ଭୋଟ୍‌ ଦେଉଛି ଆମେରିକା  : ରାଷ୍ଟ୍ରପତି ହେବ କିଏ ? ବଢିଲା ସସ୍‌ପେନ୍ସ
by Argus News
Tue, Nov 05 | 8:12 p.m.

ଅର୍ଗସ ବ୍ୟୁରୋ: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । ମୈଦାନରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସ । ଉଭୟଙ୍କ ମଧ୍ୟରେ ଜୋରଦାର ଲଢେଇ ହେଉଛି । ହେଲେ ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ତାହାକୁ ନେଇ ଚର୍ଚ୍ଚା ଚାଲିଛି । କାରଣ ଅଧିକାଂଶ ଏକଜିଟ୍‌ ପୋଲ ଏଥର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ହେବେ ବୋଲି କହିଥିବା ବେଳେ କିଛି ଏକଜିଟ୍‌ ପୋଲ ହାରିସଙ୍କ ବିଜୟକୁ ଇସାରା କରିଛି । ତେଣୁ ଉଭୟଙ୍କ ସମର୍ଥକ ଏବେ ଦ୍ଵନ୍ଦ୍ଵରେ ଅଛନ୍ତି ।

ହ୍ଵାଇଟ୍‌ ହାଉସ । ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ କାର୍ଯ୍ୟାଳୟ । ହେଲେ ଏଥର ସର୍ବୋଚ୍ଚ ସ୍ଥାନରେ ଆମେରିକା ଜନତା କାହାକୁ ବସାଉଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି । ଏପଟେ, ଉଭୟ ପ୍ରାର୍ଥୀ ଜୋରଦାର ଦାବି କରିଛନ୍ତି କି ଆମେ ବିଜୟ ହେବୁ ବୋଲି । କିନ୍ତୁ ମ୍ୟାଜିକ୍ ନମ୍ବର ୨୭୦ କିଏ ପାର୍ କରି ହ୍ୱାଇଟ ହାଉସରେ କିଏ ଏଣ୍ଟ୍ରି ମାରିବେ ତାହା ତ ସମୟ କହିବ ।

ପେନସଲଭେନିଆ ଏବଂ ମିସଗନ୍ । ଏବେ ଚର୍ଚ୍ଚାରେ ଏହି ଦୁଇ ରାଜ୍ୟ । କାରଣ ଆଗାମୀ ଦିନରେ କିଏ ରାଷ୍ଟ୍ରପତି ରେସ୍ ଜିତିବ ତାହା ନିର୍ଣ୍ଣୟ କରିବେ ଏହି ରାଜ୍ୟର ଜନତା । ଡେମୋକ୍ରାଟିକ୍ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ଭାରତୀୟ ବଂଶୋଭବ କମଲା ହାରିସ । ସେପଟେ ରିପବ୍ଲିକାନ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୂଚନା ଅନୁସାରେ, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବିଜୟୀ ପାଇଁ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରୁ ୨୭୦ ଭୋଟ୍ ସହ ପ୍ରାର୍ଥୀଙ୍କୁ ଅତି କମରେ ତିନିଟି ପ୍ରମୁଖ ରାଜ୍ୟରେ ଜିତିବାକୁ ପଡ଼ିବ । ଜାନୁଆରୀ ୬ ତାରିଖରେ ବିଜେତାଙ୍କ ନାଁ ଘୋଷଣା କରାଯିବ । ଜାନୁଆରୀ ୨୦ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ସବୁ ଚର୍ଚ୍ଚାର ଅନ୍ତ ହେଲା, ଆଜି ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲାଗି ପଡ଼ୁଛି ଭୋଟ୍‌ । ଦୁଇ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ କମଲ ହାରିସଙ୍କ ମଧ୍ୟରେ କଡା ଟକ୍କର ହେଉଛି । କିଏ ବିଜୟ ହେବ ତାହାକୁ ନେଇ ପୁରା ବିଶ୍ଵରେ ଚର୍ଚ୍ଚା ଚାଲିଥିବା ବେଳେ ନିର୍ବାଚନ ପୂର୍ବରୁ ଭୋଟ୍‌ ଦେଇ ଆମେରିକାବାସୀ ଯେଉଁ ରେକର୍ଡ କରିଛନ୍ତି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା । ଭୋଟର୍‌ଙ୍କ ବଦଳୁଥିବା ମନୋଭାବ ଏବଂ ଆଗୁଆ ମତଦାନ ପାଇଁ ଅହେତୁକ ଆଗ୍ରହ ଡେମୋକ୍ରାଟିକ୍‌ ଦଳ ପ୍ରାର୍ଥୀ କମଳା ହାରିସ ଏବଂ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ମହଲରେ ଦ୍ବନ୍ଦ୍ବ ବଢ଼ାଇ ଦେଇଛି । 

ନିର୍ବାଚନ ପୂର୍ବରୁ ଲକ୍ଷଲକ୍ଷ ଭୋଟର୍‌ ଆଗୁଆ ମତଦାନ କରୁଥିବା ଜଣାପଡ଼ିଛି । ୟୁନିଭର୍ସିଟି ଅଫ୍ ଫ୍ଲୋରିଡାର ଇଲେକ୍ସନ ଲ୍ୟାବ୍ ଟ୍ରାକର ତଥ୍ୟ ଅନୁଯାୟୀ, ୬୮ ନିୟୁତରୁ ଅଧିକ ଆମେରିକୀୟ ଅର୍ଥାତ୍‌ ୬ କୋଟିରୁ ଉର୍ଦ୍ଧ୍ଵ ଭୋଟର ଏଯାବତ୍‌ ମତଦାନ କରିସାରିଲେଣି । ‘ମେଲ୍-ଇନ୍ ବାଲଟ୍’ ରେ ହେଉ କି ମତଦାନ କେନ୍ଦ୍ର ମାଧ୍ୟମରେ ହେଉ, ପୁରା ଦେଶରେ ଭୋଟରମାନେ ଆଗୁଆ ମତଦାନ ବିକଳ୍ପ ଦ୍ୱାରା ପ୍ରଦାନ କରାଯାଉଥିବା ସୁବିଧାର ଫାଇଦା ଉଠାଉଛନ୍ତି । ତେବେ ଆଗୁଆ ମତଦାନ ସୁବିଧା ଭୋଟରଙ୍କୁ ଖରାପ ପାଣିପାଗ, ଲମ୍ବା ଧାଡ଼ି କିମ୍ବା ନିର୍ବାଚନ ଦିନ ଅପ୍ରତ୍ୟାଶିତ ସମସ୍ୟାରୁ ଦୂରେଇ ରହିବାକୁ ସୁଯୋଗ ଦେଉଥିବା କୁହାଯାଉଛି ।

ମୋଟ୍‌ ଉପରେ, ଏଥର ଆମେରିକାର ନିର୍ବାଚନ ଐତିହାସିକ ହେବାକୁ ଯାଉଛି । କାରଣ ଦୁଇପ୍ରାର୍ଥୀ ହାରିସ ଓ ଟ୍ରମ୍ପଙ୍କ ମଧ୍ୟରେ ପ୍ରେସିଡେଣ୍ଟିସିଆଲ ଡିବେଟ୍‌ରେ ଯେଉଁପରି ଭାବରେ ଆରୋପ ଓ ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା କି ଏଥର ଲଢେଇ ଜୋରଦାର ହେବ । ଏହି ସମୟରେ ଉଭୟ ନେତା ଉଭୟଙ୍କୁ ସମାଲୋଚନା କରିବା ସହିତ ନିର୍ବାଚନରେ କିଏ ଜିତିଲେ କଣ ହେବ ସେନେଇ ବୟାନବାଜି ବି ଦେଇଥିଲେ । ତେବେ ଆଜିର ଭୋଟ୍‌ ପରେ ଜଣାପଡ଼ିବ କାହାକୁ ବିଶ୍ଵାସକୁ ନେଉଛନ୍ତି ଆମେରିକାବାସୀ ।
 

ଚାଉଳ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ୩ମାସର ଆଗୁଆ ଚାଉଳ
ଅର୍ଗସ ବ୍ୟୁରୋ:ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ୩ମାସର ଆଗୁଆ ଚାଉଳ। ଏ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। E-kyc ବ୍ୟବସ୍ଥାକୁ ତ୍ବରାନିତ କରିବାକୁ ମଧ୍ୟ କହିଛନ୍ତି
ଉଇକିପିଡିଆ
ଉଇକିପିଡିଆରେ ଭୁଲ ତଥ୍ୟ ସ୍ଥାନିତକୁ ନେଇ ନୋଟିସ ଜାରି କରିଛି କେନ୍ଦ୍ର ସରକାର
ଅର୍ଗସ ବ୍ୟୁରୋ: ଉଇକିପିଡିଆକୁ ନୋଟିସ । ଅନ୍‌ଲାଇନ୍ ଏନସାଇକ୍ଲୋପିଡ଼ିଆ ଭାବରେ ଜଣାଶୁଣା ୱବସାଇଟରେ ଭୁଲ ତଥ୍ୟ ସ୍ଥାନିତ ହେବାକୁ ନେଇ ନୋଟିସ ଜାରି କରିଛନ୍ତି କେନ୍ଦ୍ର ସରକାର
ଇସ୍କନ ରଥଯାତ୍ରା
ଆମେରିକା ହ୍ୟୁଷ୍ଟନରେ ହେବନି ରଥଯାତ୍ରା,ରଥଯାତ୍ରା ବଦଳରେ ହେବ ନିତାଇ ଗୌର ସଂକୀର୍ତ୍ତନ
ଅର୍ଗସ ବ୍ୟୁରୋ: ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଇସ୍କନ ରଥଯାତ୍ରା ବାତିଲ। ରଥଯାତ୍ରା ବଦଳରେ ହେବ ନିତାଇ ଗୌର ସଂକୀର୍ତ୍ତନ। ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ସମ୍ମାନ ଜଣା