ସ୍ତ୍ରୀଙ୍କ ଠାରୁ ଅଲଗା ହେବେ କି ହାର୍ଦ୍ଦିକ ପାଣ୍ଡ୍ୟା?
by Argus News
Fri, May 24 | 9:24 p.m.

ଅର୍ଗସ ବ୍ୟୁରୋ: ଅଲଗା ହେବେ କି ଷ୍ଟାର୍‌ ଦମ୍ପତି କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ‌ଷ୍ଟୋନ୍‌କୋଭିକ୍‌? ଏପରି ଏକ ଚର୍ଚ୍ଚା ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

କେତୋଟି ଛୋଟ ଛୋଟ କଥାକୁ ନେଇ ପ୍ରଶଂସକମାନେ ଏପରି ଅନୁମାନ କରୁଛନ୍ତି। ପୂର୍ବରୁ ଦୁହେଁ ଦୁହିଁଙ୍କ ଷ୍ଟୋରିରେ ଲଗାତର ପରସ୍ପରଙ୍କ ଫଟୋ ରଖୁଥିବା ବେଳେ କିଛି ଦିନ ହେବ ସେପରି କରୁନାହାନ୍ତି। ନତାଶା ମଧ୍ୟ ନିଜ ନାମରୁ ପାଣ୍ଡ୍ୟା ସରନେମକୁ ହଟାଇ ଦେଇଛନ୍ତି। ପୂର୍ବରୁ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ତାଙ୍କ ନାମ ନତାଶା ‌ଷ୍ଟୋନ୍‌କୋଭିକ୍‌ ପାଣ୍ଡ୍ୟା ଥିବା ବେଳେ ଏବେ ସେଥିରୁ ପାଣ୍ଡ୍ୟାକୁ ହଟାଇ ଦେଇ କେବଳ ନତାଶା ‌ଷ୍ଟୋନ୍‌କୋଭିକ୍‌ କରି ଦେଇଛନ୍ତି।
ସୋସିଅଲ୍‌ ମିଡିଆରେ ଏକ ରେଡ୍ଡିଟ୍‌ ପୋଷ୍ଟ୍‌ରେ ପାଣ୍ଡ୍ୟା ଓ ନତାଶା ଅଲଗା ହୋଇଛନ୍ତି ବୋଲି ପ୍ରଶ୍ନ ପଚାରିବା ଶୈଳୀରେ ଉଲ୍ଲେଖ କରାଯାଇଛି। ଏହି ଭାଇରାଲ୍‌ ପୋଷ୍ଟ୍‌ରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହା କେବଳ ଅନୁମାନ କରାଯାଉଛି। ସେମାନଙ୍କ ସୋସିଆଲ୍‌ ମିଡିଆ କାର୍ଯ୍ୟକଳାକୁ ଲକ୍ଷ୍ୟ କରାଯାଇ ଏପର ଅନୁମାନ କରାଯାଉଛି।

ମାର୍ଚ୍ଚ ୪ ତାରିଖରେ ନତାଶାଙ୍କ ଜନ୍ମଦିନ ଥିଲା, ହେଲେ ଏହି ଦିନ ପାଣ୍ଡ୍ୟା କିଛି ବି ପୋଷ୍ଟ୍‌ କରି ନ ଥିଲେ। ଏହାଛଡ଼ା ନତାଶା ପାଣ୍ଡ୍ୟାଙ୍କ ସହ ଥିବା ତାଙ୍କର ଅନେକ ଫଟୋକୁ ହଟାଇ ଦେଇଛନ୍ତି। କେବଳ ସେଇ ଫଟୋଗୁଡ଼ିକ ଅଛି, ଯେଉଁଥିରେ ତାଙ୍କ ପୁଅ ଅଗସ୍ତ୍ୟା ଅଛି।

ହାର୍ଦ୍ଦିକ ଓ ନତାଶା ୨୦୨୦ ମସିହା ମେ ୩୧ ତାରିଖରେ ବିବାହ କରିଥିଲେ। ସେହିପରି ଜୁଲାଇ ୩୦ ତାରିଖରେ ନିଜର ପ୍ରଥମ ପିଲା ଅଗସ୍ତ୍ୟାକୁ ସ୍ବାଗତ କରିଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ