ପୁଣି ସେହି ଅକ୍ଟୋବର, ପୁଣି ବାତ୍ୟା ଭୟ ! ଓଡ଼ିଶାରେ ଏଇ ମାସରେ ହେବ ବାତ୍ୟା ?
by Argus News
Thu, Oct 17 | 6:19 p.m.

ଅର୍ଗସ ବ୍ୟୁରୋ: ଅକ୍ଟୋବର ମାସ ଆସିଲେ ଓଡ଼ିଶାକୁ ରହେ ବାତ୍ୟା ଭୟ । କାରଣ ୧୯୯୯ରେ ମହାବାତ୍ୟାର କରାଳ ରୂପ ଯିଏ ଦେଖିଛି ସିଏ ଜାଣିଛି କେତେ ଭୟଙ୍କର ଥିଲା ସେହି ବାତ୍ୟା । ଏବେ ପୁଣି ଡରାଇଲାଣି ଅକ୍ଟୋବର ମାସ । ଏହି ମାସରେ ଓଡିଶାକୁ ବାତ୍ୟା ଆଶଙ୍କା ଥିବା ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରିଛି । ଚିତ୍ର ସ୍ପଷ୍ଟ ହୋଇନଥିଲେ ବି ଆସନ୍ତା ୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହାକି ୨୨ ତାରିଖରେ ଲଘୁଚାପ ଓ ୨୩ ତାରିଖରେ ଅବପାତରେ ପରିଣତ ହେବ । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ମୁହାଁ ହୋଇପାରେ । ବାସ୍‌ ଏମିତି ପୂର୍ବ ଆକଳନକୁ ହେବା ପରେ ଚିନ୍ତାରେ ରାଜ୍ୟବାସୀ ।

ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ତୀବ୍ରତା କେତେ ରହିବ? ସେନେଇ କୌଣସି ସ୍ପଷ୍ଟ ଚିତ୍ର ଏଯାଏ ସାମ୍ନାକୁ ଆସିନାହିଁ । ମାତ୍ର ଜିଏଫ୍ଏସ ମଡେଲରେ ବାତ୍ୟା ରୂପ ଏକ ପ୍ରକାର ସ୍ପଷ୍ଟ ଦେଖିବାକୁ ମିଳୁଛି । ଜିଏଫଏସ ମଡେଲ ଅନୁସାରେ, ସମୁଦ୍ରରେ ଲଘୁଚାପ ଥିବାବେଳେ ବାତ୍ୟାର ରୂପ ନେଇପାରେ । ମାତ୍ର ଉପକୂଳ ଓଡ଼ିଶା ଛୁଇଁଲାବେଳକୁ ଦୁର୍ବଳ ହୋଇଯିବ । କିନ୍ତୁ ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଜିଏଫଏସ ମଡେଲ ଆକଳନ କରିଛି । ତେଣୁ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଘଣ୍ଟାପ୍ରତି ଏହା ମାତ୍ର ୧୨ କିଲୋମିଟର ବେଗରେ ଗତି କରୁଛି । ପୂର୍ବ, ଦକ୍ଷିଣ-ପୂର୍ବ ପୁଡୁଚେରୀ ଠାରୁ ୩୯୦ କିମି ଦୂରରେ ରହିଛି । ଆନ୍ଧ୍ରପ୍ରଦେଶଠାରୁ ୪୫୦ କିମି ଦୂରରେ ରହିଛି । ଏହା ସହ ଚେନ୍ନାଇ ଠାରୁ ପ୍ରାୟ ୩୬୦ କିଲୋମିଟର ଦୂରରେ ଅଛି । ଧୀରେ ଧୀରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ୧୭ ତାରିଖରେ ଏହା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ତଟରେ ପୁଡୁଚେରୀ ଓ ନେଲୋର ନିକଟରେ ଅବପାତ ଭାବେ ଅତିକ୍ରମ କରିପାରେ । ଯାହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ମୋଟ୍‌ ଉପରେ ଓଡ଼ିଶାକୁ ବାତ୍ୟା ହେବ କି ନାହିଁ ସେନେଇ ଭାରତୀୟ ପାଣିପାଗ ଏଯାଏ ସ୍ପଷ୍ଟ କରିନି । କିନ୍ତୁ ଅକ୍ଟୋବର ମାସରେ ହୋଇଥିବା ଲଘୁଚାପ ପ୍ରଭାବ ବାତ୍ୟାର ରୂପ ନେଉଥିବା ଚର୍ଚ୍ଚା ହେବା ପରେ ପୁରା ରାଜ୍ୟବାସୀ ଏବେ ଆତଙ୍କିତ ହୋଇପଡିଛନ୍ତି । କିନ୍ତୁ ବାତ୍ୟା ହେବ କି ନାହିଁ ସେନେଇ ଏବେ ଯାଏ କୌଣସି ତଥ୍ୟ ସ୍ପଷ୍ଟ ହୋଇନାହିଁ ।
 

ମାଓ ପ୍ରବଣ ଅଞ୍ଚଳରେ
11m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ