ମେଜର ଓ ତାଙ୍କ ବାନ୍ଧବୀ ଙ୍କୁ ତଦନ୍ତ ପରିସର କରିବାକୁ ଜୋର ଧରିଲା ଦାବି
by Argus News
Sun, Sep 22 | 7:09 p.m.

ଭୁବନେଶ୍ୱର:  ରାଜଧାନୀରେ ଥାନା ଭିତରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ନିର୍ଯାତନା ମାମଲା ଦିନକୁ ଦିନ ଗୋଳ ମାଳିଆ ହେବାରେ ଲାଗିଛି । ଆଉ ଏହାରି ଭିତରେ ଅଭିଯୋଗ ପଛର ସତ ଖୋଜୁଛି କ୍ରାଇମବ୍ରାଞ୍ଚ । ନିଲମ୍ବିତ 5 ପୋଲିସ କର୍ମଚାରୀଙ୍କ ସହ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହେବ ବୋଲି ସୂଚନା ମିଳିଛି । ସେପଟେ ଆଜି ଦ୍ଵିତୀୟ ଥର ୧୨୦-ବାଟାଲିଆନ ଯାଇ ମେଜର ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ଟିମ୍‌ । ଆଉ ମାମଲାରେ ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ପୋଲିସ ଡିଜି ଆଲୋଚନା କରିଛନ୍ତି । ତେବେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରି ପୋଲିସ କମିଶନରଙ୍କୁ ଭେଟିବା ସହ ୧୨୦- ବାଟାଲିଆନ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ନିଲମ୍ବିତ ପୋଲିସଙ୍କ ପରିବାର ଓ କିଛି ସାମାଜିକ ସଂଗଠନ ।

ଅଭିଯୋଗ ସତ ନା ଭାଇରାଲ ଭିଡିଓ ସତ ? ରାଜଧାନୀ ରେ ଥାନା ଭିତରେ ମେଜର ଓ ତାଙ୍କ ବାନ୍ଧବୀ ଙ୍କୁ ପୋଲିସ ର ନିର୍ଯାତନା ମାମଲା ଦିନକୁ ଦିନ ଗୋଳ ମାଳିଆ ହେବା ରେ ଲାଗିଛି ପରିସ୍ଥିତି । ଆଉ ଏହାରି ଭିତରେ ଅଭିଯୋଗ ପଛର ସତ ଖୋଜୁଛି କ୍ରାଇମ ବ୍ରାଞ୍ଚ । ଆକ୍ସନ ମୁଡରେ ଓଡିଶା ପୋଲିସ । ନିଲମ୍ବିତ 5 ପୋଲିସ କର୍ମଚାରୀ ଙ୍କ ସହ ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହେବ ବୋଲି ସୂଚନା ମିଳିଛି । ଏଥିପାଇଁ କୋର୍ଟ କୁ ଚିଠି ଲେଖିବ କ୍ରାଇମ ବ୍ରାଞ୍ଚ । ସେପଟେ ଆଜି ଦ୍ଵିତୀୟ ଥର 120 ବାଟାଲିଆନ ଯାଇ ମେଜର ଓ ତାଙ୍କ ବାନ୍ଧବୀ ଙ୍କ ବୟାନ ରେକର୍ଡ କରିଛି କ୍ରାଇମ ବ୍ରାଞ୍ଚ ଟିମ । ମାମଲା ରେ ତଦନ୍ତ ର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ଅଧିକାରୀ ଙ୍କ ସହ ପୋଲିସ ଡିଜି ଆଲୋଚନା କରିଥିଲେ । ତେବେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବୀ କରି କମିଶନର ଙ୍କୁ ଭେଟିବା ସହ 120 ବାଟାଲିଆନ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ନିଲମ୍ବିତ ପୋଲିସ ଙ୍କ ପରିବାର ଓ କିଛି ସାମାଜିକ ସଂଗଠନ।


 ସେପଟେ ମାମଲା କୁ ନେଇ ରାଜ୍ୟ ରାଜନୀତି ବି ତେଜିବାରେ ଲାଇଛି। ମାମଲା ଚାପିବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରି ଆସନ୍ତା 24 ତାରିଖରେ ସକାଳ 6 ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଭୁବନେଶ୍ବର ବନ୍ଦ ଡାକରା ଦେବା ସହ ହରତାଳ କରିବ ବିଜେଡି। ତେବେ ନବ ଦାସ ହତ୍ୟାକାଣ୍ଡ ସହ କୁନ୍ଦୁଲି, ସ୍ମିତାରାଣୀ ଓ ମମିତା ମେହେର କଥା ମନେ ପକାଇ ବିଜେଡି କୁ କାଉଣ୍ଟର କରିଛି ବିଜେପି।    ଆଉ 24 ବର୍ଷର ଇତିହାସ ଥୋଇ ବିଜେଡିକୁ ଆଇନା ଦେଖାଇଛି ବିଜେପି ।  ଭରତପୁର ଘଟଣା କୁ ନେଇ ଦୁଇଟି ମାମଲା ର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ସତ କେବେ ସାମ୍ନା କୁ ଆସୁଛି ତାହା ଉପରେ ନଜର ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

ଲିଜେଣ୍ଡସଙ୍କ ଜଲୱା
ଯୋଧପୁରରେ ଲିଜେଣ୍ଡସଙ୍କ ଜଲୱା, ବ୍ଲୁ ସିଟିରେ ଜୟ ଜୟ କାର
ଅର୍ଗସ ବ୍ୟୁରୋ: ବ୍ଲୁ ସିଟିରେ ଜୟ ଜୟ କାର। ପଠାନ ବ୍ରଦର୍ସଙ୍କ ସହ କୋଣାର୍କ ସୂୟାଜ୍ ଓଡିଶାକୁ ସପୋର୍ଟ କରିବାକୁ ବରଖୁତୁଲ୍ଲା ଖାନ ଷ୍ଟାଡିଅମରେ ପହଂଚିଥିଲେ ବହୁ ସଂଖ୍ୟାରେ ଫ୍ୟାନ
ଓଡ଼ିଆ ଅସ୍ମିତା
ଆମେରିକାରେ ବିଦେଶୀଙ୍କ ମନମୋହିଲା ଓଡ଼ିଶୀ ନୃତ୍ୟ
ଅର୍ଗସ ବ୍ୟୁରୋ: ଆମେରିକାରେ ଝଲସିଲା ଓଡ଼ିଆ ଅସ୍ମିତା । କୋଣାର୍କର ଦୃଶ୍ୟ, କୋଣାର୍କ ଚକ ସାଙ୍ଗକୁ ବିଦେଶୀଙ୍କ ମନମୋହିଲା ଓଡ଼ିଶୀ ନୃତ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକାର
STORY
Speed 10: ଜାଣନ୍ତୁ ଦିନର ବଡ ଖବର...
ଅର୍ଗସ ବ୍ୟୁରୋ: ଜାଣି ରଖନ୍ତୁ ଆଜି ଦିନର ବଡ ଖବର... () କେନ୍ଦୁଝରରୁ ବିଜେଡିକୁ ସିଧାସଳଖ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...କହିଲେ ଭୋଟ ରାଜନୀତି ପାଇଁ ଜଗନ୍ନାଥଙ୍କୁ ବ୍ୟବହା