ମହିଳାଙ୍କୁ ମୋଦି ପଚାରିଲେ, ମୋ ପାଇଁ କୁର୍ତ୍ତା ତିଆରି କରିଦେବ ?
by Argus News
Wed, Sep 18 | 6:51 p.m.

ଅର୍ଗସ ବ୍ୟୁରୋ: ଯେତେବେଳେ ପ୍ରଧାନମନ୍ତ୍ରୀ ଗାଁର ମହିଳାଙ୍କୁ କୁହନ୍ତି ମୋ ପାଇଁ ଗୋଟିଏ କୁର୍ତ୍ତା କରିଦେବେ ? ଡ୍ରେସ୍‌ ସିଲାଇ ପରେ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଦେବେ । ସେ ମତେ ପଠାଇଲେ ମୁଁ ପିନ୍ଧିବି । କିଛି ଏମିତି କଥା ଶୁଣିବା ପରେ ଥରେ ଚିନ୍ତା କରନ୍ତୁ ସେହି ମହିଳା କେତେ ଯେ ଖୁସି ହୋଇନଥିବେ ? ଖୁସି ହେବେନି ବା କେମିତି ? କାରଣ ଖୋଦ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ତାଙ୍କୁ ନିଜର ଡ୍ରେସ କରିବା ପାଇଁ ପରା ଅନୁରୋଧ କରିଛନ୍ତି । ସାଧାରଣ ଲୋକଙ୍କ ସହ ଭାବବିନିମୟ କରିବା ବେଳେ ମୋଦି ଯେଉଁପରି ଭାବରେ କଥା ହେଲେ ତାହାକୁ ନେଇ କେବଳ ରାଜ୍ୟରେ ନୁହେଁ ବରଂ ପୁରା ଦେଶରେ ଜୋରଧରିଛି ଚର୍ଚ୍ଚା ।

ସ୍ଥାନ- ଗାଢକଣର ଶବର ସାହି । ଅବସରଥିଲା - ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ସହ ଆଲୋଚନା । ରାଜ୍ୟରେ ପିଏମ ଆବାସ ଯୋଜନାରେ ଯାହାଙ୍କୁ ଘର ମିଳିଛି ସେମାନଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ଏହାରି ଭିତରେ ମୋ ପାଇଁ କୁର୍ତ୍ତା ତିଆରି କରିଦିଅ । ମୁଖ୍ୟମନ୍ତ୍ରୀଙ୍କୁ ଦେବ । ତାକୁ ମୁଁ ପିନ୍ଧିବି । ଗତକାଲି ଗାଢକଣ ଶବରସାହିରେ ଆବାସ ହିତାଧିକାରୀଙ୍କ ସହିତ ଆଲୋଚନା ବେଳେ ଜଣେ ମହିଳା ହିତାଧିକାରୀଙ୍କୁ କିଛି ଏମିତି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହିଳା ହିତାଧିକାରୀଙ୍କୁ ମୋଦି ପଚାରିଥିଲେ ଆପଣ କଣ କରୁଛନ୍ତି ? ସେ କହିଥିଲେ ମୁଁ ଟେଲରିଂ କରୁଛି । ତାଙ୍କ ପାଇଁ ଏକ କୁର୍ତ୍ତା ତିଆରି କରିପାରିବେ କି ବୋଲି ମୋଦି ପ୍ରଶ୍ନ କରିଥିଲେ ? ତାଙ୍କ ପାଇଁ କୁର୍ତ୍ତା ତିଆରି କରି ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ସେ ପିନ୍ଧିବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ହଠାତ୍‌ ମୋଦି କୁର୍ତ୍ତା କଥା କହିଥିବାରୁ ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇଥିଲେ, କଣ କହିବେ ବୋଲି ଭାବି ହଁ କହିଥିଲେ ।

ଅନେକ ସମୟରେ ମୋଦି ଲୋକଙ୍କ ସହ ୱାନ ଟୁ ୱାନ ଆଲୋଚନା କରନ୍ତି । ଭାବବିନିମୟ ବି କରନ୍ତି । ବେଳେ ବେଳେ ଗସ୍ତବେଳେ ପ୍ରୋଟକଲ ଭାଙ୍ଗି ଲୋକଙ୍କୁ ଅଟୋ ଗ୍ରାଫ୍‌ ଦିଅନ୍ତି ତ ଆଉ କେତେବେଳେ ହାତ ମିଳାନ୍ତି । ହେଲେ ଓଡ଼ିଶା ଗସ୍ତରେ ଯେଉଁପରି ଭାବରେ କୁର୍ତ୍ତା କରିଦେବା ପାଇଁ କହିଲେ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ବ୍ୟୁରୋ ରିପୋର୍ଟ, ଅର୍ଗସ ଡିଜିଟାଲ
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ