ବାତ୍ୟାର ନାଁ ଫେଙ୍ଗାଲ
by Argus News
Tue, Nov 26 | 5:29 p.m.

ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ବର୍ତ୍ତମାନ ଗଭୀର ଅବପାତଟି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୁତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟାର ନାଁ ଫେଙ୍ଗାଲ ରହିଥିବା ବେଳେ ଏହାର ନାମକରଣ କରିଛି ସାଉଦି ଆରବ । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ଗଭୀର ଅବପାତ । ବର୍ତ୍ତମାନ ନାଗାପାଟନମ୍ ୫୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି । ଚେନ୍ନାଇ ଉପକୂଳ ଠାରୁ ୮୦୦ କିଲୋମିଟର ଦୂରରେ ରହିଛି । 

୨୯ ତାରିଖ ମଧ୍ୟରେ ବାତ୍ୟାଟି ତାମିଲନାଡୁ ଏବଂ ଶ୍ରୀଲଙ୍କା ମଧ୍ୟରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ଆଇଏମଡି । ତେବେ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ । କିନ୍ତୁ ବାତ୍ୟା ପ୍ରଭାବରେ କୋହଲା ପାଗ ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । 

ବିଶେଷ କରି ୨୮ ତାରିଖରୁ ୩୦ ନଭେମ୍ବରରେ ସାମୁଦ୍ରିକ ବାୟୁର ପ୍ରଭାବ ରହିବ । ଉପକୂଳ ଓ ଦକ୍ଷିଣ ଜିଲ୍ଲା ତଥା କିଛି ସଂଲଗ୍ନ ଜିଲ୍ଲା ଯଥା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡାର କିଛି କିଛି ଅଂଚଳମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । 

ଏହାର ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ବର୍ଷା ପରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଶୀତ କମିବା ସହ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ସେହିଭଳି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ, କଳାହାଣ୍ଡି ଏବଂ କନ୍ଧମାଳରେ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ବର୍ତ୍ତମାନ ଅଧିକାଂଶ ଜିଲ୍ଲାମାନଙ୍କରେ ଖରିଫ ଧାନ ଅମଳ କାର୍ଯ୍ୟକ୍ରମ ଚାଲୁଥିବାରୁ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି । 
 

SUBHADRA
30m ago
ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା, ମାର୍ଚ୍ଚ 8ରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ
ଅର୍ଗସ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ଏମିତି କିଛି ଖବର ଆସିଛି ଯାହା ଆପଣଙ୍କୁ ଖୁସି କରିଦେବ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ମାର୍ଚ୍ଚ 7ରେ ମିଳିବ ପ୍ରଥ
SUJATA
43m ago
ପାଣ୍ଡିଆନଙ୍କ ପତ୍ନୀଙ୍କ ଛୁଟି ଆବେଦନ ଅଗ୍ରାହ୍ୟ
ଅର୍ଗସ ବ୍ୟୁରୋ: ସୁଜାତା କାର୍ତ୍ତିକେୟନଙ୍କୁ ମିଳିଲାନି ଛୁଟି । ପାଣ୍ଡିଆନଙ୍କ ପତ୍ନୀଙ୍କ ଛୁଟି ଆବେଦନ ଅଗ୍ରାହ୍ୟ । ଆଉ ୬ ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କଲେ ସରକାର
GOVERNMENT
52m ago
ଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ନୂଆ ସର୍ଭେ କରିବେ ସରକାର
ଅର୍ଗସ ବ୍ୟୁରୋ: ବିଧାନସଭା ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ଘୋଷଣା । ଆବାସ ଯୋଜନାରୁ ଅଯୋଗ୍ୟଙ୍କୁ ଦିଆଯିବ ବାଦ । ସେଥିପାଇଁ ପୁଣି ଥରେ ନୂଆ ସର୍ଭେ କରିବାକୁ ଯାଉଛନ୍ତି ରାଜ୍
SESSION
58m ago
ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ
ଅର୍ଗସ ବ୍ୟୁରୋ: ସମ୍ବିଧାନ ଦିବସରେ ବିଧାନସଭାରେ ବିଜେଡ଼ି ଉଠାଇଲା ସମ୍ବିଧାନ ପ୍ରସଙ୍ଗ । ଶୀତ ଅଧିବେଶନ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହୋହାଲ୍ଲା । ବିଧାନସଭାରେ ଥିବା ସମ୍ବିଧା
ମହୋଦଧି ଦିବସ
ମହୋଦଧି ଦିବସ ପୋଷ୍ଟର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
ପୁରୀ: କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀସ୍ଥ ତାଙ୍କ ବାସଭବନ ଠାରେ ମହୋଦଧି ଦିବସର ଅଫିସିଆଲ୍ ପୋଷ୍ଟର ଉନ୍ମୋଚିତ କରିଛନ୍ତି । ପୁରୀ ସ୍ୱର୍ଣ୍ଣା