ପାଣି ପାଇଁ ଡହଳବିକଳ ଗ୍ରାମବାସୀ, ନଦୀ ପାଣିରେ ମେଣ୍ଟୁଛି ଶୋଷ 
by Argus News
Fri, Apr 19 | 7:19 p.m.

ନବରଙ୍ଗପୁର: ବିଶୁଦ୍ଧ ଜଳ ଯୋଗାଣର ବିକଳ ଚିତ୍ର । ପାଣି ପାଇଁ ଡହଳବିକଳ ହେଉଛନ୍ତି  କୁମ୍ଭାରସାହିର ଗ୍ରାମବାସୀ।  ନଦୀ ପାଣିରେ ମେଣ୍ଟୁଛି ଶୋଷ । ଚାରି ବର୍ଷ ହେଲା ପାଣି ନାହିଁ କେତେବେଳେ ଚୁଆ ଖୋଳି ତ ଆଉ କେତେବେଳେ ନଦୀର ଗୋଳିଆ ପାଣି ହିଁ  ଗାଁ ଲୋକଙ୍କ ଭରଷା। ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜାନା କାହା ପାଇଁ ।  ଆଜକୁ ଚରି ବର୍ଷ ହେବ ପାନୀୟ ଜଳରୁ ବଞ୍ଚିତ । ପାଣି ଟୋପେ ପାଇଁ ହନ୍ତସନ୍ତ ଝରୀଗାଁ ବ୍ଲକ, ବେଲଗାଁ ଗ୍ରାମପଞ୍ଚାୟତର ଏହି ନୂଆଁ କୁମ୍ଭାରସାହି ର ଗ୍ରାମବାସୀ। ସରକାର ବିକାଶର ନାରା ପିଟୁଥିବା ବେଳେ ଏଠି ଦେଖିବାକୁ ମିଳିଛି ବିକାଶର ନଗ୍ନ ଚିତ୍ର ।  

ବେଲଗାଁର ଜଳକଷ୍ଟ । ଏଠି ଲୋକଙ୍କୁ ସତଉଛି ଜଳାଭାବ। ଆଜକୁ ଚାରି ବର୍ଷ ହେବ ବେଲଗାଁ ରୁ ପାଖାପାଖି କୋଡିଏ ପରିବାର ବସ୍ତି ବାନ୍ଧି ରହିଥିବା ବେଳେ ପାନୀୟଜଳର ସମସ୍ୟା ଲାଗି ରହିଛି । ଗାଁ ଠାରୁ ଦୁଇକିଲୋମିଟର ଚାଲିଲେ ମିଳେ ଚୁଆ ପାଣି । ଦୀର୍ଘ ଚାରିବର୍ଷ ଧରି ଜଳକଷ୍ଟ ଭୋଗୀଆସୁଥିବା ଶୁଣିନି ପ୍ରଶାସନ ଏନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।  ଗାଁ ଭିତରେ ଥିବା ନଳକୂଅକୁ ପାଣିପାଇଁ ଗଲେ କୋଡିଏ ପରିବାର କୁ ପାଣି ଦେବା ଲାଗି ଗାଁ ଲୋକେ ଅନିଚ୍ଛା ପ୍ରକାଶ କରୁଥିବା ବେଳେ ସମୟ ସମୟରେ ଘଣ୍ଟା ଘଣ୍ଟା ଧରି ଗାଁ ନଳକୂଅ ଆଗରେ ସେମିତି ଛିଡା ହେଵାକୁ ପଡୁଥିବା କହିଛନ୍ତି ଗ୍ରାମବାସୀ ।  ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେବେ ବେଲଗାଁ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ପାଉଛନ୍ତି ନାଁ ସରକାର ସବୁ ଦେଖି ଚୁପ୍ ରହୁଛନ୍ତି । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

ଭୟାବହ ଅଗ୍ନିକାଣ୍ଡ
42m ago
ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ
ବାଲେଶ୍ୱର: ରେମୁଣା ଗୋଲେଇ ସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ଦୁର୍ଘଟଣାର
TANKA
43m ago
ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହି ୨୦୦ ଟଙ୍କା ଦିଆ ଯାଇଛି
ଅର୍ଗସ ବ୍ୟୁରୋ: ର୍ନିବାଚନ ଯେତେ ପାଖେଇ ଆସୁଛି ବର୍ତ୍ତମାନ ସେତେ ଜୋରରେ ପ୍ରଚାର ପ୍ରସାର କରାଯାଉଛି । ଆଉ ଭୋଟରଙ୍କୁ କିଣିବା ପାଇଁ ସଭାରେ ପୁଳା ପୁଳା ଟଙ୍କା ଵଣ୍ଟା ଯାଉଛି । ନବୀନଙ୍
TIGER
53m ago
ଧରାପଡିଲା ସହରୀ ବାଘ
ଅର୍ଗସ ବ୍ୟୁରୋ: ଧରାପଡିଲା ସହରୀ ବାଘ । ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ