ମହିଳାଙ୍କ ମାସିକ ଋତୁସ୍ରାବରେ ସିଧାସଳଖ ପ୍ରଭାବ ପକାଉଛି ଜଳ ସଙ୍କଟ
by Argus News
Sun, Feb 25 | 3:22 p.m.

ଅର୍ଗସ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦେଖା ଦେଉଛି ଜଳ ସଙ୍କଟ । ଆଉ ଜଳ ସଙ୍କଟ ମହିଳାଙ୍କ ମାସିକ ଋତୁସ୍ରାବରେ ସିଧାସଳଖ ପ୍ରଭାବ ପକାଉଛି । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପୁଟୁକା ଗାଁ । ଆଉ ଏଠାକାର ପୁରା ଗାଁ ଏହି ମୁରମୁରି ନାଳ ପାଣି ଉପରେ ନିର୍ଭର । ଗାଁ ଲୋକଙ୍କ କହିବା କଥା ଅନୁସାରେ ଛତିଶଗଡ଼ର ଗୋଟିଏ ନଦୀର ସ୍ରୋତ ଟିଏ ପୁଟକା ଗାଁ କୁ ବୋହି ଆସିଛି । ଯାହାକୁ ଗାଁ ଲୋକେ ମୁରମୁରି ନାଳ ବୋଲି ନାଁ ଦେଇଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୁରମୁରି ନାଳ ର ସ୍ରୋତ ବର୍ତ୍ତମାନ ଧୀରେ ଧୀରେ ପଛକୁ ଚାଲିଯାଉଛି । ଆଗରୁ ଯେଉଁ ନାଳକୁ ଯିବାକୁ 2 କିଲୋମିଟର ଲାଗୁଥିଲା ଏବେ ତାହା 4 କିଲୋମିଟର ଲାଗୁଛି । 

ଫଳରେ ଗାଧୋଇବା ,ପିଇବା, ଶୌଚରେ ଯେତିକି ପ୍ରଭାବ ପକାଉଛି ତା ଠୁ ଅଧିକ ମହିଳାଙ୍କ ଋତୁସ୍ରାବ ଉପରେ ପକାଉଛି । କାହିଁକି ନା ଏଠୁ ପାଣିକୁ ଛାଣି ମହିଳାମାନେ ଋତୁସ୍ରାବ ସମୟରେ ଶୌଚ ହେଉଛନ୍ତି । ସ୍ଥିତି ଏମିତି ହେଉଛି ଘରେ ପାଣି ନ ହେବାରୁ ଋତୁସ୍ରାବ ସମୟର କପଡା ଦୁଇ ରୁ ତିନି ଦିନ ଘର ବାରିପଟେ ପଡିରହି ରହୁଛି । ଯେତେବେଳେ ସମୟ ସହ କପଡାକୁ ସଫା କରିବା ପାଇଁ ନଦୀକୁ ଯାଇ ହୁଏ ସେ ସମୟରେ ବ୍ୟବହାର କପଡା ସବୁ ସଫା ହୁଏ । 

 

ଅନ୍ୟପଟେ କିଛି ମହିଳା ଏହା ବି କହିଛନ୍ତି   ଯେତେ ସାନିଟାରୀ ନ୍ୟାପକିନ ବ୍ୟବହାର କରିଲେ ବି ନ୍ୟାପକିନ ବଦଳାଇବାରେ ପାଣିର ଆବଶ୍ୟକତା ରହିଛି । ଅନ୍ୟପଟେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ୠତୁସ୍ରାବରେ ଵ୍ୟଵହାର କପଡା ଏମିତି ନ ସଫା କରି ପଡିବା ଗୋଟିଏ ଚିନ୍ତା ଜନକ ବିଷୟ । 

ଠିକ ସେମିତି ବରିଷ୍ଠ ପରିବେଶବିତ ଜୟ କୃଷ୍ଣ ପାଣିଗ୍ରାହୀ କହିଛନ୍ତି ନଦୀର ଧର୍ମ ହେଲା ପ୍ରଭାବିତ ହେବ। କାଳକ୍ରମେ କିଛି ଜଳ ଭୂତଳ କୁ ବି ଯାଉଛି। ଅନ୍ୟପଟେ ପୂର୍ବ ଅପେକ୍ଷା ନଦୀ ଗୁଡିକ ବ୍ୟବହାର ଲୋକ ଅଧିକ ମାତ୍ରରେ କରୁଛନ୍ତି । ପାଣି ବ୍ୟବହାରରେ ନିୟମ ଲାଗୁ କରିବାର ଅଛି ବୋଲି ସେ ମତ ରଖିଛନ୍ତି । ଆମେ ତ ଗୋଟିଏ ଗାଁ ର ଉଦାହରଣ ଆପଣଙ୍କୁ ଦେଖାଇଲୁ , ଏମିତି ଅନେକ ଗାଁ ଓଡିଶାରେ ରହିଛି । ଯେଉଁଠି ଆଜି ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି ଲୋକେ । 

 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ