ମମତାଙ୍କ ଜିଦ ଯୋଗୁଁ ସମୁହ ଧର୍ମଘଟରେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ
by Argus News
Mon, Aug 19 | 7:33 p.m.
  • ଓଡିଶା କୁ ନାହିଁ ତ କାହାରିକୁ ନାହିଁ 
  • ମମତା ଙ୍କ ଜିଦ ଯୋଗୁଁ ସମୁହ ଧର୍ମଘଟ ରେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ
  • ଅର୍ଗସ କୁ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ଏକ୍ସକ୍ଲୁସିଭ ପ୍ରତିକ୍ରିୟା
  • ବାଇଟ-ଅନୁପ ବାଗ, ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ (ଛୋଟ ଫୋନୋ)
  • ଓଡିଶା ବଜାର ରେ ପୁଣି ଦେଖାଦେଇ ପାରେ ଆଳୁ ସଙ୍କଟ
  • ଟ୍ରେନ ରେ ୟୁପି ରୁ ଆଳୁ ଅଣାଯିବ କହିଲେ ଯୋଗାଣ ମନ୍ତ୍ରୀ 

ଅର୍ଗସ ବ୍ୟୁରୋ:  ଜିଦି ରେ ଅଟଳ ମମତା ସରକାର । ଦିଦିଙ୍କୁ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀଙ୍କ ଖୋଲା ଚ୍ୟାଲେଞ୍ଜ । ଆଜି ଠାରୁ ସମୂହ ଧର୍ମଘଟ କୁ ଓଲ୍ହାଇଛନ୍ତି ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ଓ ଶୀତଳ ଭଣ୍ଡାର ମାଲିକ। ଓଡିଶାକୁ ଆଳୁ ଚାଲାଣ କଟକଣା ହଟାଇବା ଓ କିଲୋ ପିଛା 23 ଟଙ୍କା ରେ ଆଳୁ ବିକ୍ରି ଦାବୀ ପୂରଣ ନ ହେଲେ ଗୋଦାମରୁ ଗୋଟିଏ ବି  ଆଳୁ ବିକ୍ରି କରିବୁନି ବୋଲି କହିଛନ୍ତି ଆଳୁ ବ୍ୟବସାୟୀ। ଫଳରେ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ଧର୍ମଘଟ ର ପ୍ରଭାବ ଓଡିଶା ସହ ପଶ୍ଚିମବଙ୍ଗ ରେ ବି ପଡିଛି । ଆସନ୍ତା କାଲି ଏ ନେଇ ପଶ୍ଚିମବଙ୍ଗ ସରକାର ସହ ଚୁଡାନ୍ତ ବୈଠକ ଥିବା ଜଣାପଡିଛି ।

ଓଡିଶା କୁ ଆଳୁ ରପ୍ତାନୀରେ କଟକଣା ଲଗାଇଛନ୍ତି ମମତା ସରକାର। ଓଡିଶା କୁ ପଶ୍ଚିମବଙ୍ଗରୁ ଆଳୁ ରପ୍ତାନୀ କରି ସର୍ବାଧିକ ଲାଭ ପଶ୍ଚିମବଙ୍ଗ ବ୍ୟବସାୟୀ ଅର୍ଜନ କରୁଥିବାରୁ ଏବେ ସେଠାରେ ଆଳୁ ଶୀତଳଭଣ୍ଡାର ରେ ନଷ୍ଟ ହେଉଛି । ଯାହାକୁ ନେଇ ଦୀର୍ଘଦିନ ହେଲା ପଶ୍ଚିମବଙ୍ଗ ବ୍ୟବସାୟୀ ଓ ସରକାରଙ୍କ ଭିତରେ ବିବାଦ ଲାଗିରହିଛି । ଏଭଳି ସ୍ଥିତି ପରେ ଓଡିଶା ବଜାରରେ ପୁଣି ସଙ୍କଟ ଦେଖା ଦେବା ଆଶଙ୍କା ଦେଖାଦେଇଛି । ଏବେ ସରକାର ପଶ୍ଚିମବଙ୍ଗ ସହ ୟୁପି ଓ ପଞ୍ଜାବରୁ ବି ଆଳୁ ଆଣୁଛନ୍ତି । ରାଜ୍ୟର ସ୍ଥିତି ନିୟନ୍ତ୍ରଣ ପାଇଁ ଟ୍ରେନ ରେ ପଶ୍ଚିମବଙ୍ଗ ରୁ ଆଳୁ ଅଣାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ରାଜ୍ୟ ରେ ଆଳୁ ସଙ୍କଟ ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଙ୍କ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିବା ଓ ଏହା ପରେ ସମ୍ପୁର୍ଣ୍ଣ ଆଳୁ ରପ୍ତାନୀ ବନ୍ଦ ହୋଇଯିବା କୁ ନେଇ ଦେଖା ଦେଇଥିଲେ ରାଜନୈତିକ ବିବାଦ । ସେତେବେଳେ ଭାଇ ମନା କରିଥିବାକୁ ଭଉଣୀ ଆଳୁ ଦେଉନଥିବା କଟାକ୍ଷ କରିଥିଲେ ଯୋଗାଣମନ୍ତ୍ରୀ । ଏବେ ନିଜ ରାଜ୍ୟ ର ଆଳୁ ଚାହିଦା ପୂରଣ ହେଉଥିଲେ ସୁଦ୍ଧା ଓଡିଶାକୁ ରପ୍ତାନୀ ପାଇଁ କଟକଣା ଲଗାଇବା ଦିଦି ଙ୍କ ପାଇଁ ଅଡୁଆ ବଢ଼ାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ