ବିଜେଡି ଭାଙ୍ଗିବା ଭୟରେ ନବୀନ !
by Argus News
Mon, Jun 24 | 8:21 p.m.

ଅର୍ଗସ ବ୍ୟୁରୋ : ବିଜେଡିକୁ ନେଇ ଏବେ ଚିନ୍ତାରେ ସଭାପତି ନବୀନ ପଟ୍ଟନାୟକ । କାରଣ ଦୀର୍ଘ ୨୪ ବର୍ଷ ଧରି ଶାସନ କରିବା ପରେ ଏବେ ସରକାରୀ ଦଳରୁ ବିରୋଧୀ ଦଳର ହୋଇଛି ଶଙ୍ଖ । ଲଗାତାର ମୁଖ୍ୟମନ୍ତ୍ରୀ ପଦରେ ଥିବା ନବୀନ ବି ବିରୋଧୀ ଦଳର ନେତା ହୋଇଛନ୍ତି । ଅବଶ୍ୟ ଦଳ ହଠାତ୍‌ ଏମିତି ପରାଜୟର ସ୍ଵାଦ ଚାଖିବ ତାହା କେହି ବି ବିଶ୍ଵାସ କରିନଥିଲେ । ହେଲେ ଏଥର ସବୁ ଓଲଟପାଲଟ ହୋଇଯାଇଛି । ତେଣୁ ଜନମତକୁ ସ୍ଵୀକାର କରିବା ଛଡ଼ା ବିଜେଡି ପାଖରେ କିଛି ଉପାୟ ବି ନାହିଁ । ହେଲେ ଏହାରି ଭିତରେ ନବୀନଙ୍କ ପ୍ରତିକ୍ରିୟାକୁ ନେଇ ସାଧାରଣରେ ଭାରି ଚର୍ଚ୍ଚା ।

ନବୀନଙ୍କୁ ଘାରିଛି କି ବିଜେଡି ଭାଙ୍ଗିଯିବା ଭୟ ? ଦଳ ଭିତରେ କନ୍ଦଳକୁ ନେଇ ଚିନ୍ତାରେ କି ନବୀନ ? କାରଣ ଦଳରେ ପାଣ୍ଡିଆନ ବିରୋଧୀ ଅସନ୍ତୋଷକୁ ନେଇ ଟେନସନରେ କି ବିଜେଡି ସୁପ୍ରିମୋ ? ଏକଜୁଟ୍ ହୋଇ ରହିବାକୁ ଦଳୀୟ କର୍ମୀଙ୍କୁ ନବୀନଙ୍କ ଆହ୍ୱାନ ପରେ ଉଠିଛି ଏମିତି ଅନେକ ପ୍ରଶ୍ନ । କାରଣ ଶନିବାର ନବୀନ ନିବାସରେ କବିସୂର୍ଯ୍ୟନଗର, ତେଲକୋଇ, ବାଙ୍କୀ ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀଙ୍କୁ ଭେଟିବା ବେଳେ ଏକଜୁଟ୍ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଏହାସହ କହିଛନ୍ତି, ଅପେକ୍ଷା କର, ଆଉ ଏକଜୁଟ୍ ହୋଇ ରୁହ । ଦଳକୁ ମଜଭୁତ କର । ଆଉ ନବୀନଙ୍କ ଏହି ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଯେତିକି, ବିଜେଡି ଅନ୍ଦର ମହଲରେ ବି ଆଲୋଚନା ବି ସେତିକି ।

କଥା ହେଲା ଏବେ ପ୍ରତିଦନ ନିର୍ବାଚନ ମଣ୍ଡଳୀ ୱାରି କିଛି ନେତାଙ୍କୁ ଡାକି ଆଲୋଚନା କରୁଛନ୍ତି ନବୀନ । ଫିଡ୍ ବ୍ୟାକ୍ ବି ନେଉଛନ୍ତି । ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା ବି କରୁଛନ୍ତି । କିନ୍ତୁ ପ୍ରଶ୍ନ , ନିର୍ବାଚନ ପରାଜୟର ସମୀକ୍ଷା ନ କରି କାହିଁକି ନିଇତି ନେତାଙ୍କୁ ଡାକି କରୁଛନ୍ତି ଆଲୋଚନା ? କେଉଁ ଗୁରୁତ୍ଵପୂର୍ଣ୍ଣ ବିଷୟକୁ ନେଇ ନବୀନଙ୍କୁ ଭେଟୁଛନ୍ତି ନେତା ? ପୂର୍ବରୁ ନବୀନ କୌଣସି ଦଳୀୟ ନେତାଙ୍କୁ ଭେଟୁନଥିଲେ କି ଆଲୋଚନା କରୁନଥିଲେ । ଏବେ କେମିତି ଆଲୋଚନା କରୁଛନ୍ତି ? କଣ ଆଲୋଚନା କରୁଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ।

ଏପଟେ, ଦୁଇଦିନ ତଳେ ଭୁବନେଶ୍ୱର ଏବଂ କଟକ ମହାନଗର ନିଗମରେ କମିଟି ଅଧ୍ୟକ୍ଷ ନିର୍ବାଚନରେ ବି ପଦାରେ ପଡିଥିଲା ଗୋଷ୍ଠୀ କନ୍ଦଳ । ପ୍ରଶ୍ନ ଉଠୁଛି ଦଳରେ ବିଭାଜନ ଆଶଙ୍କାରେ ସମୀକ୍ଷା କରିବାକୁ ପଛାଉଛନ୍ତି କି ନବୀନ ? ନିର୍ବାଚନ ଚାଲିଥିବା ବେଳେ ପାଣ୍ଡିଆନ ମଧ୍ୟ ସମାନ ଆଶାଙ୍କା କରିଥିଲେ । ବିଜେପି ୫୦ ଉପରକୁ ଗଲେ ବିଜେଡିକୁ ଭାଙ୍ଗି ସରକାର କରିବା ଥୟ ବୋଲି ଆଶଙ୍କା ପ୍ରକାଶ କରିଥିଲେ । ହେଲେ ରାଜ୍ୟରେ ବିଜେପି ୫୦ ନୁହେଁ ମ୍ୟାଜିକ ନମ୍ବରରୁ ବି ବହୁ ଅଧିକ ଭୋଟ୍‌ ପାଇଲା । ତେଣୁ ବିଜେଡି ନୁହେଁ ଏବେ ବିଜେପି ସରକାର ହେଲା । କିନ୍ତୁ ନବୀନ ଏବେ ଯେଉଁ ପରି ଭାବରେ ସମୀକ୍ଷା କରୁଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ।
 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ