ଅକ୍ଟୋବର ମାସରେ ସବୁବେଳେ ବାତ୍ୟା କାହିଁକି ହୁଏ?
by Argus News
Tue, Oct 22 | 1:04 p.m.

ଅର୍ଗସ ବ୍ୟୁରୋ:  ମାଡି ଆସୁଛି ବାତ୍ୟା । ଓଡିଶାରେ କରିବ ଲ୍ୟାଣ୍ଡଫଲ। ଯାହାକୁ ନେଇ ସବୁଠି ଚିନ୍ତା। ସମସ୍ତେ ବ୍ୟତିବ୍ୟସ୍ତ। ଆସନ୍ତା ୨୪ କିମ୍ବା ୨୫ରେ ବାତ୍ୟା ଭୀଷଣ ରୂପ ନେଇ ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରି-ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବାତ୍ୟାର ସ୍ଥିତି ଓ ମୁକାବିଲା ପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ଗତକାଲି ସନ୍ଧ୍ୟା ସମୟରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଏ ବାବଦରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ । ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଦେଇଥିଲେ । ଅନ୍ୟପକ୍ଷରେ ସ୍କୁଲ ଛୁଟି ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଏସଆରସି ସୂଚନା ଦେଇଥିଲେ । 

ଅଧିକାଂଶ ସମୟରେ ଦୁର୍ଗାପୂଜା ସମୟ ବେଳକୁ ବାତ୍ୟା ଦେଖିବାକୁ ମିଳିଥାଏ । ତେଣୁ ଦଶହରା ସମୟରେ ସବୁବେଳେ ବାତ୍ୟା କାହିଁକି ଆସେ ବୋଲି ଲୋକମାନେ ମଧ୍ୟ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଥାଏ । ସେଥିପାଇଁ ଅକ୍ଟୋବରକୁ ବିପତ୍ତି ଓ ପ୍ରଳୟର ମାସ ବୋଲି ଅନେକ କହିଥାନ୍ତି । ପାପ ଉପରେ ପୂଣ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟ ପ୍ରତୀକ ଭାବେ ମା’ ଜଗଜ୍ଜନନୀ ଏହି ମାସରେ ଧରାବତରଣ କରି ଦୁଷ୍ଟଙ୍କୁ ବିନାଶ କରିଥାନ୍ତି ଓ ସଂସାରରେ ଶାନ୍ତି ପ୍ରତିଷ୍ଠା କରିଥାନ୍ତି ।

ଆଜି ପର୍ଯ୍ୟନ୍ତ ଓଡ଼ିଶା ସହ ଜଡ଼ିତ ଯେତେ ସବୁ ବାତ୍ୟା ଆସିଛି ତାହା କେବଳ ଅକ୍ଟୋବର ମାସରେ କାହିଁକି ଆସୁଛି? ୧୯୯୯ ମସହିହାରେ ଭୟଙ୍କର ମହାବାତ୍ୟା ଓଡ଼ିଶାରେ ଦେଖିବାକୁ ମିଳିଥିଲା । ଏହାପରେ ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ଼, ୨୦୧୮ରେ ତିତଲି, ୨୦୧୯ରେ ଫନି, ୨୦୨୦ରେ ୫ଟି ବାତ୍ୟା ଅମ୍ଫାନ, ୟଶ, ଗୁଲାବ, ବୁଲବୁଲ, ଜୱାଦ ଆଦି ଦେଖିବାକୁ ମିଳିଥିଲା । ବାତ୍ୟା ପାଇଁ ଅକ୍ଟୋବର ମାସ ଅନୁକୂଳ ହୋଇଥାଏ ବୋଲି ପାଣିପାଗ ବିଜ୍ଞାନୀମାନେ ମତ ଦେଇଥାନ୍ତି । ଏହି ସମୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଲେଉଟିଥାଏ, ତେଣୁ ଏହି ମାସରେ ବାତ୍ୟା ଆସିଥାଏ । ସମୁଦ୍ର ଭିତରେ ପବନର ବେଗ ସମାନ୍ତରାଳ ରହିଥିବା ବେଳେ କମ୍ ବେଶି ହୋଇଥାଏ । ଫଳରେ ଝଡ଼ ସୃଷ୍ଟି ହେବା ସହ ସମୁଦ୍ର ଅଶାନ୍ତ ହୋଇପଡ଼େ ।

ଫଳରେ ତାହା କ୍ରମେ ଘନୀଭୂତ ହୋଇ ଧୀରେଧୀରେ ବାତ୍ୟାର ରୂପ ନେଇଥାଏ । ତେବେ ଓଡ଼ିଶା ଉପକୂଳରେ ପ୍ରତିବର୍ଷ ବାତ୍ୟା ବିପଦର ସମ୍ଭାବନା ରହିଥାଏ । କାରଣ ହେଉଛି, ଓଡ଼ିଶା ଉପକୂଳରେ ରହିଥିବା ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟକୁ ଅଟକାଇବା ପାଇଁ ବଡ଼ ବଡ଼ ପାହାଡ଼, ପର୍ବତ ଭଳି କୌରସି ପ୍ରତିବନ୍ଧକ ନଥାଏ । ଇତିହାସ ପୃଷ୍ଠା ଓଲଟାଇଲେ ଅକ୍ଟୋବର ମାସ ଓଡ଼ିଶା ପାଇଁ ଅଶୁଭ ବୋଲି ସ୍ପଷ୍ଟ ହୋଇଥାଏ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର