ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କ ରାତି ଡ୍ୟୁଟି ବନ୍ଦ ନିଷ୍ପତ୍ତି, ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ
by Argus News
Wed, Sep 18 | 10:21 a.m.

ଅର୍ଗସ ବ୍ୟୁରୋ:କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦିନ ଗଡୁଛି ହେଲେ ସରୁନି ନ୍ୟାୟ ଲଢେଇ। ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କ ରାତି ଡ୍ୟୁଟି ବନ୍ଦ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ମହିଳା ଡାକ୍ତରଙ୍କୁ ନାଇଟ୍ ସିଫ୍ଟ ନ ଦେବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ସମାଲୋଚନା କରି କହିଛନ୍ତି ସେମାନଙ୍କୁ ସୁରକ୍ଷା ଯୋଗାଇବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ। ମହିଳାମାନଙ୍କୁ ଡ୍ୟୁଟିକୁ ଆସିବାକୁ ବାରଣ କରିବାକୁ ସରକାର କିଏ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ ।

ଜାରି ବିଜ୍ଞପ୍ତିରେ ପରିବର୍ତ୍ତନ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇ ପ୍ରଧାନ ବିଚାରପତି କହିଛନ୍ତି, ଆପଣ କେମିତି କହିପାରିବେ ମହିଳାମାନେ ରାତିରେ କାମ କରିପାରିବେ ନାହିଁ, ସେମାନେ ରିହାତି ଚାହାନ୍ତି ନାହିଁ ବୋଲି। ମହିଳାମାନେ ସମାନ ସିଫ୍ଟରେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି। ଆପଣଙ୍କୁ ଏହି ସମସ୍ୟାର ସମାଧାନ କରିବାକୁ ପଡ଼ିବ। ଏହାର ସମାଧାନ ହେଉଛି ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା। ସୁରକ୍ଷା ପ୍ରଦାନ କରିବା ଆପଣଙ୍କ ଦାୟିତ୍ୱ ଆପଣ ମହିଳାମାନଙ୍କୁ ରାତିରେ କାମ କରିବାକୁ ବାରଣ କରିପାରିବେ ନାହିଁ ବୋଲି କହିଛନ୍ତି କୋର୍ଟ । ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଡାକ୍ତରଙ୍କ ୫ ଦାବି ମଧ୍ୟରୁ ୩ ଦାବି ମାନିନେଇଛନ୍ତି ମମତା ସରକାର। ହେଲେ ସବୁ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଡାକ୍ତର

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ