କାଠ ମାଫିଆଙ୍କ ଆକ୍ରମଣରେ ମହିଳା ଗୁରୁତର
by Argus News
Fri, Dec 01 | 6:21 p.m.

କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇରେ ମାତିଛନ୍ତି କାଠ ମାଫିଆ ।  ବେଆଇନ ଭାବେ ସରକାରୀ ଜଙ୍ଗଲ ଜମି ଅନାବାଦୀ ଗୋଚରରୁ ଗଛ କାଟି ହେଉଛନ୍ତି ମାଲେମାଲ । ପ୍ରତିବାଦ କରିବାରୁ ଅସହାୟ ମହିଳାଙ୍କୁ କରୁଛନ୍ତି ଆକ୍ରମଣ । ଯାହାକୁ ନେଇ ପଟ୍ଟାମୁଣ୍ଡାଇରେ ତେଜୁଛି ଅସନ୍ତୋଷ । ସୂଚନା ଅନୁଯାଇ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଲିପଡା ଗାଁର ଉର୍ମିଳା ମଲ୍ଲିକ ଗ୍ରାମ ଜଙ୍ଗଲରୁ ପତ୍ର ଓ କାଠ ସଂଗ୍ରହ କରିବା ପାଇଁ ଆସିଥିଲେ ।

ଅଧିକ ପଢନ୍ତୁ : ନବରଙ୍ଗପୁରରେ ଡବଲ ମର୍ଡର ; ପୁଅ ସହ ପଡୋଶୀକୁ ହତ୍ୟା କଲା ଅଭିଯୁକ୍ତ

କାଠ ମାଫିଆ କଳ୍ପତରୁ ମଲ୍ଲିକ ବୁଧବାର ମଧ୍ୟାହ୍ନରେ ଗଛକାଟୁଥିବା ଦେଖି ଉର୍ମିଳା ପ୍ରତିବାଦ କରିବାରୁ କଳ୍ପତରୁ ଉର୍ମିଳାଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଉର୍ମିଳା ଚିତ୍କାର କରିବାରୁ ଗ୍ରାମବାସୀ ଏକଜୁଟ ହୋଇ ଉର୍ମିଳାଙ୍କୁ ଉଦ୍ଧାର କରିବା ସହ କଟା ହୋଇଥିବା ଗଛ ଜବତ କରି ପଟ୍ଟାମୁଣ୍ଡାଇ ଥାନା ଓ ତହସିଲଦାରଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ପଟ୍ଟାମୁଣ୍ଡାଇ ତହସିଲଦାର କଟାଯାଇଥିବା ଗଛ ଜବତ କରିବା ପରେ ମଧ୍ୟ ଗ୍ରାମରେ ଉତେଜନା ଲାଗିରହିଛି । ଅନ୍ୟ ପକ୍ଷରେ ଉର୍ମିଳାଙ୍କୁ ନ୍ୟାୟ ମିଳିବା ସହ କାଠ ମାଫିଆ କଳ୍ପତରୁ ଓ ତାର ସହଯୋଗୀଙ୍କୁ ଗିରଫ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ