ପାଦର ଗୋଟିଏ ଆଙ୍ଗୁଠି ପାଖ ଆଙ୍ଗୁଠି ଠାରୁ ଛୋଟ ହୋଇଥିଲେ....
by Argus News
Sun, Sep 22 | 8:49 p.m.

ଅର୍ଗସ ବ୍ୟୁରୋ:  ପ୍ରତ୍ୟେକ ମଣିଷ ନିଜ ଭବିଷ୍ୟତ ବିଷୟରେ ଜାଣିବାକୁ ଉତ୍ସୁକ ଥାଏ। ଆଜି କଣ ଘଟୁଛି ତାଠାରୁ ଅଧିକ ଚିନ୍ତା ଆସନ୍ତା କାଲି ପାଇଁ ଥାଏ ମଷିଷର।ମଣିଷର ହାତ, ଗୋଡ଼, ମୁହଁ, ଆଖି, ନାକର ଆକାରକୁ ଜ୍ୟୋତିଷ ଶାସ୍ତ୍ରରେ ଭବିଷ୍ୟତ ବିଷୟରେ ବହୁତ କିଛି ସୂଚନା ମିଳିଥାଏ । ତେବେ ପାଦରୁ ମଧ୍ୟ ଜଣଙ୍କ ବିଷୟରେ ଅନେକ ତଥ୍ୟ ଜାଣି ହୋଇଥାଏ । ଯଦି ପାଦର ଗୋଟିଏ ଆଙ୍ଗୁଠି ପାଖ ଆଙ୍ଗୁଠି ଠାରୁ ଛୋଟ ହୋଇଥାଏ, ତେବେ ବ୍ୟକ୍ତି ବଡ଼ ଭାଗ୍ୟଶାଳୀ ହୋଇଥାନ୍ତି । ଯଦି ପାଦର ସବୁଠାରୁ ଛୋଟ ଆଙ୍ଗୁଠିର ନଖ ବହୁତ ଛୋଟ ତେବେ ଜଣେ ଜୀବନରେ ବହୁତ ମୁସ୍କିଲ ସମୟ ଦେଇ ଗତି କରିଥାଏ । ଯଦି ସବୁଠାରୁ ଛୋଟ ଆଙ୍ଗୁଠି ଲମ୍ବା ହୋଇଥାଏ ତେବେ ଜଣଙ୍କ ପାଖରେ ଅର୍ଥର ଅଭାବ ରହିନଥାଏ ।

ଯଦି ପାଦର ଆଙ୍ଗୁଠିଗୁଡ଼ିକ ତେଢ଼ିମେଢ଼ି ହୋଇଥାନ୍ତି ତେବେ ବ୍ୟକ୍ତିଙ୍କ ଭାଗ୍ୟରେ ଦୁଇଥର ବିବାହ ଯୋଗ ରହିଥାଏ । ପାଦର ଆଙ୍ଗୁଠି ଅଧିକ ବଡ଼ ହୋଇଥିଲେ ଏହାକୁ ବୀମାରୀର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ । ଯଦି ପାଦର ଆଙ୍ଗୁଠିରୁ ଏକ ସିଧା ରେଖା ତଳକୁ ଯାଇଥିବ ତେବେ ବ୍ୟକ୍ତି ବୁଦ୍ଧିମାନ ହୋଇଥାଏ । ଯେତେ କମ୍ ରେଖଥିବ ଜଣେ ସେତେ ଅଧିକ ଭାଗ୍ୟବାନ ହେବ । ପାଦରେ ଅଧିକ ରେଖା ଥିଲେ ଜଣଙ୍କୁ ଜୀବନରେ ଅଧିକ ଜାଲରେ ପଡ଼ିବାକୁ ହୋଇଥାଏ । ଏପରି ଲୋକମାନେ ବହୁତ ପ୍ରୟାସ ପରେ ମଧ୍ୟ ସାଧନ ଯୋଗାଡ଼ କରିବାରେ ଅସମର୍ଥ ହୋଇଥାନ୍ତି ।

ପାଦରେ ଶଙ୍ଖ ବା ଚକ୍ର ରହିଥିଲେ ତାହାକୁ ଅତ୍ୟନ୍ତ ଦୁର୍ଲ୍ଲଭ ଓ ମହାପୁରୁଷଙ୍କ ପାଦ ବୋଲି ଗ୍ରହଣ କରାଯାଇଥାଏ । ପାଦ ଓ ହାତର ସମ୍ପର୍କ ଧନ ଓ ସାମର୍ଥ୍ୟ ସହିତ ଜଡ଼ିତ ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପାଦରୁ ଜଣେ ବ୍ୟକ୍ତିର ଯାତ୍ରା ବିଷୟରେ ମଧ୍ୟ ଜଣାପଡ଼ିଥାଏ । ପାଦରେ ଥିବା ଏପରି କିଛି ଚିହ୍ନକୁ ଅତ୍ୟନ୍ତ ଶୁଭ ଭାବେ ବିବେଚନା କରାଯାଇଥାଏ । ପାଦକୁ ଠିକ ରଖି ଧନ ଓ ସ୍ୱାସ୍ଥ୍ୟ ସହିତ ଜଡ଼ିତ ସମସ୍ୟାକୁ ଠିକ୍ କରାଯାଇ ପାରିବ ବୋଲି କୁହାଯାଇଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

 

ଲିଜେଣ୍ଡସଙ୍କ ଜଲୱା
ଯୋଧପୁରରେ ଲିଜେଣ୍ଡସଙ୍କ ଜଲୱା, ବ୍ଲୁ ସିଟିରେ ଜୟ ଜୟ କାର
ଅର୍ଗସ ବ୍ୟୁରୋ: ବ୍ଲୁ ସିଟିରେ ଜୟ ଜୟ କାର। ପଠାନ ବ୍ରଦର୍ସଙ୍କ ସହ କୋଣାର୍କ ସୂୟାଜ୍ ଓଡିଶାକୁ ସପୋର୍ଟ କରିବାକୁ ବରଖୁତୁଲ୍ଲା ଖାନ ଷ୍ଟାଡିଅମରେ ପହଂଚିଥିଲେ ବହୁ ସଂଖ୍ୟାରେ ଫ୍ୟାନ
ଓଡ଼ିଆ ଅସ୍ମିତା
ଆମେରିକାରେ ବିଦେଶୀଙ୍କ ମନମୋହିଲା ଓଡ଼ିଶୀ ନୃତ୍ୟ
ଅର୍ଗସ ବ୍ୟୁରୋ: ଆମେରିକାରେ ଝଲସିଲା ଓଡ଼ିଆ ଅସ୍ମିତା । କୋଣାର୍କର ଦୃଶ୍ୟ, କୋଣାର୍କ ଚକ ସାଙ୍ଗକୁ ବିଦେଶୀଙ୍କ ମନମୋହିଲା ଓଡ଼ିଶୀ ନୃତ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକାର
STORY
Speed 10: ଜାଣନ୍ତୁ ଦିନର ବଡ ଖବର...
ଅର୍ଗସ ବ୍ୟୁରୋ: ଜାଣି ରଖନ୍ତୁ ଆଜି ଦିନର ବଡ ଖବର... () କେନ୍ଦୁଝରରୁ ବିଜେଡିକୁ ସିଧାସଳଖ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...କହିଲେ ଭୋଟ ରାଜନୀତି ପାଇଁ ଜଗନ୍ନାଥଙ୍କୁ ବ୍ୟବହା