ପଶ୍ଚିମବଙ୍ଗ: ଟ୍ରେନ ଧକ୍କାରେ ୩ ହାତୀ ମୃତ
by Argus News
Mon, Nov 27 | 6:49 p.m.

ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗର ଅଲିପୁରଦ୍ୱାର ଜିଲ୍ଲାର ରାଜାଭଟ ଖାୱାଠାରେ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ୩ଟି ହାତୀଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳେ ରାଜାଭଟ ଖୱାଠାରେ ୩ଟି ହାତୀ ରେଳ କରିଡର ଅତିକ୍ରମ କରୁଥିବା ବେଳେ ସିଲିଗୁଡ଼ି ଅଭିମୁଖେ ଯାଉଥିବା ଟ୍ରେନ୍ ସହ ଧକ୍କା ହୋଇଥିଲା। ଖବର ପାଇ ରେଳବାଇ ଓ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ମାଲବାହୀ ଟ୍ରେନର ଇଞ୍ଜିନକୁ ଯାଞ୍ଚ ପାଇଁ ଜବତ କରାଯାଇଛି। ଦୁର୍ଘଟଣା ସମୟରେ ମଦ୍ୟପାନ କରିଥିଲେ କି ନାହିଁ ତାହା ଜାଣିବା ପାଇଁ ଲୋକୋ ପାଇଲଟମାନଙ୍କର ଡାକ୍ତରୀ ପରୀକ୍ଷା କରାଯିବ। ଚଳିତ ବର୍ଷ ପ୍ରାରମ୍ଭରେ ରେଳବାଇ ପକ୍ଷରୁ ହାତୀ କରିଡର ଦେଇ ଯାଉଥିବା ରେଳ ଧାରଣାରେ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ (ଆଇଡିଏସ) ଲଗାଇବା ପାଇଁ ଘୋଷଣା କରାଯାଇଥିଲା, ଯାହା ଦ୍ୱାରା ରେଳ ଧାରଣା ନିକଟରେ ହାତୀ ଉପସ୍ଥିତ ଥିଲେ ଲୋକୋ ପାଇଲଟମାନଙ୍କୁ ସତର୍କ ସୂଚନା ମିଳିପାରିବ। ତେବେ ଘଟଣାସ୍ଥଳରେ ଆଇଡିଏସ ଲଗାଯାଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ