ବିଜେଡି ଜାରି କରିଥିଲା ୪୦ ଜଣିଆ ଷ୍ଟାର ପ୍ରଚାରକ
by Argus News
Fri, May 24 | 9:43 p.m.

ଅର୍ଗସ ବ୍ୟୁରୋ : ନାଁକୁ ମାତ୍ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଥିଲା କି ବିଜେଡି ? ଯଦି ନାଁ ତାହାଲେ କେବଳ ପାଣ୍ଡିଆନ କେବଳ କାହିଁକି ବୁଲିବୁଲି କରୁଛନ୍ତି ପ୍ରଚାର ? କାଁ ଭାଁ ନବୀନ ବାବୁ ମଇଦାନକୁ ଓହ୍ଲାଉଛନ୍ତି ସତ ହେଲେ ଅଧିକାଂଶ ସ୍ଥାନରେ ବିଜେଡିର ନମ୍ବର-୨ ନେତା ପାଣ୍ଡିଆନ ପ୍ରଚାର କରୁଛନ୍ତି । ସାଙ୍ଗରେ ନା ଦେଖିବାକୁ ମିଳୁଛି ଅନ୍ୟ ନେତାଙ୍କୁ ନା ପ୍ରାର୍ଥୀଙ୍କୁ ? ବିଜେଡି କହିଲେ କେବଳ ପାଣ୍ଡିଆନ ନିଜକୁ ଭାବୁଛନ୍ତି କି ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।

ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ଵ ଖର୍ଚ୍ଚ କରି ୩୧୪ ବ୍ଲକକୁ ବୁଲି ଆସିଲେ । କହିଲେ, ଆମେ ଅଭିଯୋଗ ସଂଗ୍ରହ କରୁଛୁ । ପ୍ରଶ୍ନ, ୨୫ ବର୍ଷର ସ୍ଥିର ସରକାର, ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା...ଏହା ପରେ ବି ବିକାଶର ବାଟ ମୋଡ଼ିଥିଲା କିଏ ? ନା କେବଳ ପ୍ରହସନ ପାଇଁ ବ୍ଲକଠୁ ବ୍ଲକ ବୁଲିବୁଲି ନିଜକୁ ନେତା କରିବାକୁ ଚକ୍ରାନ୍ତ କରୁଥିଲେ । ଏବେ ଏମିତି ପ୍ରଶ୍ନ ପ୍ରତିଟି ଓଡ଼ିଆଙ୍କ ମନରେ ଉଙ୍କି ମାରୁଛି ।

ବିଜେଡିରେ ଏବେ କଣ କେହି ନେତା ନାହାନ୍ତି କି ? ଯଦି ଅଛନ୍ତି ତାହାଲେ ସେମାନେ ଏବେ କେଉଁଠି ? ଚାକିରି କରିଥିବା ବେଳେ ତ ଦଳୀୟ କଥାରେ ମୁଣ୍ଡ ପୂରାଉଥିଲେ ସେଥିରେ କୌଣସି ସନ୍ଦେହ ନଥିଲା, ହେଲେ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବା ପରେ ଦଳକୁ ପୂରା କବଜା କରି ରଖିଛନ୍ତି । ଖାଲି କବଜା କରିଛନ୍ତି ତାହା ନୁହେଁ ବରଂ ଶାସନ ବ୍ୟବସ୍ଥାକୁ ହାଇଜାକ କରିବାକୁ ଚେଷ୍ଟା ବି କରିଛନ୍ତି । ପ୍ରତି ମୁହୂର୍ତ୍ତରେ ଓଡ଼ିଆଙ୍କୁ ଅସମ୍ମାନିତ କରିବାକୁ ଚେଷ୍ଟା ବି କରିଛନ୍ତି । ଏ ସବୁ ଦେଖିବା ପରେ ପ୍ରାଂଜଳ ଭାବରେ ଆପଣ ବି ବୁଝିପାରିବେ ସବୁ କ୍ରେଡିଟ ନେବାକୁ ସେ କେତେ ଆଗଭର ।  ପୂର୍ବରୁ ବି ବବି ଓ ପ୍ରତାପ ଦେବଙ୍କ ପରି ଦଳର ଆଗଧାଡ଼ିର ନେତାଙ୍କୁ ଟ୍ରାଫିକ ଜଗିବା ଓ ତମ୍ବୁ ଟାଣିବା କାମରେ ଲଗାଇଥିଲେ । ଏବେ ନିର୍ବାଚନ ଫଳାଫଳ ବାହାରିବା ପରେ ଦଳର ସବୁ ନେତାଙ୍କୁ କନେଷ୍ଟବଳ ପରି ବ୍ୟବହାର କରିବାକୁ ବୋଧହୁଏ ସ୍ଵପ୍ନ ଦେଖୁଛନ୍ତି ପାଣ୍ଡିଆନ । ତେବେ ସମୟ କହିବ କେଉଁ ପାଣି କୁଆଡ଼େ ଯାଉଛି ।
 

ରାଜ୍ୟରେ ଲାଗୁ ହେବ
19m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର