କେବେ ଗିରଫ ହେବେ ରଙ୍ଗଶାଳାର ମାଷ୍ଟରମାଇଣ୍ଡ ନେତା ଓ ବାବୁ
by Argus News
Tue, Jul 02 | 7:37 p.m.
  • କେବେ ଗିରଫ ହେବେ ରଙ୍ଗଶାଳାର ମାଷ୍ଟରମାଇଣ୍ଡ ନେତା ଓ ବାବୁ
  • ବିବାଦରେ ପ୍ରଣବ ବଳବନ୍ତରାୟ , ପ୍ରଭାତ ବଳବନ୍ତରାୟ, ଏଲିନା ଦାସ
  • ବଲେବଲେ ଢାବାକୁ ନେଇ ବିବାଦରେ ବିଜେଡିର ଏହି ତିନି ହେଭିୱେଟ୍
  • ସାଧାରଣରେ ଅଭିଯୋଗ , ବଲେବଲେ ଢାବାରେ ଚାଲିଥିଲା ରଙ୍ଗଶାଳା
  • ସ୍ଥାନୀୟ ଲୋକଙ୍କ ଅଭିଯୋଗ, ରଙ୍ଗଶାଳାରେ ଚାଲିଥିଲା ଖଟିଆ ସେବା
  • ବଲେବଲେ ଢାବାରେ ଲାଗିଥିଲା ବେଆଇନ୍ ଭାବେ ସରକାରୀ ଟଙ୍କା
  • ଲୋକଙ୍କ ଅଭିଯୋଗ ଢାବାକୁ ଚଲାଉଥିଲେ ବିଜେଡି ନେତ୍ରୀ ଏଲିନା ଦାସ
  • ପ୍ରଶାସନର ଲଟକା ଲାଗିବ ପରେ ରାତାରାତି ଉଭାନ୍ ହେଲା ଢାବାର ସାମଗ୍ରୀ
  • ଢାବାର ସାମଗ୍ରୀ ଖାଲି ପରେ ଧର୍ମଶାଳା ପ୍ରଶାସନ ପକାଇଲା ତାଲା

ଅର୍ଗସ ବ୍ୟୁରୋ: ବିବାଦୀୟ ବଲେବଲେ ଢାବା । ଆଳୁ ଖୋଳୁଖୋଳୁ ବାହାରୁଛି ମହାଦେବ । ଢାବାରେ ଲାଗିଥିଲା ସରକାରୀ ଟଙ୍କା । ଯାହା ଏହି ସରକାରୀ ଦସ୍ତାବିଜ୍ ପ୍ରମାଣ କରୁଛି । ସେପଟେ ଏହି ଘଟଣାକୁ ନେଇ ବିବାଦରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ଭାଇ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ । ପ୍ରଭାତ ଓ ପ୍ରଣବଙ୍କ ଚାପରେ ସେଠାରେ ବେଆଇନ୍ ଭାବେ ଚାଲିଥିଲା ବଲେବଲେ ଢାବା । ଆଉ ସାଧାରଣ ଲୋକଙ୍କ ଅଭିଯୋଗ, ଢାବାକୁ ଚଳାଉଥିଲେ ଖୋଦ୍ ବିଜେଡିର ଆଗଧାଡିର ନେତ୍ରୀ ଏଲିନା ଦାସ । ଆଉ ଏଲିନା ସବୁବେଳେ ଢାବାକୁ ଆସୁଥିବା କଥା ଅଭିଯୋଗ କରିଛନ୍ତି ଲୋକେ ।

ସେପଟେ ବଲେବଲେ ଢାବାରେ ପ୍ରଶାସନ ଲଟକା ଲଗାଇବା ପରେ ରାତାରାତି ହୋଇଥିଲା ଢାବା ଖାଲି । ଆଉ ଏବେ ବିଡିଓଙ୍କ ନିର୍ଦ୍ଦେଶରେ ବ୍ଲକ କର୍ମଚାରୀ ଢାବାରେ ପକାଇଛନ୍ତି ତାଲା । ତେବେ କେମିତି ଏଠି ବେଆଇନ୍ ଭାବେ ଢାବା ଚାଲିଥିଲା ଏହାର ଉତ୍ତର କିନ୍ତୁ କାହା ପାଖରେ ନାହିଁ । ସମସ୍ତ ଅଧିକାରୀଙ୍କ ଗୋଟିଏ କଥା ବିଡିଓ ସାର୍ ଦେଇପାରିବେ ସବୁ ଉତ୍ତର ।

ସେପଟେ ଧର୍ମଶାଳା ପରି ଯାଜପୁରରେ ଚାଲିଥିବା କୁସୁମାକୁ ନେଇ ମଧ୍ୟ ବଡ ବିବାଦ ଛିଡା ହୋଇଛି । କୁସୁମା ମଧ୍ୟରେ ନିର୍ମାଣ ହୋଇଥିବା ବଙ୍ଗଳାରେ ମଧ୍ୟ ବେଆଇନ୍ ଭାବେ ରଙ୍ଗଶାଳା ଚାଲିଥିବାର ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକ । ଖୋଦ୍ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଏଠାକୁ ବିଳମ୍ବିତ ରାତିରେ ଆସୁଥିବା କଥା କହିଥିଲେ ସ୍ଥାନୀୟ ବାସିନ୍ଦା । ସେପଟେ କୋଟିକୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ବଙ୍ଗଳାର ଖର୍ଚ୍ଚକୁ ନେଇ ମୁହଁ ଖୋଲିନାହାନ୍ତି ସରକାରୀ ବାବୁ । ଧର୍ମଶାଳାର ବଲେବଲେ ଢାବା ଓ ଯାଜପୁରର କୁସୁମାକୁ ନେଇ ବଡ ବିବାଦ । ଏଠି ରାତିରେ ରଙ୍ଗୀନ ହେଉଥିଲେ ବାବୁ ଓ ନେତା । ଆଉ ନିଜର ମଉଜ ପାଇଁ କୋଟିକୋଟି ଟଙ୍କା ଅଜାଡି ଦେଇଥିଲେ ପ୍ରକଳ୍ପ ପାଇଁ । ଯାହାକୁ ନେଇ ଏବେ ତିଆରି ହୋଇଛି ବଡ ବିବାଦ । ଆଉ ପ୍ରଶ୍ନ ବେଆଇନ୍ କାମ କରିଥିବା ଏହି ନେତା ଓ ବାବୁ କେବେ ହେବେ ଗିରଫ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ବର୍ଷକରେ
20m ago
ବର୍ଷକରେ Threadsରେ ୧୭୫ ମିଲିୟନ ୟୁଜର୍ସ: ଜୁକରବର୍ଗ ଏବେ ଖୁସି ନିଶ୍ଚିତ
ଅର୍ଗସ ବ୍ୟୁରୋ: ମେଟା ଗତ ବର୍ଷ ୫ ଜୁଲାଇରେ ନିଜର ଇନଷ୍ଟାଗ୍ରାମରେ ଲାଟେଷ୍ଟ ମେସେଜ ଏକ୍ସଟେନସନରେ ଫ୍ଲାଟଫର୍ମ ଥ୍ରେଡସ (Threads)କୁ ଲଞ୍ଚ କରିଥିଲା । ଆସନ୍ତାକାଲି ଏହାକୁ ବର୍ଷେ ପୁରିବ
ଆଉ ଦୁଇ ଦିନ ପରେ
51m ago
ଆଉ ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା
ଅର୍ଗସ ବ୍ୟୁରୋ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦୁଇ ଦିନବାକି । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଆଜି ଅଣସରର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତ
ସାମ୍ନାକୁ ଆସିଲା
ସାମ୍ନାକୁ ଆସିଲା ବିଜେଡି ସରକାରଙ୍କ ଆଉ ଏକ ଓଡ଼ିଆ ମାରଣ ନୀତିର ନମୁନା
ଅର୍ଗସ ବ୍ୟୁରୋ: 350 କୋଟି ଟଙ୍କାର ଆଖିଖୋସି ହେଲା ଭଳି ବିଲ୍ଡିଂ। 4 ଲକ୍ଷ ସ୍କୋୟାର ଫୁଟର ଜାଗା। ଆଲିସାନ ବହୁତଳ କାଚ ବିଲଡିଂ ଭିତରେ ଆକର୍ଷଣୀୟ ଇଣ୍ଟରୀୟର। ହେଲେ ଏ ସବୁ କାହା ପାଇଁ