ଚପଲ ପିନ୍ଧି ବାସ୍ୟମ ଯୁବରାଜ ପହଞ୍ଚିଲେ ରୋଲ୍ସ ରୟସ କାର ସୋରୁମରେ
by Argus News
Wed, Nov 29 | 2:58 p.m.

ଅର୍ଗସ ବ୍ୟୁରୋ: ବହିର କଭରକୁ ଦେଖି ଯେମିତି ବହିର ଭିତର ପୃଷ୍ଠାକୁ ବିଚାର କରାଯାଏନାହିଁ।  କହିବାର ତାତ୍ପର୍ଯ୍ୟ ଏହିକି ଯେ, ମନୁଷ୍ୟର ବାହ୍ୟ ସୌନ୍ଦର୍ଯ୍ୟତାକୁ ଦେଖି ଆମେ କେବେ ବି ମନୁଷ୍ୟ ପାଖରେ କଣ ଅଛି କଣ ନାହିଁ ବୋଲି ଆମେ  କହିପାରିବାନି। କି ତାହାର ଚରିତ୍ରକୁ କେବେ ଜଜ କରାଯିବା କଥା ନୁହେଁ। ଆମେ ଏହି କଥା କହିବାର ଏକ କାରଣ ରହିଛି। ଚାଲନ୍ତୁ ଜାଣିବା କାରଣ କଣ ଚେନ୍ନାଇର ଜଣେ ସାଧାରଣ ପୋଷାକ ଏବଂ ପାଦରେ ସ୍ପଞ୍ଜ ଚପଲ ପିନ୍ଧି ଇଲେକ୍ଟ୍ରିକ କାର ଡେଲିଭରୀ ପାଇଁ ସୋରୁମ ପହଞ୍ଚିଛନ୍ତି। ଓ୍ବେଟ ଓ୍ବେଟ କାରର ଦାମ ଶୁଣିଲେ ନିଶ୍ଚିତ ଆପଣଙ୍କ ହୋସ ଉଡିଯିବ। କାର ନାଁ ହେଲା ରୋଲ୍ସ ରୟସ। 

 

ସାଧାରଣତଃ ଲୋକେ ଭାବିଥାନ୍ତି କି କୋଟି କୋଟି ଟଙ୍କାରେ କାର କିଣୁଥିବା ବ୍ୟକ୍ତିଙ୍କ ଲାଇଫଷ୍ଟାଇଲ ସେହିଭଳି ଲକଜରିୟସ ହୋଇଥିବ। ଆଉ ଜଣେ ଧନୀକ ବ୍ୟକ୍ତିଙ୍କ ମଧ୍ୟରେ ତାଙ୍କ ନାଁ ସାମିଲ ଥିବ। କିନ୍ତୁ ଏହି ଘଟଣା ତ ସବୁଠୁ ହଟକେ। 

ରୋଲ୍ସ ରୟସ କାର ଯାହା କିଛି ଗାଡ଼ି ପ୍ରେମୀଙ୍କର ଡ୍ରିମ କାର। ତେବେ ଏହି କାର ଏବେ ଭାରତ ବଜାରରେ ପ୍ରବେଶ କରିନାହିଁ। କାରର କଥା ଯଦି କହିବା ଏହି କାରର ଲୁକ୍ସ ଏକଦମ ଲକଜରିୟସ। ଏହାର ଡିଜାଇନ ପ୍ରାୟତଃ ଫାଣ୍ଟମ କାର ସହିତ ସିମିଲାର। ଏହି କାରର ରୋଡ ପ୍ରେଜେନ୍ସ ବାକି କାର ମାନଙ୍କଠାରୁ ପୁରା ଅଲଗା। ଭାରତ ପାଇଁ ଯେଉଁ କାର ଲଞ୍ଚ କରାଯାଇଛି ତାହାର କଲର ହେଉଛି ବ୍ଲ୍ୟୁ ସେଡ। ତେବେ ଏହି କାରରେ ଦୁଇଟି ଅଲଗା ଅଲଗା ଇଲେକ୍ଟ୍ରିକ ମୋଟର ଦିଆଯାଇଛି। ଏହାର ଫ୍ରଣ୍ଟ ମୋଟର ୨୫୫ bhp ପାଓ୍ବାର ଏବଂ ପଛ ମୋଟର ୪୮୩ bhp ପାଓ୍ବାର ଜେନେରେଟ କରିଥାଏ। ସମୁଦାୟ ଏହି କାର ୫୮୪ bhp ପାଓ୍ବାର ଜେନେରେଟ କରେ। ତେବେ ଏହି ଖବରରୁ ଏତିକି ବୁଝା ପଡ଼ିଲା  ଯେ, କାହାର ବାହ୍ୟ ପରିପାଟିକୁ ଦେଖି ତାକୁ ଜଜ କରିବା ଅନୁଚିତ। 

ଅଧିକ ପଢ଼ନ୍ତୁ ଭାରତ ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ