ସୋସିଆଲ ମିଡିଆରେ ଏମିତି କାହିଁକି ଲେଖିଲେ ପାଣ୍ଡିଆନ ?
by Argus News
Thu, Jun 13 | 7:22 p.m.

ବାଉଳି ହେଲେଣି ପାଣ୍ଡିଆନ । ବିଜେଡି ସରକାର ମାଟିକାମୁଡ଼ିବା ପରେ ତାଙ୍କ ମୁଣ୍ଡ ବୋଧହୁଏ ଠିକ୍‌ରେ କାମ କରୁନି । କାରଣ ସେ ଯେଉଁପରି ଭାବରେ ସୋସିଆଲ ମିଡିଆରେ ଲେଖୁଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ମାନସିକ ଭାବରେ ସେ ସୁସ୍ଥ ନାହାନ୍ତି । ସ୍ପଷ୍ଟ ବହୁମତ ପାଇବା ପରେ ବିଜେପି ସରକାର କରିଛି । ବିଧାୟକ ଦଳର ନିଷ୍ପତ୍ତି କ୍ରମେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେଲେ । କିନ୍ତୁ ଏ କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପାଣ୍ଡିଆନ । କାରଣ ସୋସିଆଲ ମିଡିଆରେ ଲେଖିଛନ୍ତି, ସାଢେ ଚାରିକୋଟି ଓଡିଶାବାସୀ ଜଣେ ହୀରାକୁ ହଜାଇଲା, ଏବଂ ଚପଲ ଆକ୍ରମଣକାରୀଙ୍କୁ କୋଳେଇଲା ...ସର୍ବଦା ଜନତାଙ୍କ ମତକୁ ସଂମ୍ମାନ ଦେବା ଉଚିତ...ଏ ପୋଷ୍ଟକୁ ଦେଖନ୍ତୁ, ସମ୍ମାନ ବନାନ ବି ଦେଖନ୍ତୁ । ଓଡ଼ିଶାକୁ ଦଖଲ କରିବାକୁ ପୁଳାଏ ସ୍ଵପ୍ନ ଦେଖୁଥିଲେ ହେଲେ ଓଡ଼ିଆଙ୍କ ଭାବାବେଗକୁ ବୁଝିପାରିଲେନି ପାଣ୍ଡିଆନ । ଖାଲି ବୁଝିଲେନି ତାହା ନୁହେଁ ବରଂ ଓଡ଼ିଆ ଭାଷାକୁ ପୁଣି କଦର୍ଥ କରି ଲେଖିଲେ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ।

ଦୀର୍ଘଦିନ ହେଲାଣି ସରକାରରେ ଥିଲା ବିଜେଡି । ଏଥର ବି ସରକାର କରିବାକୁ ସେ ସ୍ଵପ୍ନ ଦେଖୁଥିଲେ । ସେଇଥି ଲାଗି ତ ବାରମ୍ବାର ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ଦମ୍ ଅଛି ତ ଅମକ କର, ସମକ କର କହୁଥିଲେ । ଏମିତିକି ପ୍ରଚାରରେ ସେ ଏମିତି ମଜି ଯାଇଥିଲେ କି ନିଜ ଦଳର ସଭାପତିଙ୍କୁ ବି ସାଙ୍ଗରେ ନନେଇ ଏକାଏକା ପ୍ରଚାର କଲେ । ଯେଉଁଠିକୁ ପ୍ରଚାର କରିବାକୁ ଯାଉଥିଲେ ସ୍ଥାନୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବି ସାଙ୍ଗରେ ନେଉନଥିଲେ । ତେଣୁ ଏହି ଘଟଣାକୁ ନେଇ ଗୋଷ୍ଠୀ କନ୍ଦଳ ଦେଖାଯାଇଥିଲା । ବିରୋଧ ବି ହେଉଥିଲା । କିନ୍ତୁ ଦଳୀୟ ନେତାଙ୍କ ପାଖରେ ଉପାୟ କିଛି ନଥିଲା । ଯେହେତୁ କ୍ଷମତା ଶୀର୍ଷରେ ବସିଥିଲେ ପାଣ୍ଡିଆନ ତେଣୁ ତାଙ୍କ ବିରୋଧରେ ପଦେ କଥା ହେବାକୁ କେହି ସାହସ ବି ଜୁଟାଇପାରୁନଥିଲେ । ଇଚ୍ଛା ନଥିଲେ ବି ବାଧ୍ୟ ହୋଇ ତାଙ୍କ ସାମ୍ନାରେ ମୁଣ୍ଡ ନୂଆଁଉଥିଲେ । ଆଉ ଏହି ସବୁ କାରଣ ଲାଗି ମାଟି କାମୁଡ଼ିଲା । ହେଲେ ଏବେ ପୁଣି ଥରେ ସୋସିଆଲ ମିଡିଆରେ ପାଣ୍ଡିଆନ ଯେମିତି ସୋସିଆଲ ମିଡିଆରେ ଭୁଲଭାଲ ପୋଷ୍ଟ ଲେଖୁଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ପରାଜୟକୁ ସ୍ଵୀକାର କରିବାକୁ ଇଚ୍ଛା କରୁନାହାନ୍ତି ପାଣ୍ଡିଆନ ।

ଏପଟେ ବିଜେଡି ସରକାରରେ ଯେମିତି ବାବୁରାଜ ଚାଲୁଥିଲା ଏଥର କିନ୍ତୁ ଆଉ ତାହା ଚଳିବନି । ଅର୍ଥାତ୍‌ ନବୀନ ସରକାରରେ ନେତା ନୁହେଁ ବରଂ ପ୍ରଶାସକ ସର୍ବେସର୍ବା ଥିଲେ । ନିର୍ବାଚିତ ଜନପ୍ରତିନିଧୀ କେବଳ ନାଁକୁ ମାତ୍ର ଦସ୍ତଖତ କରୁଥିଲେ ହେଲେ ଅସଲ ପାୱାର ଥିଲା ଅଫିସରଙ୍କ ହାତରେ । ଯାହାକୁ ନେଇ ରାଜ୍ୟରେ ଅନେକବାର ତୁମ୍ବିତୋଫାନ ହେଉଥିଲା । ନିର୍ବାଚନ ତାରିଖ ଘୋଷଣା ହେବା ପରେ ପୂର୍ବତନ ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ନାଁରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ବିଭାଗ ବଦଳାଯାଇଥିଲା । କିନ୍ତୁ ସୁଜାତା ବିଜେଡି ପାଇଁ କାମ କରିବା ବନ୍ଦ କରିନଥିଲେ । କଥା ହେଲା ବିଜେଡି ସରକାର ଆସିବା ପରେ ପୁଣି ତାଙ୍କର ଦବଦବା ବଢିଥାଆନ୍ତା । ହେଲେ ବିଜେଡି ସରକାର ଯିବା ପରେ ସୁଜାତାଙ୍କ ସମେତ ଅନେକ ଅଫିସର ଚିନ୍ତାରେ । କାରଣ କେତେବେଳେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ସେକଥା କେହି ବି ଜାଣିନାହାନ୍ତି । ବୋଧହୁଏ ସେଇଥି ଲାଗି ଅଧିକାଂଶ ଅଫିସର ଏବେ ଛୁଟିରେ । ହେଲେ ପାଣ୍ଡିଆନ ଚାକିରି ଛାଡି ରାଜନୀତିରେ ଯୋଗ ଦେଇଥିଲେ, ହେଲେ ସେଥିରୁ ବି ସେ ସନ୍ୟାସ ନେଇଗଲେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ , ଚାକିରି ଓ ରାଜନୀତି ଛାଡିବା ପରେ ଭୋକ ବିକଳରେ ତାଟିଆ କାମୁଡୁଛନ୍ତି ପାଣ୍ଡିଆନ ।
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା