ପାଣ୍ଡିଆନଙ୍କୁ କେବେ ଠୁ ଓ କାହିଁକି ଦିଆଯାଉଛି z କ୍ୟାଟେଗୋରୀ ସୁରକ୍ଷା ?
by Argus News
Wed, Apr 24 | 8:39 p.m.

ଅର୍ଗସ ବ୍ୟୁରୋ:  ଆସନ୍ତା କାଲି ବିଜେଡିର ଦୁଇ ନମ୍ବର ନେତା ଭି କେ ପାଣ୍ଡିଆନ କୋରାପୁଟ ଓ ରାୟଗଡା ଜିଲ୍ଲା ଗସ୍ତରେ ଯିବେ । ସେଥିପାଇଁ ସ୍ଥାନୀୟ ପ୍ରଶାସନକୁ ଅବଗତ କରିବା ପାଇଁ ଚିଠି କରିଛନ୍ତି ପାଣ୍ଡିଆନଙ୍କ ପିଏ । ତେବେ ଶେଷ କୁ ଲେଖା ଯାଇଥିବା ଏହି Z କ୍ୟାଟେଗୋରି ସିକ୍ୟୁରିଟ ଆରେଞ୍ଜମେଣ୍ଟ କୁ ନେଇ ଉଠିଛି ପ୍ରଶ୍ନ । ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ସୋସିଆଲ ମିଡିଆ ରେ ପୋଷ୍ଟ କରିବା ସହ ଲେଖିଛନ୍ତି କେବେ ଠୁ କାହା ନିର୍ଦ୍ଦେଶ ରେ ପାଣ୍ଡିଆନ ଙ୍କୁ ଦିଆଯାଉଛି Z କ୍ୟାଟେଗୋରି ସିକ୍ୟୁରିଟ । ଏପରିକି ରାଜ୍ୟରେ କୌଣସି କ୍ୟାବିନେଟ ମନ୍ତ୍ରୀ ନା ଖୋଦ ମୁଖ୍ୟମନ୍ତ୍ରୀ ଙ୍କୁ z କ୍ୟାଟେଗୋରି ସୁରକ୍ଷା ମିଳିନଥିବା ବେଳେ ଭି.କେ ପାଣ୍ଡିଆନ ଙ୍କୁ z କ୍ୟାଟେଗୋରି ସୁରକ୍ଷା ଦିଆଯିବା ପଛରେ କାରଣ କଣ । କିଏ ନେଇଛି ଏହି ନିଷ୍ପତ୍ତି । କାହା ନିର୍ଦ୍ଦେଶ ରେ ପାଣ୍ଡିଆନ ଙ୍କୁ ମିଳୁଛି z କ୍ୟାଟେଗୋରିର ସୁରକ୍ଷା ବୋଲି ମଧ୍ୟ ଉଠିଛି ପ୍ରଶ୍ନ । ତେବେ ଏ ନେଇ ପୂର୍ବତନ ପୋଲିସ ଅଧିକାରୀ କଣ କହୁଛନ୍ତି ଶୁଣନ୍ତୁ।

କିଛି ଦିନ ତଳେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଖୋଲିଥିଲା ବଡ଼ ଗୁମୁର । ତଥ୍ୟ ରେ ସାମ୍ନା କୁ ଆସିଥିଲା କି Z ପ୍ଲସ ସିକ୍ୟୁରିଟି ଠୁ ବି ଅଧିକ କଡା ସୁରକ୍ଷା ବଳୟ ରେ ବିଜେଡି ନେତା ପାଣ୍ଡିଆନଙ୍କ ସୁରକ୍ଷା। ସେଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି ବର୍ଷକୁ 3 କୋଟି ଟଙ୍କା.... ଭୈରବ କାର୍ତ୍ତିକେୟନଙ୍କ ସୁରକ୍ଷାରେ ମୁତୟନ 74 ସୁରକ୍ଷା କର୍ମୀ ।  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେପି। Z ପ୍ଲସ ପାଇଁ 55.. ପାଣ୍ଡିଆନଙ୍କ ପାଇଁ 74 ସୁରକ୍ଷା କର୍ମୀ।
ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ବୋଲି ପାଣ୍ଡିଆନଙ୍କୁ ଦିଆଯାଉଛି କି ଏତେ ସୁରକ୍ଷା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

UPI
30m ago
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିର
LOW PRESSURE
ନିର୍ବାଚନରେ ବାଧକ ସାଜିପାରେ ବର୍ଷା...
ଅର୍ଗସ ବ୍ୟୁରୋ: ଆଗାମୀ ୨୨ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍
ADR REPORT
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩% ବିଧାୟକ ପ୍ରାର୍ଥୀ କୋଟିପତି । କେନ୍ଦୁଝର ଚମ୍ପୁଆର BJD ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ତୃତୀୟ ପର୍ଯ୍ୟାୟ