ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମବାସୀ
by Argus News
Sat, Jun 08 | 6:48 p.m.

ଅର୍ଗସ ବ୍ୟୁରୋ:  ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଗୋଚ୍ଛାବାରି ଗାଁରେ ଉତ୍କଟ ପାଣି ସମସ୍ୟା। ଗ୍ରାମବାସୀ ପାଣି ମୁନ୍ଦାଏ ପାଇଁ ଅନେକ ସମସ୍ୟା ଭୋଗୁଛନ୍ତି। ଗାଁରେ ୫ ଶହରୁ ଅଧିକ ପରିବାର ବାସ କରୁଥିବା ବେଳେ ବ୍ୟବହାର ପାଇଁ ରହିଛି ମାତ୍ର ୩ ନଳକୂପ। କିନ୍ତୁ ଗ୍ରାମବାସୀଙ୍କ କହିବା ଅନୁଯାୟୀ ସେହି ୩ ନଳକୂପ ଜଳ ସମ୍ପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ। ଏହି ଦୂଷିତ ପାଣି ପିଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ହେଉଛି। ତେଣୁ ମହିଳାମାନେ ପ୍ରତିଦିନ ନିକଟସ୍ଥ ନଦୀରୁ ଚୂଆ ଖୋଳି ସେଥିରୁ ପିଇବା ପାଇଁ ପାଣି ଆଣି ବ୍ୟବହାର କରୁଛନ୍ତି।

ପ୍ରବଳ ଖରା ଯୋଗୁଁ ପାଣି ସମସ୍ୟା ଦେଖାଦେଇଛି। ଗ୍ରାମରେ କୂଅ ଓ ନଳକୂପ ଥିଲେ ମଧ୍ୟ ପାଣି ପାଇଁ ଲୋକେ ଡହକବିକଳ ହେଉଛନ୍ତି। ଆଉ ଯେଉଁ ଗୋଟିଏ ନଳକୂପରୁ ପାଣି ବାହାରୁଛି ତାହା ପିଇବା ଯୋଗ୍ୟ ନୁହେଁ। ତେଣୁ ଗାଁଠାରୁ ଦୁଇ କିଲୋମିଟର ଦୂରରେ ଥିବା ଏକ ନଦୀରୁ ଚୁଆ ଖୋଳି ସେହି ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ଗ୍ରାମବାସୀ।ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ପଞ୍ଚାୟତ ପକ୍ଷରୁ ପାଇପ୍ ଲାଇନ ପକାଯାଇଛି। ସମସ୍ତଙ୍କ ଘର ଆଗରେ ପାଣି ପାଇଁ ଷ୍ଟାଣ୍ଡ ପୋଷ୍ଟ ବସା ଯାଇଛି, କିନ୍ତୁ ପାଣି ଆସୁନି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ସ୍ଥିତିରେ ସୁଧାର ଆସୁନି। ସମସ୍ତେ କହୁଛନ୍ତି ମେଗା ଜଳ ପ୍ରକଳ୍ପ ହେଲା ପରେ ପାନୀୟ ଜଳ ସମସ୍ୟା ସୁଧୁରିବ।

ବାରମ୍ବାର ଗ୍ରାମବାସୀ ସରପଞ୍ଚଠାରୁ ଆରମ୍ଭ କରି ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ତେବେ କେବେ ସରିବ ମେଗା ପ୍ରକଳ୍ପ ସେ ନେଇ ମଧ୍ୟ କୌଣସି ସଠିକ୍ ସୂଚନା ନାହିଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ଆଜିଠାରୁ ଏକମାସ
52m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି