଷ୍ଟ
by Argus News
Sun, Mar 10 | 6:58 p.m.

ଅର୍ଗସ ବ୍ୟୁରୋ: ଧରାପଡ଼ି ସାରିଛି ରାଜ୍ୟ ସରକାରଙ୍କ ପାନୀୟ ଜଳ ଯୋଗାଣ ପ୍ରହସନ । ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିଲେ ବି ଲୋକଙ୍କୁ ଶୁଦ୍ଧ ପାଣି ବୁନ୍ଦେ ମିଳିପାରୁନାହିଁ । ଏ ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର । ୨୪ଟା ପଂଚାୟତରେ 226ଟା ଗାଁ ଅଛି । ହେଲେ ଦୁଃଖର କଥା ବ୍ଲକର 70 ପ୍ରତିଶତ ଅଂଚଳରେ  ଗମନା ଗମନ ସହ ପିଇବା ପାଣି ସମସ୍ୟା ସବୁବେଳେ ଲାଗି ରହିଥାଏ I

ପାଣି ସମସ୍ୟା ଦେଖି କଣ୍ଟାମାଲ ବ୍ଲକର ଲୁକାପଡା ଠାରେ ରାଜ୍ୟ ସରକାର ପକ୍ଷରୁ ଏକ ମେଘା ପାନୀୟଜଳ ପ୍ରକଳ୍ପ ନିର୍ମାଣ ହେଲା । ପ୍ରକଳ୍ପ କାମ 2024 ସୁଦ୍ଧା ସାରିବାର ଗାଇଡ଼ଲାଇନ ଅଛି । କିନ୍ତୁ ଏ ପର୍ଯ୍ୟନ୍ତ 50ପ୍ରତିଶତ ଗାଁକୁ ପାଇପ୍ ବିଛା ହୋଇ ନଥିବା ଯୋଗୁଁ ପାଣି ବୁନ୍ଦାଏ ପାଇଁ ହନ୍ତସନ୍ତ ଲୋକେ I ଖାଲି ସେତିକି ନୁହେଁ, ନିମ୍ନମାନର କାମ ଯୋଗୁଁ  ଘର ଆଗରେ ଲାଗିଥିବା ଷ୍ଟାଣ୍ଡପୋଷ୍ଟ ଭାଙ୍ଗିବା ସହ ଲାଗିଥିବା ଟେପ ମଧ୍ୟ ଖୋଲିଯାଉଛି I ଲୋକଙ୍କ କାମରେ ଆସୁନି କୋଟି କୋଟି ଖର୍ଚ୍ଚ କରି ନିର୍ମାଣ କରିଥିବା ପାନୀୟ ଜଳ ପ୍ରକଳ୍ପ। କେବେ ହେବ କାର୍ଯ୍ୟକ୍ଷମ। 

ଅଧିକ ପଢ଼ନ୍ତୁ ଓଡିଶା ଖବର:

MLA
ପୁଷ୍ପାଙ୍କ ନାମରେ ମାମଲା ରୁଜୁ, ଆଚାର ସଂହିତା ଉଲ୍ଲଙ୍ଘନ କରିଥିବା ଅଭିଯୋଗ
ଅର୍ଗସ ବ୍ୟୁରୋ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ତାଙ୍କୁ କିଏ ବା ନଜାଣେ। ହେଲେ ତାଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର। କାହିଁକି ନା ଅଲ୍ଲୁଙ୍କ ନାମର
ମାତୃ ଦିବସ
ମାତୃ ଦିବସ ଉପଲକ୍ଷେ ବୃଦ୍ଧାଶ୍ରମରେ ମା' ମାନଙ୍କୁ ପୂଜାର୍ଚ୍ଚନା
କଟକ : ଆଜି ପବିତ୍ର ମାତୃ ଦିବସ । ଏହି ଅବସର ରେ କଟକ ଜିଲ୍ଲା ନିଆଳି ବ୍ଲକ ବୃନ୍ଦାବନ ବୃଦ୍ଧାଶ୍ରମରେ ଭ୍ୟୁ ଫାଉଣ୍ଡେସନ ପକ୍ଷରୁ ମାତୃ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ
TEMPERATURES
ନିର୍ବାଚନ ଥିବା ସହରରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିବ
ଅର୍ଗସ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅନୁକୂଳ ରହିବ ପାଗ। ନିର୍ବାଚନ ଥିବା ସହରରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିବ । କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାର