ମନମୁଣ୍ଡାରେ ବି ଜଳକଷ୍ଟ
by Argus News
Sun, Mar 24 | 7:58 p.m.

ଅର୍ଗସ ବ୍ୟୁରୋ: ଫେଲ ମାରିଚି ରାଜ୍ୟ ସରକାର ଙ୍କ ବସୁଧା ଯୋଜନା ପ୍ରକଳ୍ପ ଅଛି ପାଣି ନାହିଁ, କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ହେଲେ ବର୍ଷ ବର୍ଷ ଧରି ପିଇବା ପାଇଁ ପାଇଁ ହନ୍ତସନ୍ତ ଗ୍ରାମବାସୀ l ମହାନଦୀ ଓ ତେଲନଦୀ କୂଳରେ ଗଢିଉଠିଛି ଐତିହାସିକ ସହର ମନମୁଣ୍ଡା । ହେଲେ ଘର ପଛପଟେ ଚିରସ୍ରୋତା ନଦୀଜଳ ବହିଯାଉଥିଲେବି ଏମାନେ କିନ୍ତୁ ଶୋଷିଲା । ସହରରେ ଥିବା କୂଅ ଓ ନଳକୂପର ପାଣି ଭାତ ରାନ୍ଧିବା ଉପଯୋଗୀ ନୁହେଁ । ଏଣୁ ପାନୀୟ ଜଳ ଓ ଖାଇବା ପାଣି ପାଇଁ ଏମାନଙ୍କୁ ନଦୀ ଉପରେ ହିଁ ନିର୍ଭର କରିବାକୁ ପଡେ ।

ବର୍ଷ ବର୍ଷ ଧରି ପିଇବା ପାଣି ସମସ୍ୟା, ଫେଲ ମାରିଛି ବସୁଧା ଯୋଜନା,  ମନମୁଣ୍ଡାବାସୀଙ୍କ ପାନୀୟ ଜଳ ସମସ୍ୟକୁ ଦୂର କରିବାକୁ ମନମୁଣ୍ଡାରେ ବସୁଧା ଜଳଯୋଗଣ ପ୍ରକଳ୍ପ ତ କରାଯାଇଛି କିନ୍ତୁ ତାହା କାମରେ ଆସୁନାହିଁ । ସେହିଭଳି ନିକଟ ଲୋକାପଡା ତେଲନଦୀ କୂଳରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପିତ ହୋଇଛି । କୋଟି କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲେବି ଆଜିଯାଏ ମନମୁଣ୍ଡାବାସୀଙ୍କ କାମରେ ଆସିପାରିନାହିଁ । ତେବେ ତୁରନ୍ତ ପିଇବା ପାଣି ଯୋଗାଇ ନ ଦେଲେ ଆନ୍ଦୋଳନ କରିବା ସହ ସାଧାରଣ ନିର୍ବାଚନ ରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଲୋକେ l

ଅଧିକ ପଢ଼ନ୍ତୁ ଓଡିଶା ଖବର: 

POLICE
now
୫ ଡକାୟତଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ
ଅର୍ଗସ ବ୍ୟୁରୋ: ରାଜଧାନୀରୁ ପୁଣି ଡକାୟତ ଗିରଫ । ୫ ଡକାୟତଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ। ରବିବାର ମଧ୍ୟ ରାତ୍ରିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏ
TEMPERATURE
6m ago
ଦିନରେ ୪୮ ଡିଗ୍ରୀ କୁ ରାତିରେ ୪୬ ଡିଗ୍ରୀ
ଅର୍ଗସ ବ୍ୟୁରୋ: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଖରା ଗରମ ଯୋଗୁଁ ପରିସ୍ଥିତି ଅଧିକ ଖରାପ ହୋଇଯାଇଛି ।ଏଠାରେ ଅନେକ ଅଞ୍ଚଳରେ ତାପମାତ୍ରା ୪୮ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ସବୁଠୁ ବଢ କଥ
VILLAGES
56m ago
ମୌଳିକ ସୁବିଧାରୁ ବଞ୍ଚିତ ଥିବା ଯୋଗୁଁ ଭୋଟ ବର୍ଜନ ନିଷ୍ପତ୍ତି
ଅର୍ଗସ ବ୍ୟୁରୋ: ମୌଳିକ ସୁବିଧାରୁ ବଞ୍ଚିତ ଥିବା ଯୋଗୁଁ ଭୋଟ ବର୍ଜନ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଭିଲାପୁଟ, ଜାନିଗୁଡା ସେମିଳିଗୁଡାର ଲୋକେ ଭୋଟ୍ ବର୍ଜ