2ୟ ବିଜୟ ସହ ପଏଣ୍ଟ ଟେବୁଲରେ ଦୁଇ ନମ୍ବର ସ୍ଥାନରେ ଟିମ୍ କୋଣାର୍କ
by Argus News
Sat, Oct 05 | 8:12 a.m.

ଭୁବନେଶ୍ୱର:  ମୈଦାନରେ ଲିଜେଣ୍ଡ୍ସ ଆଉ ଲିଜେଣ୍ଡ୍ସଙ୍କ ଭିତରେ କୋଣାର୍କ ସୂର୍ଯ୍ୟାଜ୍ ଓଡ଼ିଶା। ଗ୍ରାଉଣ୍ଡରେ ଦଳର ଧମାକେଦାର୍ ପ୍ରଦର୍ଶନ। ଇଣ୍ଡିଆ କ୍ୟାପିଟାଲକୁ ଧୂଳିଚଟାଇଲା ଦଳ। 2ୟ ବିଜୟ ସହ ପଏଣ୍ଟ ଟେବୁଲରେ ଦୁଇ ନମ୍ବର ସ୍ଥାନରେ ଟିମ୍ କୋଣାର୍କ। ଚଳିତ ଲିଜେଣ୍ଡ୍ସ ଲିଗରେ ଶୁକ୍ରବାର ଦେଖିବାକୁ ମିଳିଛି ଧମାକେଦାର୍ ମ୍ୟାଚ୍। କୋଣାର୍କ ସୂର୍ଯ୍ୟାଜ୍ ଓଡ଼ିଶା ଓ ଇଣ୍ଡିଆ କ୍ୟାପିଟାଲ ଭିତରେ ରୋମାଞ୍ଚକର ମ୍ୟାଚ। ଶୁକ୍ରବାର ଜମ୍ମୁର ମୌଲାନା ଆଜାଦ ଷ୍ଟାଡିୟମରେ ପ୍ରତିପକ୍ଷ ଇଣ୍ଡିଆ କ୍ୟାପିଟାଲ ବ୍ୟାଟସ୍ ମ୍ୟାନଙ୍କ ହୋସ୍ ଉଡ଼ାଇଛନ୍ତି କୋଣାର୍କ ସୂର୍ଯ୍ୟାଜ୍ ଓଡ଼ିଶାର ବୋଲର୍। 
 ପ୍ରଥମେ ବ୍ୟାଟିଂ କରି 20 ଓଭରରେ 4ଟି ୱିକେଟ୍ ହରାଇ 127 ରନ ସଂଗ୍ରହ କରିଥିଲା କୋଣାର୍କ ସୂର୍ଯ୍ୟାଜ୍ ଓଡ଼ିଶା। କେଭିନ ଓ ବ୍ରେନ ୪୬ ବଲରୁ ୫୫ ରନ ସଂଗ୍ରହ କରି ଅପରାଜିତ ରହିଥିଲେ ।

ଦିଲଶାନ ମୂନାୱିରା ୩୩ ଓ ୟୁସୁଫ ପଠାନ ୧୨ ରନ କରିଥିଲେ । ତେବେ 127 ରନର ଟାର୍ଗେଟକୁ ହାସଲ କରିବାରେ ଫେଲ୍ ମାରିଥିଲା ଇଣ୍ଡିଆ କ୍ୟାପିଟାଲ୍ସ। କୋଣାର୍କ ସୂର୍ଯ୍ୟାଜ୍ ଓଡ଼ିଶାର ବୋଲରଙ୍କ ଆଗରେ ମାଟି କାମୁଡିଥିଲେ ଇଣ୍ଡିଆ କ୍ୟାପିଟାଲର ବୋଲର୍। 20 ଓଭରରେ 7 ୱିକେଟ୍ ହରାଇ 122 ରନ୍ କରିବାକୁ ସମର୍ଥ ହୋଇଥିଲା ଟିମ୍। କୋଣାର୍କ ସୂର୍ଯ୍ୟାଜ୍ ପକ୍ଷରୁ ଦିୱେଷ ପଠାନିଆ, କେଭନ କୁପର, ଶାହାବାଜ ନଦୀମ, ପ୍ରବୀଣ ଟାମ୍ବେ, କେପି ଆପାନ୍ନା ଓ ୟୁସୁଫ ପଠାନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । କେଭିନ ଲିଜେଣ୍ଡ ଅଫ ଦି ମ୍ୟାଚ ଘୋଷିତ ହୋଇଛନ୍ତି।   ତେବେ ଏହି ବିଜୟ ସହ କୋଣାର୍କ ସୂର୍ଯ୍ୟାଜ୍ ଓଡ଼ିଶା ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନ ହାସଲ କରିଛି। 6 ପଏଣ୍ଟ ସହ ଦଳ ଟପରେ ପହଞ୍ଚିବାକୁ ଆଉ ବାକି ରହିଛି ଆଉ ମାତ୍ର 4 ପଏଣ୍ଟ।  

ଅଧିକ ପଢନ୍ତୁ କ୍ରୀଡା ଖବର 

ଜଙ୍ଗଲ ଜମି
2m ago
୧୦୦ ଏକର ଜଙ୍ଗଲ ଜମି ଜବରଦଖଲ ପଛରେ କାହାର ହାତ
ଅର୍ଗସ ବ୍ୟୁରୋ: ମାଲକାନଗିରି ମୋଟୁରେ ୧୦୦ ଏକର ଜଙ୍ଗଲ ଜମି ଜବରଦଖଲ ପଛରେ କାହାର ହାତ । ଜମି ଜବରଦଖଲରେ ମୁଖ୍ୟ କାର୍ପଟଦାର କୁହାଯାଉଥିବା ମାସୁମ୍ ଖାନ୍‌ଙ୍କୁ ସୁରକ୍ଷା ଦେଉଥିଲ
ପ୍ରତିକ୍ରିୟା
20m ago
ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା
ଅର୍ଗସ ବ୍ୟୁରୋ: ସେପଟେ ବିଜେପି ମିଛ କହୁଥିବା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା। ରାଜନୀତିରେ ଜ
ମୃତଦେହ ଉଦ୍ଧାର
41m ago
ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଅର୍ଗସ ବ୍ୟୁରୋ: ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା। ହତ୍ୟା ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ଭା