ଓଡ଼ିଶାରେ ବିଜେଡିକୁ ଧୋଇ ଦେବକି ମୋଦି ସୁନାମୀ ?
by Argus News
Wed, Apr 17 | 7:05 p.m.

ଅର୍ଗସ ବ୍ୟୁରୋ:  ଓଡ଼ିଶାରେ ମୋଦି ଲହର ଜୋରଦାର । ନ୍ୟୁଜ୍ ଏକ୍ସ, TV-9 ପରେ ଏବିପି ସି ଭୋଟର ସର୍ଭେରେ ବି ଓଡ଼ିଶାରେ ବିଜେପିକୁ ବଡ଼ ବିଜୟର କରାଯାଇଛି ଆକଳନ । ରାଜ୍ୟରେ ମୋଦି ଗ୍ୟାରେଣ୍ଟିକୁ ମିଳିପାରେ ବଡ଼ ସମର୍ଥନ । ସର୍ଭେ ରିପୋର୍ଟ କହୁଛି ଓଡ଼ିଶାରେ ବିଜେପିକୁ ମିଳିପାରେ 13 ଲୋକସଭା ଆସନ। ମାତ୍ର 7ଟିରେ ସୀମିତ ରହିବ ବିଜେଡି, କଂଗ୍ରେସ ହାତକୁ ଯାଇପାରେ ଗୋଟିଏ ସିଟ୍ । ମଙ୍ଗଳବାର ରାତିରେ ଆସିଥିବା ଟିଭି-9 ଭାରତବର୍ଷ ଓପିନିଅନ୍ ପୋଲ୍ ବି କରିଛି ପୂର୍ବାନୁମାନ ଓଡ଼ିଶାରେ ବିଜେପି ହେବ ନମ୍ବର ୱାନ୍। ପୁଣି TV-9 ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶାରେ ବିଜେପି ଜିତିବ 14ଟି ଲୋକସଭା ସିଟ୍ ଓ ବିଜେଡି ଖାତାକୁ ଯିବ ମାତ୍ର 6ଟି ଆସନ। ଗୋଟିଏରେ ବିଜୟୀ ହୋଇପାରେ କଂଗ୍ରେସ। ସେହିପରି ନ୍ୟୁଜ୍ ଏକ୍ସର ଓପିନିୟନ୍ ପୋଲରେ ବି ବିଜେପି 14ଟି ଓ ବିଜେଡି 7ଟି ଆସନରେ ଜିତିବା ନେଇ କରାଯାଇଛି ପୂର୍ବାନୁମାନ।

ଗତଥର ରାଜ୍ୟର 21ଟି ଯାକ ଲୋକସଭା ଆସନ ଜିତିବାକୁ ନାରା ଦେଇ ମାତ୍ର 12ଟି ଜିତିପାରିଥିଲା ବିଜୁ ଜନତା ଦଳ। 2019ରେ ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ଥିଲା ମାତ୍ର 10 ଲକ୍ଷର ଭୋଟ୍ ବ୍ୟବଧାନ । ଗତ 5 ବର୍ଷ ଭିତରେ ରାଜ୍ୟରେ ଢେର ବଦଳିଛି ରାଜନୈତିକ ପାଣିପାଗ। 25 ବର୍ଷର ସରକାର ବିରୋଧରେ ଖୁବ୍ ବିଢ଼ିଛି ସରକାର ବିରୋଧୀ ହାୱା । ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ଲଗାତାର ବଢୁଥିବାବେଳେ କମୁଛି ନବୀନଙ୍କ ଲୋକପ୍ରିୟତା। ଗତ ଅଢ଼େଇ ବର୍ଷରେ ଓଡ଼ିଶାରେ ନବୀନଙ୍କ ଲୋକପ୍ରିୟତା 25% କମିଛି ବୋଲି ଦର୍ଶାଇଥିଲା ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟ । ଆକଳନ କରାଯାଉଛି ଏହାର ପ୍ରଭାବ ଲୋକସଭା ସହ ବିଧାନସଭା ଫଳକୁ ମଧ୍ୟ ପ୍ରଭାବିତ କରିବ। ଯାହାକୁ ନେଇ ବ୍ୟାକ୍ ଫୁଟରେ ବିଜେଡି।

ସପ୍ତାହକ ତଳେ ବିଶିଷ୍ଟ ରାଜନୈତିକ ରଣନିତିକାର ପ୍ରଶାନ୍ତ କିଶୋର କହିଛନ୍ତି, ଓଡିଶାର ଲୋକସଭା ଲଢେଇରେ  ବିଜେପି ହେବ ନମ୍ବର 1 ଦଳ। ପୂର୍ବରୁ 1 କୋଟିରୁ ଅଧିକ ସବସ୍କ୍ରାଇବର ଥିବା ତାମିଲ ଚ୍ୟାନଲ ପୁଥିୟାଥାଲାଇମୁରାଇ-ଦି ଫେଡେରାଲ୍ କରିଥିବା ସର୍ଭେରେ ବିଜେପିକୁ 54.90 ପ୍ରତିଶତ ଭୋଟ ମିଳିପାରେ ବୋଲି ଆକଳନ କରିଥିବା ବେଳେ ବିଜେଡିର ଭୋଟ ହାର 19.35 ରହିପାରେ ବୋଲି ଆକଳନ କରିଥିଲା । ଓପିନିୟନ ପୋଲ ଅନୁସାରେ ବିଜେପିକୁ 20 ଓ ବିଜେଡିକୁ ଗୋଟିଏ ଆସନ ମିଳିବ ବୋଲି ଆକଳନ କରାଯାଇଥିଲା । ଏବିପି ସି- ଭୋଟରର ସର୍ଭେ କହୁଛି ଦେଶର ପୂର୍ବାଂଚଳ ରାଜ୍ୟମାନଙ୍କ ଭିତରେ ଓଡ଼ିଶାରେ ସବୁଠାରୁ ଅଧିକ ଲୋକପ୍ରିୟ ମୋଦି। ସିଧାସଳଖ ପ୍ରଧାନମନ୍ତ୍ରୀ ପଦ ପାଇଁ ଭୋଟ ହେଲେ ଓଡ଼ିଶାର 75 ପ୍ରତିଶତ ଲୋକ ମୋଦିଙ୍କୁ ଭୋଟ ଦେବେ ବୋଲି ସର୍ଭେରେ ଉଲ୍ଲେଖ ଥିଲା । ଏ ତମାମ ସର୍ଭେ ରିପୋର୍ଟକୁ ଦେଖିଲେ କୁହାଯାଇପାରିବ କି ଏଥର ଓଡ଼ିଶାରୁ ବିଜେଡିକୁ ଧୋଇ ଦେବ  ମୋଦି ସୁନାମି ?

ଅଧିକ ପଢ଼ନ୍ତୁ ଦେଶ ଖବର:

ବରଗଡ଼ରେ
10m ago
ବରଗଡ଼ରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ମାରାଥନ୍ ପ୍ରଚାର
ଅର୍ଗସ ବ୍ୟୁରୋ: ବରଗଡ଼ରେ ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ
ଡଙ୍କାରୀରେ ବେଆଇନ୍
26m ago
ଡଙ୍କାରୀରେ ବେଆଇନ୍ ବିସ୍ପୋରଣ , ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ
ଅର୍ଗସ ବ୍ୟୁରୋ: ଡଙ୍କାରୀ ବିସ୍ପୋରଣ ଘଟଣାର ଦ୍ୱିତୀୟ ଦିନରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଏବେବି କଳାପଥର ତଳେ ଚାପି ହୋଇ ରହିଛନ୍ତି ଏକାଧିକ ଶ୍ରମି
ମୋଦିଙ୍କ କଡ଼ା
39m ago
ମୋଦିଙ୍କ କଡ଼ା ଆଭିମୁଖ୍ୟରେ ଶେଷ ହେବ କି ନବୀନଙ୍କ ରାଜତ୍ବ ?
ଅର୍ଗସ ବ୍ୟୁରୋ: ବିଜେପିର ସେଣ୍ଟ୍ରାଲ ଲିଡରସିପ୍ ନଜରରେ ଓଡ଼ିଶା । 19 ତାରିଖରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 19 ତାରିଖ ସନ୍ଧ୍ୟା 7ଟାର