ଆସନ୍ତା କାଲି ବନ୍ଦ ରହିବ କି ବ୍ୟାଙ୍କ, ଜାଣନ୍ତୁ ...
by Argus News
Thu, Mar 28 | 2:46 p.m.

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଗୁଡ୍ ଫ୍ରାଇଡେ । ଖ୍ରୀଷ୍ଟିୟାନ କ୍ୟାଲେଣ୍ଡରରେ ଏହାକୁ ଖୁବ ମହତ୍ତ୍ବପୂର୍ଣ୍ଣ ଦିନ ଭାବେ ପାଳନ କରାଯାଏ । ଯେଉଁଦିନ ଯୀଶୁଙ୍କ ତ୍ୟାଗ ତଥା ବଳିଦାନକୁ ସାରା ବିଶ୍ବ ମନେ ପକାଏ । ତେବେ ଏହି ଦିନକୁ ଅନେକ ସ୍ଥାନରେ ଛୁଟିଦିନ ବୋଲି ପାଳନ କରାଯାଏ । ଏବଂ ଅନେକ ସ୍ଥାନରେ ଏହିଦିନ ବ୍ୟାଙ୍କ ମଧ୍ୟ ବନ୍ଦ ରହେ । ହେଲେ ଗୁଡ ଫ୍ରାଇଡେ ଏକ ଜାତୀୟ ଛୁଟିଦିନ ନୁହେଁ । କିନ୍ତୁ ଏହି ଦିନ ଅନେକ ସ୍ଥାନରେ ବ୍ୟାଙ୍କ ବନ୍ଦ ରହେ । ଆରବିଆଇ କ୍ୟାଲେଣ୍ଡର ମୁତାବକ କେବଳ କିଛି ସହର ଯେପରିକି ତ୍ରିପୁରା, ରାଜସ୍ଥାନ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଆସାମ ଆଦିକୁ ଛାଡିଲେ ଅନ୍ୟ ସ୍ଥାନରେ ବ୍ୟାଙ୍କ ବନ୍ଦ ରହେ । କେବଳ ଅନଲାଇନ ବ୍ୟାଙ୍କିଂ ଏବଂ ଏଟିଏମ କିଛି ମାତ୍ରାରେ ଖୋଲା ରୁହେ । 

ଅଧିକ ପଢନ୍ତୁ : ରବିବାର ଦିନ ଖୋଲା ରହିବ ବ୍ୟାଙ୍କ

ତେବେ ଯଦି ଦେଖାଯାଏ , ଚଳିତ ମାର୍ଚ୍ଚ ମାସରେ ଅନେକ ଛୁଟି ପଡିଥିବାରୁ ବ୍ୟାଙ୍କ ଅନେକ ଦିନ ବନ୍ଦ ରହିଥିଲା । ସେହିପରି ଅନେକ ଅଞ୍ଚଳରେ ସେମାନଙ୍କ ଆଞ୍ଚଳିକ ଛୁଟି ଯୋଗୁଁ ମଧ୍ୟ ବନ୍ଦ ରହିଥିଲା ବ୍ୟାଙ୍କ । ଏହି ମାସରେ ଶେଷଥର ପାଇଁ ମାର୍ଚ୍ଚ ୩୧ ତାରିଖ ଦିନ ବନ୍ଦ ରହିବ ବ୍ୟାଙ୍କ।

SHREE MANDIR
ଅନ୍ଧାରରେ ଶ୍ରୀମନ୍ଦିର, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା
AAP LEADER
ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି
ଅର୍ଗସ ବ୍ୟୁରୋ : ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ମାମଲାରେ ଗିରଫ ସିସୋଦିଆଙ୍କ ଜେଲ୍ ଅବଧି ମେ ୨୧ ଯାଏ ବୃଦ୍ଧି କରିଛନ୍ତି କୋର୍ଟ
BJP
ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ
ଅର୍ଗସ ବ୍ୟୁରୋ : ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାର