ବିଶ୍ବର ପ୍ରଥମ ଉଡନ୍ତା ଟ୍ୟାକ୍ସି
by Argus News
Mon, Nov 13 | 2:09 p.m.

ଅର୍ଗସ ବ୍ୟୁରୋ : ବିଶ୍ବରେ ଅଧିକାଂଶ ଲୋକ ନିୟମିତ ଭାବରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଟ୍ୟାକ୍ସିର ବ୍ୟବହାର କରିଥାନ୍ତି। କିନ୍ତୁ କେବେ ଉଡନ୍ତା ଟ୍ୟାକ୍ସି ବିଷୟରେ ଶୁଣିଛନ୍ତି ? ପ୍ୟାରିସରେ ଏକ ଉଡନ୍ତା ଟ୍ୟାକ୍ସି ପ୍ରସ୍ତୁତ ହୋଇଛି ଯାହା ଅଲମ୍ପିକ୍ସ ଦେଖିବାକୁ ଆସୁଥିବା ଦର୍ଶକ ମାନଙ୍କୁ ଆକାଶ ମାର୍ଗରୁ ସହର ବୁଲାଇବ। ୨୦୨୪ରେ ପ୍ୟାରିସରେ ସମର ଅଲମ୍ପିକ୍ସ ହେବାକୁ ଯାଉଛି ଆଉ ଯେଉଁ ଲୋକମାନେ ଏଥିରେ ଯୋଗଦେବେ ସେମାନଙ୍କୁ ଏକ ଏୟାର ଟ୍ୟାକ୍ସି ମାଧ୍ୟମରେ ସେବା ଦେବାକୁ ଫ୍ରାନ୍ସର ଅଧିକାରୀ ମାନେ ପ୍ରସ୍ତୁତ ହେଉଛନ୍ତି। ବିଶ୍ବରେ ପ୍ରଥମ ଥର ପାଇଁ ଏହି ଭଳି ଏକ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି ଯାହା ଇତିହାସ ସୃଷ୍ଟି କରିବାର ଲକ୍ଷ ରଖିଛି। ଅଲମ୍ପିକ୍ସରେ ଯୋଗ ଦେବାକୁ ଯାଉଥିବା ଲୋକମାନଙ୍କୁ ଏହି ଉଡ଼ନ୍ତା ଟ୍ୟାକ୍ସି ନେଇ ସହର ବୁଲାଇବ। ଜର୍ମାନୀର ଏକ କମ୍ପାନି ଭୋଲୋକୋପ୍ଟର, ଫ୍ରେଞ୍ଚ କର୍ତ୍ତୃପକ୍ଷଙ୍କ ସହିତ ମିଶି ଏହି ଏୟାର ଟ୍ୟାକ୍ସି ସେବା ପ୍ରଦାନ କରିବାକୁ ଯୋଜନା କରିଥିଲା।

ସୂଚନା ଅନୁଯାୟୀ ପ୍ୟାରିସ ଅଲମ୍ପିକ୍ସରେ ଯୋଗ ଦେବାକୁ ଆସିଥିବା ୬ଲକ୍ଷ ଦର୍ଶକଙ୍କୁ ଏହି ଉଡନ୍ତା ଟ୍ୟାକ୍ସି ସେବା ଯୋଗାଇବ। ଏହି ଟ୍ୟାକ୍ସିକୁ ବିମାନବନ୍ଦରରୁ ଅଲମ୍ପିକ୍ସ ଆୟୋଜିତ ହେଉଥିବା ଗାଆଁ ଗୁଡ଼ିକ ମଧ୍ୟରେ ସ୍ଥାନାନ୍ତର କରାଇବା ପାଇଁ ୫ଟି ରୁଟ୍ ଅଫର ହେବ। ଗବେଷକଙ୍କ କହିବା ଅନଯାୟୀ ସହରରେ ହେଉଥିବା ଅତ୍ୟଧିକ ଟ୍ରାଫିକ ସମସ୍ୟା ଏବଂ ଜନସାଧାରଣ ଭିତ୍ତିଭୂମି ଉପରେ ଅତିରିକ୍ତ ଚାପ କମ୍ କରିବାପାଇଁ ଏହିଭଳି ବନ୍ଦୋବସ୍ତ କରାଯାଇଛି। ଭୋଲୋକୋପ୍ଟରର ସିଇଓ ଡାର୍କ ହୋକ୍ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭିନ୍ନ ଏବଂ ଲୋକଙ୍କ ପାଇଁ ଏହା ଏକ ନୂଆ ଅନୁଭୂତି ହେବ। ଆଉ କିଛି ବର୍ଷ ଭିତରେ ଲୋକମାନେ ଏହି ଟ୍ୟାକ୍ସିକୁ ଏକ ସାଧାରଣ ପରିବହନ ଭାବରେ ବ୍ୟବହାର କରିବେ।

ପାଇଲଟ୍ ବେଜର୍ନ ଫେହର୍ମ କହିଛନ୍ତି,ଏହି ଉଡନ୍ତା ଟ୍ୟାକ୍ସିରେ ଏକ ସ୍ବତନ୍ତ୍ର ବ୍ୟାଟେରୀ ଟେକ୍ନୋଲୋଜି ରହିଛି ଯାହା ବିମାନ ପରିବହନ କରୁଥିବା ଯାତ୍ରୀଙ୍କ ଦୂରତା ଏବଂ ସଂଖ୍ୟାକୁ ସୀମିତ କରିବ ଯାହାଫଳରେ ଯାତ୍ରା ବେଳେ କୌଣସି ଅସୁବିଧା ହେବନି। ୨୦୨୪ ପ୍ୟାରିସ ଅଲମ୍ପିକ୍ସ ସମୟରେ ଉଡନ୍ତା ଟ୍ୟାକ୍ସି ଏକ ପ୍ରାଥମିକ ପରିବହନ ମାଧ୍ୟମ ହେବାକୁ ଯୋଜନା ଅଛି।
ସମଗ୍ର ବିଶ୍ବ ଆଗାମୀ ଅଲମ୍ପିକ୍ସକୁ ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ ଏହି ସମୟରେ ଉଡନ୍ତା ଟ୍ୟାକ୍ସିର ପରିଚାଳନା ଦର୍ଶକଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିଦେବ ବୋଲି ଗବେଷକ ମାନେ ମତ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ବିଦେଶ ଖବର

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ