ଭାରତର ବିଜୟ ପାଇଁ ପୂଜାର୍ଚ୍ଚନା, ହୋମଯଜ୍ଞ
by Argus News
Sat, Jun 29 | 4:56 p.m.

ଅର୍ଗସ ବ୍ୟୁରୋ: ଆଉ କିଛି ଘଣ୍ଟା ମଧ୍ୟରେ ଖେଳାଯିବ ଭାରତ -ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ ବିଶ୍ବକପର ଫାଇନାଲ ମ୍ୟାଚ। ଏନେଇ ଦେଶର କୋଣ ଅନୁକୋଣରେ ବେଶ ଉତ୍ସାହ ରହିଥିବାବେଳେ କ୍ରିକେଟ କ୍ରେଜ ଦେଖିବାକୁ ମିଳିଛି। ଏପରିକି ଟି-୨୦ ବିଶ୍ବକପରେ ବିଜୟ ପାଇଁ ଟିମ ଇଣ୍ଡିଆକୁ ବେଷ୍ଟ ଓ୍ବିଶେଶ ଜଣାଇବା ଆରମ୍ଭ ହୋଇଯାଇଛି। 

ଏପରିକି ଗଣମାଧ୍ୟମରେ କୁନି କୁନି ପିଲାମାନେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇବା ସହ ଭାରତ ଟି-୨୦ ବିଶ୍ବକପ ଆଣିବ ବୋଲି ଆଶାବାଦୀ ରହିଛନ୍ତି। ଏପରିକି ଭାରତର ବିଜୟ ପାଇ ଦେଶର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଉଛି। ଏପରିକି ପ୍ରୟାଗରାଜରେ କ୍ରିକେଟ ଫ୍ୟାନମାନେ ଗଙ୍ଗା ଆଳତୀ କରିଛନ୍ତି। 
ଟି-୨୦ କ୍ରିକେଟ ବିଶ୍ବକପ ଫାଇନାଲ ମ୍ୟାଚ କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ୨୦୦୭ରେ ଚାମ୍ପିୟନ ଓ ୨୦୧୪ରେ ରନର୍ସଅପ ଭାରତ ତୃତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ଭାରତ ଦ୍ବିତୀୟ ଥର ଟାଇଟାଲ ହାସଲ ଲକ୍ଷ୍ୟରେ ଥିବାବେଳେ ପ୍ରଥମ ଥର ବିଶ୍ବକପ ଫାଇନାଲ ମ୍ୟାଚ ଖେଳିବ ଦକ୍ଷିଣ ଆଫ୍ରିକା। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

ଶ୍ରୀଜିଉ
24m ago
11 ଦିନର ନିରବଚ୍ଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜିଉ
ପୁରୀ: 11 ଦିନର ନିରବଚ୍ଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜିଉ । ଗଜପତିଙ୍କୁ ଦିଆଗଲା ମହାପ୍ରଭୁଙ୍କ ସୁସ୍ଥତା ସନ୍ଦେଶ । ଅନବସର ଦ୍ବାଦଶୀରେ ଆଜି ଶ୍ରୀମନ୍ଦିରରେ ରାଜପ୍ରସାଦ ବିଜେ ନୀତ
ହଡ଼ପ
33m ago
ମିଳିମିଶି ହଡ଼ପ କଲେ ଗରିବ ଶ୍ରମିକଙ୍କର 40 କୋଟିରୁ ଅଧିକ ଟଙ୍କା
ରାୟଗଡ଼ା : ରାୟଗଡ଼ା ଶ୍ରମ ବିଭାଗ କେଳେଙ୍କାରୀରେ ସମ୍ପୃକ୍ତ ତଳୁ ଉପର ବହୁ ଅଧିକାରୀ । ମିଳିମିଶି ହଡ଼ପ କଲେ ଗରିବ ଶ୍ରମିକଙ୍କର 40 କୋଟିରୁ ଅଧିକ ଟଙ୍କା । କେବଳ ଜଣଙ୍କୁ ନିଲମ୍ବନ କରି ଚୁପ
ବିଜେଡି ସରକାର
45m ago
7 ବ୍ୟାରେଜ ନିର୍ମାଣ ଘୋଷଣା କରି ଧୋକା ଦେଇଥିଲେ ବିଜେଡି ସରକାର
କଟକ: ବଦଳିଲା ସରକାର ବଦଳିବ ମହାନଦୀ ଅବବାହିକାର ଭାଗ୍ୟ । ହୀରାକୁଦ ତଳମୁଣ୍ଡରେ 2ଟି ବ୍ୟାରେଜ୍ ନିର୍ମାଣ କରିବେ ରାଜ୍ୟ ସରକାର । ବିକଶିତ ହେବ ସମ୍ବଲପୁରର ଅଯୋଧ୍ୟା ସରୋବର । ମହାନଦୀର 52