ବିଦେଶରେ ଓଡ଼ିଆ ଲୋକଙ୍କୁ ଦେଖିଲେ ମୋର ଆତ୍ମବିଶ୍ୱାସ ଦୁଇ ଗୁଣା ହୁଏ
by Argus News
Thu, Nov 02 | 7:26 p.m.

ଅର୍ଗସ ବ୍ୟୁରୋ : ଓଡ଼ିଆ ଲୋକ ଭିତରେ ଦୃଢ଼ ଆତ୍ମବିଶ୍ୱାସ ଅଛି ଏବଂ ଏହି ଆତ୍ମବିଶ୍ୱାସକୁ ବଢାଇ ଓଡ଼ିଶାକୁ ଆଗାମୀ ଦିନରେ ବଡ କରିବାର ଦାୟିତ୍ୱ ନେବାକୁ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅଧିକ ପଢନ୍ତୁ : ଓଡ଼ିଆ ଲୋକ ଭିତରେ ଥିବା ଆତ୍ମବିଶ୍ୱାସକୁ ବଢାଇ ଓଡ଼ିଶାକୁ ବଡ଼ କରିବା

ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆବୁଧାବୀ ଠାରେ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଓଡ଼ିଆ ସମାଜ ଏକ ଜୀବନ୍ତ ସମାଜ । ଆମ ଓଡ଼ିଆଙ୍କ ପାଖରେ ବୈଶ୍ୱିକ ନେତୃତ୍ୱ ନେବାର ସବୁ ଗୁଣ ଅଛି । ଅତୀତରେ ଆମ ସମୃଦ୍ଧ ରାଜ୍ୟ ଓଡ଼ିଶା ନୌବାଣିଜ୍ୟ ଅର୍ଥନୀତି ରାଜ୍ୟ ଥିଲା । ଆମେ ପୂର୍ବରୁ ସମ୍ପନ୍ନ ଥିବା କାରଣରୁ ହଜାର ହଜାର ବର୍ଷ ପୂର୍ବରୁ କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ଭଳି ବଡ ବଡ ମନ୍ଦିର ତିଆରି କରିଥିଲେ । ଆମେ କଳିଙ୍ଗ ଯୁଦ୍ଧ ମାଧ୍ୟମରେ ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିବା ପାଇଁ ବାଧ୍ୟ କରିଥିଲେ । ତିର୍ତ୍ତୋଲରେ ଥିବା ଓଡଙ୍ଗଗଡ ଓଡ଼ିଶାର ପୁରାତନ ସଭ୍ୟତାର ପରିଚୟ ଦେଉଛି । ଆମର ରଘୁରାଜପୁରର ପଟ୍ଟଚିତ୍ର, ଇକତ୍ ନିଖୁଣ କାରିଗରୀରର ପରିଚୟ ଦେଉଛି । ହଜାର ହଜାର ବର୍ଷ ତଳୁ ଓଡ଼ିଆ ଲୋକଙ୍କ ଦ୍ୱାରା ତିଆରି ହୋଇଥିବା ସୃଜନଶୀଳତା ଏବେ ବି ଲୋକଙ୍କ ମଧ୍ୟରେ ଉନ୍ମାଦନା ତିଆରି କରୁଛି । ଆଜି ନୂଆ ସଂସଦ ଭବନ, ଭାରତ ମଣ୍ଡପମରେ କୋଣାର୍କ ଚକ୍ର ଅଛି । ଜି-୨୦ରେ କୋଣାର୍କ ଚକ୍ର ତଳେ ବିଶ୍ୱର ନେତା ମାନଙ୍କୁ ସ୍ୱାଗତ କରାଯାଉଛି ।  

ସନ୍ଥ କବି ଭୀମ ଭୋଇ ଲେଖିଥିବା ପଂକ୍ତି “ମୋ ଜୀବନ ପଛେ ନର୍କେ ପଡଥାଉ, ଜଗତ ଉଦ୍ଧାର ହେଉ”, କ୍ରାନ୍ତିକାରୀ ଲେଖା ଜଣେ ଓଡ଼ିଆ ହିଁ ଲେଖିଥିଲା । ତିର୍ତ୍ତୋଲରେ ମାଆ ଶାରଳାଙ୍କ ଘଟନୃତ୍ୟ ହେଉ କିମ୍ବା ଡାଲଖାଇ ନୃତ୍ୟ ଓ ଓଡ଼ିଆ ବ୍ୟଞ୍ଜନ ବଡିଚୁରା ଓ ଛଇଁଭଜା ଆମ ପାଇଁ ସବୁବେଳେ ଅନନ୍ୟ । ଓଡ଼ିଶାର ଦୁଇ ଭଉଣୀ ତଥା ନେକ୍ସସ୍ ପାୱାର ଷ୍ଟାର୍ଟଅପର ସିଇଓ ଏବଂ ସହ-ପ୍ରତିଷ୍ଠାତା ନିଶିତା ଓ ନିକିତା ବଳିୟାର ସିଂ ସବୁଜ ଇନ୍ଧନ ତଥା ସ୍ୱଚ୍ଛ ଉର୍ଜା ଭଳି କ୍ଷେତ୍ରରେ ଆରମ୍ଭ କରିଥିବା ଷ୍ଟାର୍ଟଅପ୍ ଆମ ଓଡ଼ିଶାର ଉଦ୍ୟୋଗୀ ମନୋଭାବ ଓ ପ୍ରତିଭାକୁ ଦର୍ଶାଉଛି । ଆଜିର ଦିନରେ ଓଡ଼ିଆ ଲୋକଙ୍କ ଅର୍ଗାନାଇଜ ପ୍ରୋସେସିଂ କରିବା ଦରକାର । ଭାରତକୁ ବଡ କରାଇବା ପାଇଁ ହେଲେ ଓଡ଼ିଶାକୁ ବଡ କରିବା ଦରକାର । ଭୀମ ଭୋଇରୁ ଡାଲଖାଇ ଏବଂ ଧର୍ମପଦରୁ ଉଦ୍ୟୋଗୀ ଦୁଇ ଭଉଣୀଙ୍କ ପର୍ଯ୍ୟନ୍ତ ଓଡ଼ିଶାକୁ ବଡ କରିବା ।  

ଶ୍ରୀ ପ୍ରଧାନ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ କାର୍ଯ୍ୟ ଦିବସରେ ବହୁସଂଖ୍ୟାରେ ଓଡ଼ିଆ ଲୋକମାନେ ଏଠାରେ ଉପସ୍ଥିତ ହେବା ଓଡ଼ିଶା ପ୍ରତି ପ୍ରତିବଦ୍ଧତା ଓ ଭଲପାଇବାର ପ୍ରତିଫଳନ । ଏହା ମୋ ପାଇଁ ବଡ ସମ୍ମାନ । ବିଦେଶରେ ଓଡ଼ିଆ ଲୋକଙ୍କୁ ଦେଖିଲେ ମୋର ଆତ୍ମବିଶ୍ୱାସ ଦୁଇ ଗୁଣା ହୁଏ । ପ୍ରବାସୀ ଓଡ଼ିଆ ଲୋକମାନେ ୟୁଏଇରେ ରହି ଭାରତ ମଧ୍ୟରେ ସମ୍ପର୍କକୁ ବଢାଇବାର ଦାୟିତ୍ୱ ନେଇଛନ୍ତି । ୟୁଏଇର ରାଷ୍ଟ୍ରପତି ଏବଂ ବୈଦେଶିକ ମନ୍ତ୍ରୀଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଘନିଷ୍ଠତା କାରଣରୁ ୟୁଏଇରେ ମନ୍ଦିର ନିର୍ମାଣ ପାଇଁ ଜାଗା ମିଳୁଛି । ଏଠାରେ ଆଇଆଇଟି ଦିଲ୍ଲୀ ପରି ଅନୁଷ୍ଠାନ ଖୋଲିବା ସହ ସିବିଏସଇ କାର୍ଯ୍ୟାଳୟ ମଧ୍ୟ ଖୋଲାଯାଉଛି । ନିଟ୍ ଏବଂ ଜେଇଇ ପ୍ରବେଶିକା ପରୀକ୍ଷା ପାଇଁ ଏଠାରେ ସେଣ୍ଟର ଖୋଲାଯାଉଛି ।    

ୟୁଏଇରେ ରହୁଥିବା ଓଡ଼ିଆ ଲୋକମାନଙ୍କୁ ଅଭିଭାବକ ଭାବରେ ସେମାନଙ୍କ ପିଲାଙ୍କୁ ଓଡ଼ିଆରେ କଥାବାର୍ତ୍ତା କରିବା ପାଇଁ ସବୁବେଳେ ଶିକ୍ଷା ଦେବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଆମ ଓଡ଼ିଆ ଭାଷାର ସ୍ୱତନ୍ତ୍ର ପରିଚୟ ଅଛି । ସ୍ୱାଧୀନ ଭାରତ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଛି । ତେଣୁ ଆମେମାନେ ଓଡ଼ିଆତ୍ୱ ବଜାୟ ରଖିବା । ୨୦୩୬ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେଉଥିବା ବେଳେ ଓଡ଼ିଶାକୁ ଏକ ନମ୍ବର କରିବା ବୋଲି ସେ କହିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଭାରତର ବଢୁଥିବା ଅର୍ଥନୀତି, ସ୍ୱଦେଶୀ ଭ୍ୟାକସିନ ପ୍ରସ୍ତୁତି, ଉର୍ଜା ବ୍ୟବହାର, ବଦଳୁଥିବା ଟେକ୍ନୋଲୋଜି, ୟୁପିଆଇ ପେମେଣ୍ଟ, ଦେଶବାସୀଙ୍କର ବଢୁଥିବା ଆକାଂକ୍ଷା ଉପରେ ମଧ୍ୟ ବର୍ଣ୍ଣନା କରିଥିଲେ ।

BJD
10m ago
ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା
ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତ
MODI
22m ago
ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତ
BJP
28m ago
ବାଲେଶ୍ବରରେ ବିଜେପିର ଶକ୍ତି ପ୍ରଦର୍ଶନ
ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନ ପାଇଁ ଜୋସରେ ରାଜ୍ୟ ବିଜେପିର ହେଭିୱେଟ୍ । ବାଲେଶ୍ବରରେ ଏକାଠି ପ୍ରଚାର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍