କାକୁଡି ସାଲାଡ  ଖାଇବା ଦ୍ୱାରା କଣ ମିଳିଥାଏ ଲାଭ ? 
by Argus News
Tue, Sep 24 | 7:50 p.m.

ନୂଆଦିଲ୍ଲୀ:  ଯଦି ଆପଣ  ନିଜ  ଡାଏଟ ଏବଂ ହେଲ୍ଥକୁ ନେଇ ବହୁତ ସଚେତନ୍  ତେବେ ନିଶ୍ଚିତ ଦେଖନ୍ତୁ ଏ ଭିଡିଓକୁ । କାରଣ ଏଥିରେ ଆମେ ଆପଣଙ୍କୁ  ଏପରି ଗୋଟିଏ  ହାଳକା ଫୁଲ୍‌କା ଖାଦ୍ୟ ବିଷୟରେ କହିବୁ ଯାହା ଆପଣଙ୍କୁ  ଖୁବ୍‌ ଲାଭ ଦେବ।  ସାଲାଡ  ପ୍ରାୟତଃ ସମସ୍ତେ  ଜାଣିଥିବେ ଆଉ ଖାଉଥିବେ ମଧ୍ୟ।  କିନ୍ତୁ କେଉଁ ସାଲାଡ ଦେହ ପାଇଁ ଲାଭଦାୟକ  ଏହା ବୋଧ୍‌ ହୁଏ ଆପଣ ଜାଣିନଥିବେ। ଆଜ୍ଞା ଆମେ କହୁଛୁ  କାକୁଡି ସାଲାଡ କଥା।  ଯେ କୌଣସି ସାଲାଡ ବନାନ୍ତୁ କିନ୍ତୁ  କାକୁଡି ସାଲାଡର ରହିଛି ସ୍ୱତନ୍ତ୍ରତା  ।  ଏହା ଶରୀର ପାଇଁ  ଏତେ ଲାଭଦାୟକ ଯେ  ବୋଧ୍‌ ହୁଏ ଏହା କିଛିଙ୍କୁ ଜଣାନଥିବ।  କାକୁଡି ସାଲାଡ ହେଉଛି ଏକ ପୌଷ୍ଟିକ  ଭୋଜନ ଯେଉଁଥିରେ   ଭରପୁର ମାତ୍ରାରେ ପାଣି ଥାଏ।  ପ୍ରତ୍ୟେକ ଦିନ କାକୁଡି ଖାଇବା ଦ୍ୱାରା  ବ୍ଲଡ ପ୍ରେସର ଏବଂ ବ୍ଲଡ ସୁଗର ଲେବଲକୁ କଣ୍ଟ୍ରୋଲ କରିବାସହ କୋଷ୍ଠକାଠିନ୍ୟ ଏବଂ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। 
 ଆସନ୍ତୁ ଜାଣିବା କାକୁଡି ସାଲାଡ  ଖାଇବା ଦ୍ୱାରା କଣ ମିଳିଥାଏ ଲାଭ 
 ହାଇଡ୍ରେସନ

 କାକୁଡିରେ ପ୍ରଚୁର ପାଣି ମିଳିଥାଏ ଯାହା ଶରୀରରେ ହାଇଡ୍ରେସନକୁ  ବୃଦ୍ଧି କରିବା ସହ  ଓଜନ ହ୍ରାସ କରିବାରେ  ସାହାଯ୍ୟ କରିଥାଏ। ଯଦି ଆପଣଙ୍କ ପାଣି ପିଇବାରେ ସମସ୍ୟା  ହେଉଛି ତେବେ ଆପଣ   ହାଇଡ୍ରେସନ ସମସ୍ୟାକୁ  ପୁରା କରିବାକୁ  ଡାଏଟରେ   କାକୁଡି ସାଲାଡ  ସାମିଲ କରାଇନିଅନ୍ତୁ। 
 ଡାଇବେଟିସ୍‌ 
କାକୁଡି  ଏକ  ଉତ୍ତମ  ସୁପରଫୁଡ। ଯେଉଁଥିରେ  କାର୍ବୋହାଇଡ୍ରେଟ, କ୍ୟାଲୋରୀ ଏବଂ   ଚିନି ବହୁତ କମ୍‌ ଥାଏ।  ଯେଉଁଥିପାଇଁ ଟାଇବେଟିସ୍‌ ରୋଗୀଙ୍କ ପାଇଁ ଏହାର ସେବନ ଲାଭ ଦେଇଥାଏ।  ଏଥିସହିତ  ଗ୍ଲାଇସେମିକ ଇଣ୍ଡେକ୍ସ  ମଧ୍ୟ କମ୍‌ ହୋଇଥାଏ।  ଏହାର ଅର୍ଥ ବ୍ଲଡ ସୁଗାର  ଶୀଘ୍ର ବଢି ନଥାଏ। 

ହାର୍ଟ ହେଲ୍ଥ

କାକୁଡିରେ ହାଇ ପୋଟାସିୟମ  ଏବଂ  କମ  ସୋଡିୟମ ସାମଗ୍ରୀ ମିଳିଥାଏ  ଯାହା ବ୍ଲଡପ୍ରେସରକୁ  କଣ୍ଟ୍ରୋଲ  କରିବା ସହ ହାର୍ଟକୁ  ସୁସ୍ଥ ରହିବାରେ ସାହାଯ୍ୟ କରିଥାଏ।  ଏଥିସହିତ କାକୁଡିରେ ଥିବା ଫାଇବର ଉଚ୍ଚ କୋଲେଷ୍ଟ୍ରଲ  ରୋକିଥାଏ।  ଏବଂ  ଆଥେରୋସ୍କ୍ଲେରୋସିସ୍ ସହ ଫାଇଟ୍‌ କରି  ହାର୍ଟକୁ ସୁରକ୍ଷା ଦେଇଥାଏ। 

ଅକ୍ସିଡେଟିଭ୍ ଚାପ ସହିତ ଫାଇଟ୍‌

କାକୁଡି ରେ ଉପସ୍ଥିତ ଥିବା  ଆଣ୍ଟିଆକ୍ସିଡେଣ୍ଟ କ୍ଷତିକାରକ  ଫ୍ରୀ ରେଡିକଲ୍ସ ର ସଞ୍ଚୟକୁ  ରୋକି ଥାଏ।  ଏହି   ଫ୍ରୀ ରେଡିକଲ୍ସ   ସଞ୍ଚୟ ହେବା ଦ୍ୱାରା ଶରୀରରେ  ରୋଗ ସୃଷ୍ଟି ହୋଇଥାଏ।  ତେବେ ଫ୍ରୀ ରେଡିକଲ୍ସ   ପାଇଁ  ସୃଷ୍ଟି ହେଉଥିବା ଅକ୍ସିଡେଟିଭ୍ ଚାପକୁ ରୋକିଥାଏ ଏବଂ  ଉତ୍ତମ ସ୍ୱାସ୍ଥ୍ୟ  ପ୍ରଦାନ କରିଥାଏ କାକୁଡି ।   କାକୁଡିର ସାଲାଡର ଏତେ ଲାଭ ଜାଣିବା ପରେ  ଆପଣ ଆଶ୍ଚଯ୍ୟ ନିଶ୍ଚୟ ହେଉଥିବେ ଆଉ  ଭାବୁଥିବେ ଏଥର ଡାଏଟରେ କାକୁଡି ସାଲାଡକୁ ଆଡ କରିବା ପାଇଁ।  ତେବେ ଆଉ ଭାବନ୍ତୁ ନାହିଁ ଶୀଘ୍ର  ପ୍ରତ୍ୟୋକ ଦିନ ଖାଦ୍ୟରେ କାକୁଡି ସାଲାଡକୁ  ଆଡ କରନ୍ତୁ ଦେଖିବେ କିପରି ଫାଇଦା ପାଉଛନ୍ତି। 
 ଅଧିକ ଦେଖନ୍ତୁ : 

ବିଲୁଆ
56m ago
ବିଲୁଆ ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ୱ ଆହତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ରେଞ୍ଜ ଅଧିନସ୍ଥ ହାତୀଓଟ, ଯେମାଦେଇପୁର, ପ୍ରାଣପୁରଦେଇପୁର ଗ୍ରାମରେ ବିଲୁଆ ଆକ୍ରମଣରେ ୨୦ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସକାଳେ ଏଭଳି ଘଟଣ
ଆସୁଛନ୍ତି ନଡ୍ଡା
58m ago
ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ନଡ୍ଡା
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ସଦସ୍ୟତା ଅଭିଯାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ । ରାଜ୍ୟ ପଦାଧିକାରୀ
ଜାହାଜ କାରଖାନା
୯୩୪.୫୪ କୋଟି ଟଙ୍କା ବିନିଯୋଗରେ ଭଦ୍ରକରେ ହେବ ଜାହାଜ କାରଖାନା
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ତିଆରି ହେବ ଜାହାଜ । ଭଦ୍ରକ ଜିଲ୍ଲାରେ ‌ନେପ୍‌ଚୁନ୍‌ସ ସିପ୍‌ ବିଲ୍‌ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍‌ ୯୩୪.୫