ଫସଲ ନଷ୍ଟ କରୁଛି ବାରହା: ଚିନ୍ତାରେ ଚାଷୀ
by Argus News
Fri, Nov 08 | 3:54 p.m.

ଅର୍ଗସ ବ୍ୟୁରୋ: ପୁରୀ ଜିଲ୍ଲା ନିମାପଡା ବ୍ଲକ ବାମନାଳ ପଞ୍ଚାୟତର ଆମ୍ବିଳିହଣା,ଓଲମରା ସହିତ ଆଖପାଖ ଅଞ୍ଚଳରେ ବାରାହା ଆତଙ୍କ ଦେଖା ଦେଇଛି। 10 ରୁ 15 ବାରାହା ସ୍ଥାନୀୟ ଜଙ୍ଗଲରେ ଲୁଚି ରହି ରାତ୍ର ସମୟରେ ଫସଲ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ। ଚାଷ ଜମିରେ ବାରାହାଙ୍କ ପାଦଚିହ୍ନ ଦେଖି ଚାଷୀମାନେ ରାତ୍ର ସମୟରେ ଜଗିରହି ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରୁଥିବା ବେଳେ ଚାଷୀମାନଙ୍କୁ ମଧ୍ୟ କାମୁଡ଼ିବାକୁ ଗୋଡ଼ାଉଛନ୍ତି ବାରହା। ଯାହା ଦ୍ୱାରା ଚାଷୀ ମାନେ ଭୟରେ ରାତିରେ ବିଲକୁ ଯାଇ ପାରୁନାହାନ୍ତି। 

ଚଳିତ ବର୍ଷ ଫସଲ ଭଲ ହୋଇଥିବା ବେଳେ ବାରହାମାନେ ଫସଲ ନଷ୍ଟ କରୁଥିବାରୁ ଚାଷୀ ମାନଙ୍କ ଭିତରେ ଭାଳେଣି ପଡିଯାଇଛି।ଯେଉଁଥି ପାଇଁ ଚାଷୀ ମାନେ ଏବେ ଚିନ୍ତାରେ ପଡିଛନ୍ତି।ଏନେଇ ଚାଷୀମାନେ ଅନେକ ଥର ବନ ବିଭାଗକୁ ଅଭିଯୋଗ ଜଣାଇଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ବାରାହାକୁ କାବୁ କରିବାରେ ବିଫଳ ହୋଇଥିବା ଜଣାପଡିଛି। ତୁରନ୍ତ ଏହି ଘଟଣାକୁ ଗୁରୁତର ସହ ନେଇ ବନ ବିଭାଗର ଅଧିକାରୀମାନେ ବାରାହାକୁ କାବୁ କରିବା ନିମନ୍ତେ ଚାଷୀ ମାନେ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବାଲିଯାତ୍ରା
36m ago
ବାଲିଯାତ୍ରା; ଏଥର ୩୦ରୁ ଅଧିକ ଦୋଳିର ମଜା ନେବେ ଦର୍ଶକ
କଟକ: କଟକର ଐତିହାସିକ ବାଲିଯାତ୍ରା ପାଖେଇ ଆସୁଥିଲାବେଳେ ଦିନକୁ ଦିନ ପଡିଆ ଚଳଚଞ୍ଚଳ ହୋଇପଡୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଷ୍ଟେଜ ବନ୍ଧା ଠାରୁ ଆରମ୍ଭ କରି ପ୍ରସ୍ତୁତି କାମ ମଧ୍ୟ ଜୋରସୋରର
ଖୁଡିକୁ ବିଭତ୍ସ ହତ୍ୟା
56m ago
ଖୁଡିକୁ ବିଭତ୍ସ ହତ୍ୟା କଲା ପୁତୁରା
ବ୍ରହ୍ମପୁର: ଖୁଡିକୁ ବିଭତ୍ସ ହତ୍ୟା କଲା ପୁତୁରା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଗ୍ରାମରେ । ଘରେ ଏକେଲା ଥିବାର ସୁଯୋଗ ନେଇ ବେକକୁ ଛୁର
ତୁଲସୀ ପାଣି
59m ago
ଥଣ୍ଡା ଏବଂ କାଶରୁ ମୁକ୍ତି ଦେବ ତୁଲସୀ ପାଣି
ଅର୍ଗସ ବ୍ୟୁରୋ: ତୁଳସୀ ପତ୍ରରେ ମିଳୁଥିବା ସମସ୍ତ ଉପାଦାନଗୁଡିକ ଆପଣଙ୍କର ସାମଗ୍ରିକ ସ୍ୱାସ୍ଥ୍ୟକୁ ଶକ୍ତିଶାଳୀ ରଖିବାରେ ପ୍ରଭାବଶାଳୀ ହୋଇଥାଏ । ବିଭିନ୍ନ ଉପାୟରେ ତୁଳସୀ ପତ୍ର ଆପଣଙ୍